ନୂଆ ସଂସ୍କୃତି ଆପଣାଅ: ବେଦାନ୍ତ

ଯାଜପୁର ଅଫିସ,୯ା୮(ହର୍ଷବର୍ଦ୍ଧନ ବେହେରା): ଅର୍ଥ ବଳରେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ହାତରେ ରଖି କିଭଳି ଲୋକଙ୍କୁ ଦମନ କରାଯାଇପାରୁଛି ତାହାର ପଦ୍ଧତି ନିକଟରେ ବେଦାନ୍ତ କମ୍ପାନୀର ଏକ ଆଭ୍ୟନ୍ତରୀଣ ଇ-ମେଲ୍‌୍‌ରୁ ଜଣାପଡ଼ିଥିଲା। ୨୦୨୦ ନଭେମ୍ବର ୧୩ରେ ଫାକର ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ଏ.କେ. ପାତ୍ର ବେଦାନ୍ତର ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସର (ସିଇଓ) ପି.ଜି. ସୁରେଶ କୁମାରଙ୍କ ନିକଟକୁ ସେହି ଇ-ମେଲ୍‌ ପଠାଇଥିଲେ। କିଛିଦିନ ହେଲା ନିର୍ଦ୍ଦିଷ୍ଟ ଅର୍ଥ ପାଇ ନ ଥିବାରୁ ସ୍ଥାନୀୟ ପ୍ରଶାସନ ଯଥା କାଳିଆପାଣି ଥାନାଧିକାରୀ, ଡେପୁଟି ଡାଇରେକ୍ଟର୍‌ ଅଫ୍‌ ମାଇନ୍ସ କାର୍ଯ୍ୟାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୁଖଙ୍କ ମାସିକ ଆବଶ୍ୟକତାକୁ ପୂରଣ କରାଯାଇ ପାରିନାହିଁ ବୋଲି ଉକ୍ତ ଇ-ମେଲ୍‌ରେ ଦର୍ଶାଯାଇଥିଲା। ଏନେଇ ‘ପ୍ରଶାସନକୁ ସମ୍ଭାଳିବ ଏମିତି’ ଶୀର୍ଷକ ଏକ ଖବର ଗତ ଜୁଲାଇ ୨୯ରେ ଧରିତ୍ରୀର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା। ଇତିମଧ୍ୟରେ କମ୍ପାନୀର ଆହୁରି ଅନେକ ଇ-ମେଲ୍‌ ଆମର ହସ୍ତଗତ ହୋଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଫାକର ଓସ୍ତପାଳ ଖଣିର ସିନିୟର ମ୍ୟାନେଜରଙ୍କ ଇ-ମେଲ୍‌କୁ ନେଇ ବେଦାନ୍ତ ସିଇଓ ସୁରେଶ ଦେଇଥିବା ଉତ୍ତର। ଏଥିରେ ସୁରେଶ ଉଲ୍ଲେଖ କରିଛନ୍ତି ଯେ, ‘ଆପଣ ଜାଣିଛନ୍ତି କମ୍ପାନୀ ବେଦାନ୍ତକୁ ହସ୍ତାନ୍ତର ହୋଇଛି। ଆମକୁ ନୂଆ ସଂସ୍କୃତି ଆପଣାଇବା ଆବଶ୍ୟକ। ଯେ ପର୍ଯ୍ୟନ୍ତ ଫୁଲ୍‌ ଟିମ୍‌୍‌ରେ କାର୍ଯ୍ୟ ଆରମ୍ଭ ନ ହୋଇଛି ସେ ପର୍ଯ୍ୟନ୍ତ ଆପଣ ସ୍ଥାନୀୟ ଅଧିକାରୀମାନଙ୍କୁ ଏହା ବୁଝାଇପାରିବେ।’ ବେଦାନ୍ତ ସିଇଓ ଦେଇଥିବା ଏହି ଉତ୍ତରରୁ କମ୍ପାନୀ କିଭଳି ଓଡ଼ିଶାରେ ପ୍ରଶାସନକୁ ସମ୍ଭାଳୁଛି ତାହା ଅଧିକ ସ୍ପଷ୍ଟ ହେଉଛି।
ପ୍ରଶାସନିକ ଅଧିକାରୀମାନେ ବନ୍ଧା ପଡ଼ିଥିବାରୁ ବେଦାନ୍ତ ନିଜ ଇଚ୍ଛା ମୁତାବକ କାମ କରୁଛି। ଫଳସ୍ବରୂପ ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ ମାଇନ୍ସ ସେଫ୍‌ଟି (ଡିଜିଏମ୍‌ଏସ୍‌) ପକ୍ଷରୁ ୨୩ା୭ା୨୦୨୧ରେ ଓସ୍ତପାଳ କ୍ରୋମାଇଟ୍‌ ଖଣିକୁ ଅସ୍ଥାୟୀ ଭାବେ ବନ୍ଦ ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁୁ କେବଳ ବେଖାତିର ନୁହେଁ,ସେହି ଖଣିକୁ ବନ୍ଦ କରିବାକୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବେଦାନ୍ତଠାରୁ ପ୍ରବଳ ମାତ୍ରାରେ ଲାଭ ପାଉଥିବା ପ୍ରଶାସନିକ ଅଧିକାରୀ କମ୍ପାନୀର ବେଆଇନ କାର୍ଯ୍ୟ ପ୍ରତି ଆଖି ବନ୍ଦ କରିଦେଉଛନ୍ତି। ଏହାଦ୍ୱାରା ଜନସାଧାରଣ ଗୁରୁତର କ୍ଷତି ସହୁଛନ୍ତି।

ବେଦାନ୍ତ ୨୧ା୯ା୨୦୨୦ରେ ଫେରୋ ଆଲଏଜ୍‌ କର୍ପୋରେଶନ ଲିମିଟେଡ୍‌ (ଫାକର) ନାମରେ ଥିବା ଓସ୍ତପାଳ, କଳରଙ୍ଗିଅଟା ଏବଂ କାଠପାଳ କ୍ରୋମାଇଟ୍‌ ଖଣିକୁ ଲିଜ୍‌ ସୂତ୍ରରେ ନେଇଥିଲା। ତେବେ ଗତ ନଭେମ୍ବରରେ ବେଦାନ୍ତ ଦ୍ୱାରା ଓସ୍ତପାଳ ଖଣି ଖନନ ପୂର୍ବରୁ ସେଠାରେ ଥିବା ପ୍ରାୟ ୧୫ ଲକ୍ଷ କ୍ୟୁବିକ୍‌ ମିଟର ବିଷାକ୍ତ ପାଣିକୁ ଇଟିପି (ଏଫ୍ଲଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ) ବାହାରେ ଡମଶାଳା ନାଳାରେ ଛାଡ଼ି ଦିଆଯାଇଥିଲା। ଖଣି କର୍ତ୍ତୃପକ୍ଷଙ୍କ ହ୍ବାଟ୍ସଆପ୍‌ ଗ୍ରୁପରେ ଏନେଇ ଆଲୋଚନା ମଧ୍ୟ ହୋଇଥିଲା। ସେହି ହ୍ବାଟ୍ସଆପ୍‌ ବାର୍ତ୍ତାଳାପର କେତୋଟି ସ୍କ୍ରିନ୍‌ ଶଟ୍‌ ଧରିତ୍ରୀର ହସ୍ତଗତ ହୋଇଛି। ଖଣିଠାରୁ ଉତ୍ତର ଦିଗକୁ ଥିବା ଡମ୍ପର ଦୂରତା ଅସୁରକ୍ଷିତ ଭାବେ ମାତ୍ର ୨୦ ମିଟର ଏବଂ ଦକ୍ଷିଣକୁ ରହିଥିବା ଡମ୍ପର ଦୂରତା ମାତ୍ର ୩୦ ମିଟରରେ ରହିଥିବା ନେଇ କେନ୍ଦ୍ର ସରକାରଙ୍କ ୱେବ୍‌ପୋର୍ଟାଲ ‘ସେଣ୍ଟ୍ରାଲାଇଜଡ୍‌ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ୍‌ ଆଣ୍ଡ ମନିଟରିଂ ସିଷ୍ଟମ’ ମାଧ୍ୟମରେ ୯ା୪ା୨୦୨୧ ଏବଂ ୧୬ା୪ା୨୦୨୧ରେ ୨ଟି ଅଭିଯୋଗ ହୋଇଥିଲା। ଗତ ଜୁନ ୧୭ ଓ ୧୮ରେ ଡିଜିଏମ୍‌ଏସ୍‌ ଭୁବନେଶ୍ୱର କ୍ଷେତ୍ର ଡେପୁଟି ଡାଇରେକ୍ଟର ଇନୁମୁଲା ସତ୍ୟନାରାୟଣ ଅଭିଯୋଗ ସଂକ୍ରାନ୍ତରେ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ମିଳିବା ପରେ ଡିଜିଏମ୍‌ଏସ୍‌ ପକ୍ଷରୁ ଖଣି ଖନନ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଉକ୍ତ ନିର୍ଦ୍ଦେଶକୁ ମିଳିମିଶି ଉଲ୍ଲଂଘନ କରାଯାଉଛି।
ଏଠାରେ ଉଲ୍ଲେଖଯୋଗ୍ୟ ୨୦୧୮ ମାର୍ଚ୍ଚରେ ତାମିଲନାଡୁ ଥୋଥୁକୁଡ଼ିସ୍ଥିତ ବେଦାନ୍ତ କମ୍ପାନୀର କପର ସ୍ମେଲ୍‌ଟର କାରଖାନାକୁ ଜଳ ପ୍ରଦୂଷଣ ପାଇଁ ଦାୟୀ କରାଯିବା ସହ ଏହାକୁ ବନ୍ଦ କରିବା ନିମନ୍ତେ ଦାବି ହୋଇଥିଲା। ଏନେଇ ଆନ୍ଦୋଳନ ବେଳେ ୧୩ ଜଣ ସ୍ଥାନୀୟ ଲୋକ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ। ୧୦୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଥିଲେ। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ତାମିଲନାଡୁ ସରକାର ୨୦୧୮ ମେ ମାସରେ ପରିବେଶ ନିୟମ ଉଲ୍ଲଂଘନ ପାଇଁ କାରଖାନାକୁ ବନ୍ଦ କରିଦେଇଥିଲେ। ସେହିପରି ରାଜସ୍ଥାନର ବେଦାନ୍ତ ଜିଙ୍କ୍‌ ମାଇନ୍ସରେ ପ୍ରାୟ ୨୫୦୦ କୋଟି ଟଙ୍କାର ରାଜସ୍ବ ଠକେଇ ହୋଇଥିବା ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଅନ୍ୟ ସବୁ ରାଜ୍ୟର ସେଠାକାର ସରକାର ବେଆଇନ କାର୍ଯ୍ୟକୁ ବନ୍ଦ କରି ଲୋକଙ୍କ ହିତକୁ ଜଗୁଥିବାବେଳେ ଓଡ଼ିଶାରେ ତାହାର ବିପରୀତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri