Posted inଖେଳ

ବାପା ହେଲେ ଯୁବରାଜ

ଚଣ୍ଡିଗଡ,୨୬।୧: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏକ ଶିଶୁପୁତ୍ରର ପିତା ହୋଇଛନ୍ତି। ୪୦ ବର୍ଷୀୟ ଯୁବରାଜ ମଙ୍ଗଳବାର ବିଳମ୍ବିତ ରାତିରେ ଟୁଇଟ କରି ଏହି ସୂଚନା ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହି ଖୁସି ଖବର ବାଣ୍ଟି ସେ ସମସ୍ତଙ୍କୁ ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରିଛନ୍ତି।
ଯୁବରାଜ ଟୁଇଟ୍‌ କରି କହିଛନ୍ତି, ଆମର ସମସ୍ତ ପ୍ରଶଂସକ, ପରିବାର ଏବଂ ବନ୍ଧୁମାନଙ୍କ ସହ ଖୁସି ଖବର ବାଣ୍ଟି ଆନନ୍ଦିତ ଯେ ଆଜି ଭଗବାନ ଆମକୁ ଏକ ଶିଶୁପୁତ୍ରରେ ଆଶୀର୍ବାଦ ଦେଇଛନ୍ତି। ଏକ ସନ୍ତାନ ଜନ୍ମ ପାଇଁ ଆମେ ଭଗବାନଙ୍କୁ ଧନ୍ୟବାଦ ଦେଉଛୁ। ଆମ ଗୋପନୀୟତାକୁ ସମ୍ମାନ କରିବାକୁ ଚାହୁଁଛି।
ବାମହାତୀ ତାରକା ବ୍ୟାଟ୍ସମ୍ୟାନ ଯୁବରାଜ ୨୦୧୨ରେ କ୍ୟାନ୍‌ସର ରୋଗରୁ ମୁକ୍ତି ପାଇବା ପରେ ନଭେମ୍ବର ୨୦୧୫ରେ ହେଜେଲ କିଚଙ୍କୁ ଭେଟିଥିଲେ। ଏକ ବର୍ଷ ପରେ ନଭେମ୍ବର ୨୦୧୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ଯୁବରାଜ ତାଙ୍କର ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ୪୦୨ ମ୍ୟାଚ ଖେଳିଥିଲେ। ଏହି ସମୟ ମଧ୍ୟରେ ୧୧୭୭୮ ରନ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ଯୁବରାଜ ୧୭ ଶତକ ଏବଂ ୭୧ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ବୋଲିଂରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ରଖିଥିଲେ ଏବଂ ୧୪୮ ଉଇକେଟ ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହିରୋ ଭଳି ଭାରତ ଫେରିଲେ ରାହାନେ: ବ୍ୟାନର୍‌ରେ ଲୋକେ ଲେଖିଲେ ‘୫,୪,୩,୨,୧,୦’; ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆରେ ଘରୋଇ କ୍ରିକେଟ୍‌ ଟିମ୍‌କୁ ହରାଇ ବର୍ଡର-ଗାଭାସ୍କର ଟ୍ରଫି ହାତେଇବାରେ ସଫଳ ହୋଇଥିଲା ଭାରତ। ଅଧିନାୟକ ବିରାଟ କୋହଲି, ମହମ୍ମଦ ଶାମୀ, ଜସପ୍ରିତ ବୁମ୍‌ରାଙ୍କ...

ଇତିହାସ ରଚିଲା ପାକିସ୍ତାନ

ଜୋହାନ୍ସବର୍ଗ,୧୧।୪: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପାକିସ୍ତାନୀ କ୍ରିକେଟ ଦଳ ଇତିହାସ ସୃଷ୍ଟି କରିଛି। ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳ ବିଶ୍ୱର ପ୍ରଥମ ଦଳ...

ହଠାତ୍‌ ଟେଷ୍ଟ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ଢାକା,୨୫।୧୧: ନଭେମ୍ବର ୨୬ରୁ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ବାଂଲାଦେଶର ତାରକା ଖେଳାଳି ତଥା ଟି-୨୦ ଅଧିନାୟକ ମହମୁଦୁଲ୍ଲା...

୨୩ ତମ ମ୍ୟାଚରେ ଜିଟି-ଆରଆର ମୁହାଁମୁହିଁ…

ଅହମଦାବାଦ,୧୬।୪ : ଆଇପିଏଲ ସିରିଜ ୧୬ର ୨୩ତମ ମ୍ୟାଚ ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଅହମଦାବାଦର ନରେନ୍ଦ୍ର...

ମୁସ୍ତାକ ଅହମ୍ମଦ ପାକିସ୍ତାନ ସ୍ପିନ୍‌ ବୋଲିଂ ପରାମର୍ଶଦାତା

କରାଚୀ,୧୩।୧୨- ପାକିସ୍ତାନ ପୂର୍ବତନ ଟେଷ୍ଟ ଅଧିନାୟକ ମୁସ୍ତାକ ଅହମ୍ମଦଙ୍କୁ ଦଳର ସ୍ପିନ୍‌ ବୋଲିଂ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ତାଙ୍କ ସହ ଏକବର୍ଷ ଲାଗି ଚୁକ୍ତି...

ଡିସେମ୍ବର ୧୯ରେ ଆଇପିଏଲ୍‌ ଖେଳାଳି ନିଲାମ କୋଲକାତାରେ

ମୁମ୍ବାଇ,୬।୧୧(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣର ଖେଳାଳି ନିଲାମ କୋଲକାତାରେ ଆସନ୍ତାମାସ ୧୯ ତାରିଖରେ ଆୟୋଜନ ହେବ। ମଙ୍ଗଳବାର ଏଠାରେ ଆୟୋଜିତ...

୧୨୪ରେ ଅଟକିଲା ଟିମ୍‌ ଇଣ୍ଡିଆ

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ବିଫଳ ହୋଇଛି ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ। ପ୍ରାରମ୍ଭିକ...

ଆୟୁଷଙ୍କୁ ତ୍ରିମୁକୁଟ, ଶ୍ରୁତିଙ୍କୁ ଦ୍ୱିମୁକୁଟ

ବଲାଙ୍ଗୀର,୧୭ା୭ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ବ୍ୟାଡ୍‌ମିଣ୍ଟନ ଇନ୍‌ଡୋର ଷ୍ଟାଡିୟମରେ ଓଡିଶା ରାଜ୍ୟ ସିନୟର ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି।...

Advertisement
Archives

Model This Week