Posted inଖେଳ

Coach Yuvraj Singh: IPLରେ ଯୁବରାଜ ସିଂହଙ୍କ ଏଣ୍ଟ୍ରି, ଏହି ଦଳର ହେବେ କୋଚ୍‌ !

ନୂଆଦିଲ୍ଲୀ,୧୯।୬: ଆଇପିଏଲ୍ ୨୦୨୭କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସବୁଠାରୁ ବଡ଼ ଖବର ଆସୁଛି ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରୁ । ପୂର୍ବତନ ବାମହାତୀ ବ୍ୟାଟର ଯୁବରାଜ ସିଂହ ଆଗାମୀ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଷ୍ଟାଫ୍‌ରେ ସାମିଲ ହୋଇପାରନ୍ତି । ଯଦି ଏପରି ହୁଏ, ତେବେ ଯୁବରାଜ ଆଗାମୀ ସିଜନରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ମିଶି ଦିଲ୍ଲୀ କ୍ୟାପିଟାଲ୍ସକୁ ଆଇପିଏଲ୍ ଚାମ୍ପିଅନ୍ ବନାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବାର ନଜର ଆସିବେ । ରିପୋର୍ଟ ମୁତାବକ, ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ସେଟ୍‌ଅପ୍‌ର ପ୍ରମୁଖ (Head of Coaching Setup) ଦାୟିତ୍ୱ ତୁଲାଇପାରନ୍ତି ।

ସୂଚନାଯୋଗ୍ୟ ଯେ, ଆଇପିଏଲ୍ ୨୦y୬ ରେ ହେମାଙ୍ଗ ବଦାନୀ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ଥିଲେ । ଟିମ୍ ସେହି ସିଜନରେ ଭଲ ଆରମ୍ଭ କରିଥିଲେ ମଧ୍ୟ ପ୍ଲେ-ଅଫ୍‌ରେ ପହଞ୍ଚିବାରେ ବିଫଳ ହୋଇଥିଲା ।

ଟିମ୍ ଇଣ୍ଡିଆର ଏହି କିମ୍ବଦନ୍ତୀ ଅଲ୍‌ରାଉଣ୍ଡରଙ୍କର କୋଚିଂ କ୍ଷେତ୍ରରେ ମଧ୍ୟ ବେଶ୍ ଭଲ ଅନୁଭବ ରହିଛି । ସେ ଅନେକ ଯୁବ ବାମହାତୀ ବ୍ୟାଟରଙ୍କୁ ବ୍ୟକ୍ତିଗତ ଭାବେ ତାଲିମ ଦେଇଛନ୍ତି, ଯେଉଁଥିରେ ଅଭିଷେକ ଶର୍ମା ଏବଂ ପ୍ରିୟାଂଶ ଆର୍ଯ୍ୟଙ୍କ ଭଳି ତାରକା ସାମିଲ ଅଛନ୍ତି । ଏହି ଖେଳାଳିମାନଙ୍କର ‘ବ୍ୟାଟିଂ ଫ୍ଲୋ’  ସୁଧାରିବାରେ ଯୁବରାଜଙ୍କର ବଡ଼ ହାତ ରହିଛି ।

ଏପରିକି ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟର ଶୁଭମନ ଗିଲ୍ ମଧ୍ୟ ଯୁବରାଜଙ୍କ ଶିଷ୍ୟ । ଗିଲ୍‌ଙ୍କୁ ଜଣେ ସଫଳ କ୍ରିକେଟର ଭାବେ ଗଢ଼ିତୋଳିବାରେ ଯୁବରାଜଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଏବେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଚାହୁଁଛି ଯେ, ଯୁବରାଜ ସେମାନଙ୍କ ଦଳ ସହ ଯୋଡ଼ି ହୋଇ ବ୍ୟାଟରମାନଙ୍କୁ ଆହୁରି ବିସ୍ଫୋରକ ବନାଇବାରେ ସାହାଯ୍ୟ କରନ୍ତୁ।

ଖାଲି କୋଚିଂ ଷ୍ଟାଫ୍ ନୁହେଁ, ବରଂ ଦଳର ଅଧିନାୟକତ୍ୱ ଏବଂ ଖେଳାଳି ଚୟନରେ ମଧ୍ୟ ବଡ଼ ଓଲଟପାଲଟ ଦେଖିବାକୁ ମିଳିପାରେ । ମିଳିଥିବା ସୂଚନା ଅନୁଯାୟୀ ଅକ୍ଷର ପଟେଲଙ୍କ ସ୍ଥାନରେ କେ.ଏଲ୍ ରାହୁଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକ କରାଯାଇପାରେ । କୁଲଦୀପ ଯାଦବଙ୍କ ସ୍ଥାନରେ ଋଷଭ ପନ୍ତ ପୁଣି ଥରେ ଏହି ଦଳରେ ସାମିଲ ହୋଇପାରନ୍ତି । ଏହି ସବୁ ସମ୍ଭାବ୍ୟ ପରିବର୍ତ୍ତନ ପରେ ଆଗାମୀ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ଏକ ସମ୍ପୂର୍ଣ୍ଣ ନୂଆ ରୂପରେ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତି କରୁଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?