ନୟାଗଡ, ୬।୯(ଲୋକନାଥ ମିଶ୍ର) : ମାମୁ ଘରକୁ ଆସି ଭଣଜାର ମୃତ୍ୟୁ। ଏଭଳି ଘଟଣା ଦଶପଲ୍ଲା ଥାନା ଶ୍ରୀରାମପୁରରେ ଘଟିଛି। ଶ୍ରୀରାମପୁରର ପୂର୍ଣ୍ଣ ସାହୁ ତୀର୍ଥକୁ ଯିବା ନିମନ୍ତେ ମାମୁଁ ଘରକୁ ଜାନିସାହି ଗ୍ରାମର ଭଣଜା ଆସିଥିଲେ। ରାତିରେ ଶ୍ରୀରାମପୁର ଗ୍ରାମରେ ହୋଇଥିବା ସଂପର୍କୀୟଙ୍କ ଭୋଜିରେ ଖାଦ୍ୟ ପରସିବା ସହ ଭୋଜି ଖାଇଥିଲେ । ତେବେ ସକାଳେ ଗ୍ରାମ ନିକଟସ୍ଥ ଏକସ୍ଥାନରେ ଭଣଜାର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।


