Posted inଖେଳ

କ୍ରିକେଟକୁ ଅଲ୍‌ବିଦା କଲେ ୨୦୦୭ ଟି୨୦, ୨୦୧୧ ବିଶ୍ୱକପ୍‌ ହିରୋ

ନୂଆଦିଲ୍ଲୀ,୨୬।୨: ପୂର୍ବତନ ଭାରତୀୟ ଅଲରାଉଣ୍ଡର ୟୁସୁଫ ପଠାନ ଶୁକବ୍ରାର ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ବଡ଼ ଭାଇ ୟୁସୁଫ ୨୦୦୭ ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିଲେ। ଆଉ ୨୦୧୧ରେ ତାଙ୍କ ପ୍ରତିନିଧିତ୍ୱରେ ଭାରତ ହାତେଇଥିଲା ଆଇସିସି ବିଶ୍ୱକପ୍‌।

” ମିଳିଥିବା ସମର୍ଥନ ଓ ଭଲ ପାଇବା ପାଇଁ ମୋ ପରିବାର, ବନ୍ଧୁ, ପ୍ରଶଂସକ, ଦଳ, କୋଚ୍‌ ଓ ପୂରା ଦେଶକୁ ହୃଦୟରୁ ଧନ୍ୟବାଦ ଦେଉଛି “ ବୋଲି ୟୁସୁଫ ଟୁଇଟ୍‌ କରି ଅବସର ଘୋଷଣା କରିଛନ୍ତି। ଏହି ପୋଷ୍ଟରେ ଉଭୟ ବିଶ୍ୱକପ୍‌ର ଦୁଇଟି ଫଟୋ ମଧ୍ୟ ଶେୟାର କରିଛନ୍ତି ୟୁସୁଫ।

୨୦୦୭ରେ ଟିମ୍‌ ଇଣ୍ଡିଆ ପାଇଁ ପଦାର୍ପଣ କରିଥିବା ୟୁସୁଫ ଅନ୍ତର୍ଜାତୀୟ ସ୍ତରରେ ଖେଳିଥିଲେ ମୋଟ ୭୯ଟି ମ୍ୟାଚ୍‌। ୫୭ ଦିନିକିଆ ମ୍ୟାଚ୍‌ରେ ଦୁଇଟି ଶତକ ସହ ୮୧୦ ରନ ଓ ୨୨ଟି ଟି୨୦ ମ୍ୟାଚ୍‌ରେ ୨୩୬ ରନ୍‌ ସଂଗ୍ରହ କରିଥିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ, ଫୋନ୍‌ କଲ୍‌ ପ୍ରତି…

ପାଟଣା,୩୧ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପରିସରରେ ଶନିବାର ‘ଆମ ପୋଲିସ’ ସମିତି, ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ, ରାଷ୍ଟ୍ରୀୟ ଏକତା ଦିବସ…

ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗିଲା ଶାହରୁଖଙ୍କ ‘କିଙ୍ଗ’, ବଢୁଛି ଉତ୍ସାହ

ମୁମ୍ବାଇ: ବଲିଉଡ୍‌ର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା। ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଏହା ଏକ ବଡ଼…

ବିଦ୍ୟାଭାରତୀଙ୍କୁ ଝଟକା: ଏଥର ହେବେ ବନ୍ଧା!

ବାରିପଦା/ଭୁବନେଶ୍ୱର, ୩୧।୧୦: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡ଼ୁଆ ବଢ଼ିଛି। ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ…

ଗଞ୍ଜାମ ପୋଲିସ ପକ୍ଷରୁ ‘ରନ୍ ଫର୍ ୟୁନିଟି’ ଓ ‘ନିଶାମୁକ୍ତ ଓଡ଼ିଶା’

ଛତ୍ରପୁର, ୩୧।୧୦ (ଦିଲ୍ଲୀପ ସାମଲ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଞ୍ଜାମ ପୋଲିସ ପକ୍ଷରୁ ‘ରନ୍ ଫର୍…

ନଭେମ୍ୱର ୧ରୁ ବଦଳିବ ଟଙ୍କା-ପଇସା ସହ ଜଡ଼ିତ ଏହି ସବୁ ବଡ଼ ନିୟମ: ପେନଶନଭୋଗୀଙ୍କ ଠାରୁ ସାଲାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ପଡ଼ିବ ସିଧା ପ୍ରଭାବ

ନୂଆଦୀଲ୍ଲୀ,୩୧।୧୦: ନଭେମ୍ୱର ମାସ ଆରମ୍ଭ ହେବା ମାତ୍ରେ ଟଙ୍କା ଏବଂ ଟିକସ ସମ୍ୱନ୍ଧୀୟ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ଏହାର ସିଧାସଳଖ ପ୍ରଭାବ ପେନସନଭୋଗୀ, ଟିକସଦାତା,…

SBI ୟୁଜର୍ସଙ୍କୁ ବଡ଼ ଝଟ୍‌କା: ଡିସେମ୍ୱର ୧ରୁ ତେଲ ଭରିବା-ଟ୍ରାନ୍ସପୋର୍ଟ ଖର୍ଚ୍ଚ ଉପରେ ଲାଗିବ ଏକ୍ସର୍ଟା ଚାର୍ଜ

ନୂଆଦିଲ୍ଲୀ,୩୧।୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ର କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ବାସ୍ତବରେ, ଏସବିଆଇ କାର୍ଡସ (SBI Cards)…

ସେମିଫାଇନାଲ ସ୍ବପ୍ନ ଚୂର୍‌ମାର: ଟୁର୍ନାମେଣ୍ଟରୁ ବିଦାୟ ନେଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୩୧।୧୦: ହଂକଂ ସୁପର ସିକ୍ସେସ ୨୦୨୬ରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। ଦଳର ପ୍ରଦର୍ଶନ କେତେ ଖରାପ ଥିଲା, ତାହା ଏଥିରୁ ଅନୁମାନ କରାଯାଇପାରେ…

ଟିମ୍‌ଇଣ୍ଡିଆରେ ସ୍ଥାନ ପକ୍କା କରିବା ପାଇଁ ଚୁପଚାପ କରୁଛନ୍ତି ଏହି କାମ: କୋଚ କରିଦେଲେ…

ନୂଆଦିଲ୍ଲୀ,୩୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ନିଜ ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?