Posted inଖେଳ

ବ୍ୟାଟିଂ କୋଚ୍‌ ପଦବୀ ଛାଡ଼ିଲେ ୟୁନିସ ଖାଁ

କରାଚୀ, ୨୩ା୬(ପି.ଟି.)-ପୂର୍ବତନ ଅଧିନାୟକ ୟୁନିସ ଖାଁ ମଙ୍ଗଳବାର ପାକିସ୍ତାନ କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ପଦବୀରୁ ଆକସ୍ମିକ ଓହରିଯାଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିର କାରଣ ଯଦିଓ ସ୍ପଷ୍ଟ ହୋଇ ନାହିଁ, ବୋର୍ଡ କିନ୍ତୁ ଆପୋସ ବୁଝାମଣା ଭିତ୍ତିରେ ଏହା ହୋଇଥିବା ସଫେଇ ଦେଇଛି। ପାକିସ୍ତାନ ଟିମ୍‌ ଜୁନ୍‌ ୨୫ରୁ ଜୁଲାଇ ୨୦ ୟୁନାଇଟେଡ କିଙ୍ଗ୍‌ଡମ୍‌ (ୟୁକେ) ଟୁର୍‌ରେ ଯିବ। ଦଳ ସେଠାରେ ୩ ଅନ୍ତର୍ଜାତୀୟ ଦିନିକିଆ ଓ ୫ ସମାନ ସଂଖ୍ୟକ ଟି୨୦ ଖେଳିବ। ପାକିସ୍ତାନ କ୍ରିକେଟ ଦଳ ବ୍ୟାଟିଂ କୋଚ୍‌ ବିନା ୟୁକେ ଗସ୍ତ କରିବ। ପରେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ୟୁନିସ ଖାଁଙ୍କ ଉତ୍ତରାଧିକାରୀ ଠିକଣା ସମୟରେ ଚୟନ କରାଯିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ କହିଛି। ଖବର ଅନୁସାରେ ୟୁନିସ ତାଙ୍କର ଭୂମିକାକୁ ନେଇ ସନ୍ତୁଷ୍ଟ ନ ଥିଲେ। ଦଳର ଖେଳାଳି ଚୟନ କ୍ଷେତ୍ରରେ ତାଙ୍କର ବିଶେଷ କ୍ଷମତା ରହୁ ବୋଲି ସେ ଚାହୁଁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଟେଷ୍ଟକୁ ଫେରିବେ ଅଧିନାୟକ କୋହଲି

ଜୋହନ୍ସବର୍ଗ,୮।୧: ପିଠିରେ ଯନ୍ତ୍ରଣା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଥିବା ଅଧିନାୟକ ବିରାଟ କୋହଲି କ୍ରମେ ସୁସ୍ଥ ହେବାରେ ଲାଗିଛନ୍ତି।...

୩ ପଦାଧିକାରୀଙ୍କୁ ସସ୍‌ପେଣ୍ଡ କଲା କ୍ରିକେଟ ସାଉଥ୍‌ ଆଫ୍ରିକା

ଜୋହାନ୍ସବର୍ଗ,୩୧।୧୦(ଏଏଫ୍‌ପି)- କ୍ରିକେଟ ସାଉଥ ଆଫ୍ରିକା (ସିଏସ୍‌ଏ) ବୁଧବାର ତା’ର ୩ଜଣ ପଦାଧିକାରୀଙ୍କୁ ସସ୍‌ପେଣ୍ଡ କରିଛି। ତେବେ ଏହି ୩ ପଦାଧିକାରୀଙ୍କ ନାମ ସ୍ପଷ୍ଟ କରାଯାଇ ନାହିଁ।...

ଏହି ବିସ୍ଫୋରକ ଓପନରଙ୍କୁ ଇସିବି କଲା ବ୍ୟାନ୍‌; ଦେବାକୁ ହେବ…

ନୂଆଦିଲ୍ଲୀ,୨୩।୩: ଇଂଲଣ୍ଡର ପ୍ରସିଦ୍ଧ କ୍ରିକେଟର ତଥା ବିସ୍ଫୋରକ ଓପନର ଜେସନ ରୟଙ୍କୁ ବ୍ୟାନ କରିଛି ଇଂଲଣ୍ଡ ଆଣ୍ଡ ଓ୍ବାଲ୍ସ କ୍ରିକେଟ ବୋର୍ଡ(ଇସିବି)। ଦୁଇଟି ମ୍ୟାଚ୍‌ରୁ ବ୍ୟାନ୍‌...

ମାରପିଟ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲେ ପ୍ରବୀଣ

ନୂଆଦିଲ୍ଲୀ,୧୬।୧୨(ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାଙ୍କ ବିରୋଧରେ ଫ୍ୟାକ୍ଟ୍ରି ମାଲିକଙ୍କୁ ମାରପିଟ୍‌ କରିଥିବା ପୋଲିସରେ ଅଭିଯୋଗ ହୋଇଛି। କିନ୍ତୁ ସୋମବାର ଏହାକୁ ଅସ୍ବୀକାର କରିଛନ୍ତି...

ସ୍ପଟ୍‌ ଫିକ୍ସିଂ ପରେ ଅମିରଙ୍କୁ ମାଡ଼ ମାରିଥିଲେ ଆଫ୍ରିଦୀ

କରାଚୀ,୧୨।୬(ପିଟି): ପାକିସ୍ତାନ ଦଳର ପୂର୍ବତନ ଦିନିକିଆ ଅଧିନାୟକ ଶାହିଦ ଆଫ୍ରିଦୀ ମାଡ଼ ମାରିବା ପରେ ମହମ୍ମଦ ଅମିର ସ୍ପଟ୍‌ ଫିକ୍ସିଂ ମାମଲାରେ ଜଡ଼ିତ ଥିବା ଦୋଷ...

ଇଂଲଣ୍ଡ ସହ ଦିନିକିଆ, ଟି୨୦ ସିରିଜ୍‌ ଖେଳିବ ଭାରତ

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳ ଆସନ୍ତା ବର୍ଷ ଜୁଲାଇରେ ଇଂଲଣ୍ଡ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ ଖେଳିବ। ଏ ନେଇ...

ରାଜ ଅଥଓ୍ବାଲ ଓଡ଼ିଶା ଏଫ୍‌ସିର ନୂଆ ସଭାପତି

ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ସଂଘର୍ଷ ଜାରି ରଖିଥିବା ଓଡ଼ିଶା ଏଫ୍‌ସି କ୍ଲବର ନୂଆ ସଭାପତି ହୋଇଛନ୍ତି...

ଅଷ୍ଟ୍ରେଲିଆ ସମୀକ୍ଷକଙ୍କ ବଡ଼ ଭୁଲ: ସିରାଜଙ୍କ ପରିବର୍ତ୍ତେ ନବଦିପଙ୍କ ପିତାଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ସିଡନୀ, ୨୭।୧୧: କରୋନା ମହାମାରି ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍‌ ଶୁକ୍ରାବରଠାରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ମାସ ପରେ...

Advertisement
Archives

Model This Week