Posted inଜାତୀୟ

ହନିଟ୍ରାପ୍‌ ଜରିଆରେ ବ୍ୟବସାୟୀଙ୍କଠୁଁ ଲୁଟିଛନ୍ତି ୮୦ ଲକ୍ଷ: ୟୁଟ୍ୟବରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୭।୧୨: ହନିଟ୍ରାପ୍‌ ମାଧ୍ୟମରେ ଜଣେ ୟୁଟ୍ୟୁବର ଜଣେ ବ୍ୟବସାୟୀଙ୍କଠାରୁ ୮୦ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଜଣେ ବ୍ୟବସାୟୀଙ୍କ ଅଭିଯୋଗ ପରେ ଗୁରୁଗ୍ରାମ୍‌ ପୋଲିସ ସୋମବାର ବିଳମ୍ବିତ ରାତିରେ ୟୁଟ୍ୟୁବରଙ୍କୁ ଦିଲ୍ଲୀରୁ ଗିରଫ କରିଛି। ୨୨ବର୍ଷୀୟ ନାମ୍‌ରା କାଦିରଙ୍କୁ ପୋଲିସ ୪ଦିନିଆ ରିମାଣ୍ଡରେ ନେଇଛି। ନାମ୍‌ରା ତାଙ୍କ ସ୍ବାମୀଙ୍କ ସହିତ ମିଶି ହନିଟ୍ରାପ୍‌ ଜରିଆରେ ଏହି କଳା ବ୍ୟବସାୟ କରୁଥିଲେ। ସୂଚନାଯୋଗ୍ୟ, ନଭେମ୍ବର ୨୪ରେ ବାଦଶାହପୁରର ଜଣେ ବ୍ୟବସାୟୀ ଗୁରୁଗ୍ରାମର ସେକ୍ଟର-୫୦ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଠକେଇ ହୋଇଥିବା ଅଭିଯୋଗ ଆଣିଥିଲେ। ଏହାପରେ ୟୁଟ୍ୟୁବର ନାମ୍‌ରା କାଦିରଙ୍କ କାରନାମା ବିଷୟରେ ସାମ୍ନାକୁ ଆସିଥିଲା। କେବଳ ସେତିକି ନୁହେଁ, ନାମ୍‌ରା ଉକ୍ତ ବ୍ୟବସାୟୀଙ୍କୁ ମିଥ୍ୟା ବଳାତ୍କାର ମାମଲାରେ ମଧ୍ୟ ଫସାଇଦେବାକୁ କହି ଧମକ ଦେଇଥିଲେ। ଏହି କାର୍ଯ୍ୟରେ କାଦିରଙ୍କ ସ୍ବାମୀ ମଧ୍ୟ ଜଡିତ ଥିଲେ। ୟୁଟ୍ୟୁବରେ ନାମ୍‌ରାଙ୍କ ୬ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦଳ ମୋତେ ଅପମାନିତ କରିଛି’

ଚଣ୍ଡିଗଡ଼,୧୮।୯: ବହୁ ବାଦବିବାଦ ପରେ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ଅମରିନ୍ଦର ଗଣମାଧ୍ୟମକୁ କହିଛନ୍ତି, ସକାଳେ...

ଟୁଇଟର ପରେ ଏବେ ଇନ୍‌ଷ୍ଟାଗ୍ରାମ ବିରୋଧରେ ଏଫ୍‌ଆଇଆର

ନୂଆଦିଲ୍ଲୀ,୧୬।୬: ମୋଇକ୍ରୋ ବ୍ଲଗିଙ୍ଗ୍‌ ସାଇଟ୍‌ ଟୁଇଟର ପରେ ଏବେ ଫଟୋ ଓ ଭିଡ଼ିଓ ନେଟଓ୍ବାର୍କିଂ ସାଇଟ ଇନ୍‌ଷ୍ଟାଗ୍ରାମ ବି ଯାଞ୍ଚ ଘେରକୁ ଆସିଛି। ଦିଲ୍ଲୀ ପୋଲିସର...

ପୁନର୍ବିଚାର ପାଇଁ ପିଟିଶନ ଦାଏର

ନୂଆଦିଲ୍ଲୀ/ ପୁରୀ ଅଫିସ୍‌, ୨୦ା୬ : ଏବର୍ଷ ପୁରୀ ସମେତ ସାରା ଓଡ଼ିଶାରେ ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବାର ଦିନକ ପରେ ଉକ୍ତ ରାୟରେ...

ଭାରତ ମହାସାଗର ଅଞ୍ଚଳରେ ମୋଦିଙ୍କ ଶାନ୍ତି ପ୍ରୟାସ: ଚାଇନାର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୯।୬: ଭାରତ ମହାସାଗର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି ନୂଟନୀତି। ମୋଦି ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହିତ ସମ୍ପର୍କ ବଢ଼ାଇବାର ଯୋଜନା କରିଛନ୍ତି।...

କରୋନା ପ୍ରଭାବ: ଅଗଷ୍ଟ ୧୫ ଯାଏଁ କ୍ୱାରାଣ୍ଟାଇନ୍‌ରେ ରହିବେ ଅଧିକାରୀ

ନୂଆଦିଲ୍ଲୀ,୨୯।୭: ସମଗ୍ର ଦେଶରେ କରୋନା ମାମଲା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ ଅଗଷ୍ଟ ୧୫କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କରୋନା ଯୋଗୁ ସ୍ବାଧୀନତା...

କୋବ୍ରା ପାଇଁ ରାସ୍ତା ଜାମ

ବାଙ୍ଗାଲୋର, ୧୨।୨: ଦୁର୍ଘଟଣା କାରଣରୁ ଆମ ଦେଶରେ ଟ୍ରାଫିକ ସମସ୍ୟା ଦେଖାଦେବା ସାଧାରଣ କଥା। କିନ୍ତୁ କର୍ନାଟକର ଉଡୁପି ଅଞ୍ଚଳରେ ଏକ ଭିନ୍ନ କାରଣରୁ   ଧରି...

୫କଂଗ୍ରେସ ନେତାଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୩।୧୦: ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ୫ଜଣ କଂଗ୍ରେସ ନେତାଙ୍କୁ ସମନ ପଠାଇଛି। ସମନ ପଠାଯାଇଥିବା ନେତାଙ୍କ ମଧ୍ୟରେ ଅଞ୍ଜନ...

କରୋନାକୁୁ ଜିତିବାକୁ ହେଲେ ଆମେରିକା ରାଷ୍ଟ୍ରପତିଙ୍କୁ କରିବାକୁ ପଡ଼ିବ ଏହି କାମ: ପୁନାଓ୍ବାଲା

ନୂଆଦିଲ୍ଲୀ,୧୬।୪: ଦେଶ ଓ ବିଶ୍ୱରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱର ସର୍ବବୃହତ ଭାକ୍ସିନ...

Advertisement
Archives

Model This Week