କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା ରାଇବଣିଆର ସୌମ୍ୟରଞ୍ଜନ ପାତ୍ର। ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲା କାମାକ୍ଷାନଗରର ଅଞ୍ଚଳର ୨୩ ବର୍ଷୀୟା ଯୁବତୀଙ୍କ ସହ ଅଭିଯୁକ୍ତ ଗତ ୩ ବର୍ଷ ଧରି ସମ୍ପର୍କରେ ଥିଲେ। ଉଭୟେ ଗୋଟିଏ ସ୍ଥାନରେ କାମ କରୁଥିବା ବେଳେ ଲିଭ-ଇନ୍ରେ ରହୁଥିଲେ। ଅଭିଯୁକ୍ତ ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ବିବାହ ଲାଗି ମନା କରିଦେଇଥିଲେ। ଏ ନେଇ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସୌମ୍ୟରଞ୍ଜନଙ୍କୁ ଶୁକ୍ରବାର ଗିରଫ ପରେ କୋର୍ଟଚାଲାଣ କରିଛି।

