ଭୁବନେଶ୍ୱର,୨୨।୧୦: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୁଣି ଏକ ବର୍ବରତା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ବାଲିଅନ୍ତା ଥାନା ଅଧୀନ ପାଟଣା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଏହି ଘଟଣା ଘଟିଥିବା ଜଣାପଡିଛି।
ଅନ୍ୟପକ୍ଷେ ପାଟଣା ଗ୍ରାମବାସୀଙ୍କ ବାଲିଅନ୍ତା ଥାନା ଘେରାଉ କରି ତୁରନ୍ତ ନ୍ୟାୟ ପ୍ରଦାନ ଦାବି କରିଛନ୍ତି। ପୋଲିସ ଗ୍ରାମବାସୀଙ୍କୁ ବୁଝାଶୁଝା କରୁଛି। ଏହି ଘଟଣା ପୁଣି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଯୋଗ୍ୟ, ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।

