Posted inଖେଳ

ଟୋକିଓ ଅଲିମ୍ପିକ୍ସ: ମନପ୍ରୀତ ଅଧିନାୟକ, ହରମନପ୍ରୀତଙ୍କୁ ମଧ୍ୟ ଉପଅଧିନାୟକ ଦାୟିତ୍ୱ: ବୀରେନ୍ଦ୍ର ଉପଅଧିନାୟକ

ନୂଆଦିଲ୍ଲୀ, ୨୩।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସ ପାଇଁ ମନପ୍ରୀତ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ଉପଅଧିନାୟକ ପାଇଁ ୨ ଜଣଙ୍କ ନାମ ଘୋଷଣା କରାଯାଇଛି। ସେମାନେ ହେଲେ ହରମନପ୍ରୀତ ସିଂ ଏବଂ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା। ଟୋକିଓ ପାଇଁ ଗତ ସପ୍ତାହରେ ୧୬ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଥିଲେ ହେଁ ଅଧିନାୟକ ଓ ଉପଅଧିନାୟକଙ୍କ ନାମ ଘୋଷଣା ହୋଇ ନ ଥିଲା। ପ୍ରକାଶଯୋଗ୍ୟ ଯେ ଓଡ଼ିଶାର ଦୀପ୍‌ ଗ୍ରେସ୍‌ ଏକ୍କାଙ୍କୁ ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ମନୋନୟନ କରାଯିବାର ଗୋଟିଏ ଦିନ ପରେ ବୀରେନ୍ଦ୍ରଙ୍କୁ ପୁରୁଷ ଦଳର ଡେପୁଟି ଦାୟିତ୍ୱ ଦିଆଯାଇଛି।
”ତୃତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବାରୁ ମୁଁ ବହୁତ ଖୁସି। ଏଥର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏପରି ଦାୟିତ୍ୱ ତୁଲାଇବା ମୋ ପାଇଁ ଗର୍ବର ବିଷୟ“ ବୋଲି ମନପ୍ରୀତ ପ୍ରକାଶ କରିଛନ୍ତି। ମିଡ୍‌ ଫିଲ୍ଡର ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ଦଳ ପୂର୍ବରୁ ଅନେକ ମାଇଲଖୁଣ୍ଟ ସ୍ପର୍ଶ କରିଛି। ୨୦୧୭ରେ ଏସିଆ କପ୍‌ ଚାମ୍ପିୟନ ହେବା ସହ ୨୦୧୮ରେ ଏସିଆନ ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଥିଲା। ସେହିପରି ଦଳ ୨୦୧୯ରେ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସରେ ମଧ୍ୟ ଟାଇଟଲ ହାସଲ କରିଥିଲା। ମନପ୍ରୀତଙ୍କ ନେତୃତ୍ୱରେ ଭାରତ ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଅଧିନାୟକ ଦାୟିତ୍ୱକୁ ସଫଳତାର ସହ ସମ୍ପନ୍ନ କରି ସେ ଭାରତକୁ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୪ ନମ୍ବର ସ୍ଥାନରେ ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
”ଗତ କିଛି ବର୍ଷ ଧରି ଏହି ତିନି ଖେଳାଳି ଦଳୀୟ ନେତୃତ୍ୱ ନେବାର ଅଂଶବିଶେଷ ରହି ଆସିଛନ୍ତି। ଚ୍ୟାଲେଞ୍ଜିଂ ସମୟରେ ଏମାନେ ଅଭିଜ୍ଞତାର ଉପଯୋଗ କରି ଯୁବ ଖେଳାଳିଙ୍କୁ ଠିକ୍‌ଭାବେ ଗାଇଡ୍‌ କରି ଆସିଛନ୍ତି। ଆଗାମୀ ଟୁର୍ନାମେଣ୍ଟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆମେ ନେତୃତ୍ୱକୁ ଦୃଢ଼ କରିଛୁ। ଫଳରେ ୨ ଜଣଙ୍କୁ ଉପଅଧିନାୟକ ଦାୟିତ୍ୱ ଦେଇଛୁ। ଏମାନେ ଦଳକୁ ସଫଳତା ଦିଗରେ ନେବାନେଇ ଆମେ ଦୃଢ଼ ଆଶା ରଖିଛୁ“ ବୋଲି ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ କହିଛନ୍ତି। ଭେଟେରାନ ଡିଫେଣ୍ଡର ବୀରେନ୍ଦ୍ର ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳର ସଦସ୍ୟ ଥିଲେ। କିନ୍ତୁ ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁ ୨୦୧୬ ରିଓ ଅଲିମ୍ପିକ୍ସ ଖେଳିପାରି ନ ଥିଲେ। ମାତ୍ର ଦଳକୁ ପ୍ରତ୍ୟାବର୍ତ୍ତନ ପରେ ତାଙ୍କ ପ୍ରଦର୍ଶନରେ ଅନେକ ଉନ୍ନତି ଘଟିଛି ଏବଂ ଦଳରେ ନିଜ ଭୂମିକାକୁ ଠିକ୍‌ଭାବେ ତୁଲାଇଛନ୍ତି। ସେହିପରି ହରମନପ୍ରୀତ ମଧ୍ୟ ୨୦୧୫ରୁ ସିନିୟର ପଦାର୍ପଣ କରିବା ପରେ ନିଜ ଡିଫେଣ୍ଡର ଏବଂ ଡ୍ରାଗ୍‌ଫ୍ଲିକର ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିଛନ୍ତି। ୨୦୧୯ରେ ମନପ୍ରୀତଙ୍କ ଅନୁପସ୍ଥିତିରେ ସେ ଦଳର ନେତୃତ୍ୱ ନେଇ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟରେ ଭାରତକୁ ଚାମ୍ପିୟନ କରାଇଥିଲେ। ଟୋକିଓରେ ଭାରତୀୟ ଦଳ ଜୁଲାଇ ୨୪ରେ ନ୍ୟୁଜିଲାଣ୍ଡ ସହ ମ୍ୟାଚ ଖେଳି ଏହାର ଅଲିମ୍ପିକ୍‌ ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri