ଦୁଃଖଦ ଖବର: ଆମବସ୍‌ ଧକ୍କାରେ ଯୁବକ ମୃତ

ସମ୍ବଲପୁର,୨୬ା୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ତଳି ଛକରେ ଆମବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ପ୍ରେସ୍‌କ୍ଲବ କର୍ମଚାରୀ ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ଗ୍ରାମର ନୀରଦ କୁମାର ସାହୁ(୪୮)। ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା ପରେ ନୀରଦଙ୍କ ମୃତଦେହ ଶବଗୃହରେ ରଖାଯାଇଛି। ଅପରପକ୍ଷରେ ପୋଲିସ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି। ପରିବାର ଲୋକେ ଆସିଲା ପରେ ସୋମବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।

ମିଳିଥିବା ସୂଚନା ଅନୁସାରେ ନୀରଦ ପ୍ରେସ୍‌କ୍ଲବରେ ରହୁଥିଲେ। ରବିବାର ରାତି ପ୍ରାୟ ସାଢ଼େ ୭ଟାରେ ସେ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ଚାଲିଥିବା ପୁସ୍ତକ ମେଳା ଦେଖି ପ୍ରେସ୍‌କ୍ଲବକୁ ଫେରୁଥିଲେ। ସେ ତଳିଛକରେ ରାସ୍ତା ପାରି ହେଉଥିବା ସମୟରେ ଚିପିଲିମାରୁ ସମ୍ବଲପୁରକୁ ଆସି ଅଇଁଠାପାଲି ତଳିଛକରେ ସହରକୁ ପ୍ରବେଶ କରୁଥିବା ଆମବସ୍‌ ସମ୍ମୁଖରେ ପଡ଼ି ଯାଇଥିଲେ। ଏହି ସମୟରେ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ବସ୍‌ ଚାଳକ ଅଇଁଠାପାଲି ଥାନାରେ ଅମତ୍ସମର୍ପଣ କରିଥିବା ଜଣା ପଡ଼ିଛି।

ଏସମ୍ପର୍କରେ ଖବର ପାଇ ଆମବସ୍‌ ଚଳାଚଳ ଦାୟିତ୍ୱରେ ଥିବା ସିଆର୍‌ୟୁଟି ସମ୍ବଲପୁର ଶାଖା ପ୍ରବନ୍ଧକ ବିଶ୍ୱଜିତ ପଣ୍ଡା ମୃତକଙ୍କ ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆର୍‌ଟିଓ ରାମଦାସ ଟୁଡୁ ଜିଲା ଚିକିତ୍ସାଳୟ ଯାଇ ନୀରଦଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୨୦୨୧ମସିହାରୁ ପ୍ରେସ୍‌କ୍ଲବର କର୍ମଚାରୀ ଭାବେ ନୀରଦ କାର୍ଯ୍ୟ କରି ଆସୁଥିଲେ। ସେ ବିବାହିତ ହୋଇଥିବା ବେଳେ ତାଙ୍କ ମାତାପିତା ଜୀବିତ ଅଛନ୍ତି। ତାଙ୍କ ସ୍ତ୍ରୀ, ଦୁଇ ଝିଅ ନିଜ ଗ୍ରାମ କଞ୍ଜରାରେ ମାତାପିତାଙ୍କ ସହିତ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଲା ଅଶୋକ ଚକ୍ର ସମ୍ମାନ

ନୂଆଦିଲ୍ଲୀ,୨୬ା୧:  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ପ୍ରଥମ ଭାରତୀୟ ଭାବେ ଯାତ୍ରା କରି ଇତିହାସ ରଚିଥିବା ଶୁଭାଂଶୁ ଶୁକ୍ଳାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ପ୍ରଦାନ…

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହେଲେ ବ୍ୟକ୍ତି ବିଶେଷ

ନବରଙ୍ଗପୁର,୨୬।୧(ସଦାଶିବ ପ୍ରହରାଜ): ନବରଙ୍ଗପୁରଠାରେ ଜିଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…

ପୁଣି ଏକ ବିମାନ ଦୁର୍ଘଟଣାଗ୍ରସ୍ତ: ଟେକ୍‌ଅଫ୍‌ବେଳେ ଘଟିଲା ଅଘଟଣ, ବିମାନରେ ଥିଲେ…

ଓ୍ବାଶିଂଟନ୍‌,୨୬।୧: ଆମେରିକାର ମେନ ରାଜ୍ୟର ବାଙ୍ଗୋର୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ସମୟରେ ଏକ ବଡ଼ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ବମ୍ବାର୍ଡିୟର୍‌…

YouTube କଣ୍ଟେଣ୍ଟ କ୍ରିଏଟର୍ସ ହେବେ ମାଲାମାଲ: ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୬।୧: YouTube କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଖୁସିଖବର। ଚଳିତବର୍ଷ କଣ୍ଟେଣ୍ଟ କ୍ରିଏଟର୍‌ଙ୍କ ଉପରେ ହେବ ଟଙ୍କା ବର୍ଷା। ସେମାନଙ୍କୁ ଅଧିକ ରୋଜଗାର କରିବାରେ ସାହାଯ୍ୟ କରିବା ପାଇଁ…

ନିୟମିତ ଖାଆନ୍ତୁ ଅମୃତଭଣ୍ଡା: ଫାଇଦା ଜାଣିଲେ ଉଡ଼ିଯିବ ହୋଶ୍‌

ଅମୃତଭଣ୍ଡାରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ହଜମ କ୍ରିୟାକୁ ଆହୁରି ସକ୍ରିୟ କରାଇଥାଏ। ଏଥିରେ ଭିଟାମିନ୍‌-ସି ଭରି ରହିଛି।…

ସାଧାରଣତନ୍ତ୍ର ଦିବସରେ ମୋଦିଙ୍କୁ ନେଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ

କଟକ,୨୬।୧: ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା…

ଏଣିକି ଶସ୍ତା ହୋଇଯିବ କାର୍‌: EU-ଭାରତ ମଧ୍ୟରେ ବଡ଼ ଡିଲ୍‌

ନୂଆଦିଲ୍ଲୀ,୨୬।୧: EU ଏବଂ ଭାରତ ମଧ୍ୟରେ ଚାଲିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଆଲୋଚନା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ସୂତ୍ର ଅନୁଯାୟୀ, ଭାରତ ୟୁରୋପୀୟ ସଂଘରୁ…

ଗାନ୍ଧି ମାର୍ଗରେ ତ୍ରିରଙ୍ଗା ଉଡ଼ାଇଲେ ରାଜ୍ୟପାଳ

ଭୁବନେଶ୍ବର,୨୬।୧: ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧି ମାର୍ଗରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ଭବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri