Posted inଖେଳ

ହୃଦଘାତରେ ଆଖି ବୁଜିଲେ ଏହି ଯୁବ କ୍ରିକେଟର; ଏସ୍‌ସିଏ ସ୍ତବ୍ଧ

ନୂଆଦିଲ୍ଲୀ,୧୬।୧୦: ପୂର୍ବତନ ଭାରତ ଅଣ୍ଡର-୧୯ ଅଧିନାୟକ ତଥା ସୌରାଷ୍ଟ୍ର ପକ୍ଷରୁ ଘରୋଇ ଟୁର୍ନାମେଣ୍ଟ ଖେଳୁଥିବା ଅଭି ବାରୋତଙ୍କ ଅକାଳ ବିୟୋଗ ଘଟିଛି। ମାତ୍ର ୨୯ ବର୍ଷ ବୟସରେ ହୃଦଘାତ ଯୋଗୁ ଏହି କ୍ରିକେଟରଙ୍କ ଦେହାନ୍ତ ହୋଇଛି।

ଶୁକ୍ରବାର ଘରେ ଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ ଅଭି। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଉଥିଲା। ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଙ୍କ ମୃତ୍ୟୁ ପରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ସ୍ତବ୍ଧ ହୋଇଯାଇଛି।

ଏସ୍‌ସିଏର ଅଧ୍ୟକ୍ଷ ଜୟଦେବ ଶାହ ଶୋକବ୍ୟକ୍ତ କରିବା ସହ ହରିୟାଣାରୁ ତାଙ୍କୁ ସୌରାଷ୍ଟ୍ର ଆଣିଥିବା କହିଛନ୍ତି। ଅଭି ତାଙ୍କର କ୍ୟାରିୟର ପାଇଁ ସର୍ବଦା ମନେ ରହିବେ। ୪୨ ବର୍ଷରେ ଅଭିଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏଣୁ ତାଙ୍କ ପରେ ମା’ ଏବଂ ସ୍ତ୍ରୀଙ୍କ ଦୁନିଆ ଥିଲେ ସେ। ସ୍ତ୍ରୀ ଗର୍ଭବତୀ ଥିବାରୁ ଏବେ ତାଙ୍କର ସନ୍ତାନ ହୋଇଥାନ୍ତା। ହେଲେ ଭାରତ ପାଇଁ ଖେଳିବା ଏବଂ ବାପା ହେବାର ଖୁସି ସେ ଅନୁଭବ କରିପାରିଲେ ନାହିଁ ବୋଲି ଶାହ କହିଛନ୍ତି। ପରିବାରକୁ ଏଭଳି ଦୁଃଖରୁ ମୁକୁଳିବାକୁ ସମୟ ଲାଗିବ ବୋଲି ସେ ମଧ୍ୟ କହିଛନ୍ତି।

କହିରଖୁଛୁ, ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ଅଭି ୩୮ ପ୍ରଥମ ଶ୍ରେଣୀ, ୩୮ ଲିଷ୍ଟ ଏ ଓ ୨୦ ଘରୋଇ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ୨୦୧୧ରେ ଭାରତର ଅଣ୍ଡର-୧୯ ଟିମ୍‌ର ଅଧିନାୟକ ଥିଲେ। ନିକଟରେ ଶେଷ ହୋଇଥିବା ସୟିଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ୫୩ ବଲ୍‌ରେ ବିସ୍ଫୋରକ ୧୨୨ ରନ୍‌ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ଏବେ ଏହି କ୍ରିକେଟରଙ୍କ ବିୟୋଗରେ ବିଶିଷ୍ଟ କ୍ରିକେଟରମାନେ ଶୋକବ୍ୟକ୍ତ କରିବା ସହ ପରିବାରକୁ ସମବେଦନା ଜଣାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଝିଅ: ନିଜ ମାଆକୁ ହତ୍ୟା କରିବା ପାଇଁ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର, ପୂରା ଘଟଣା କରିଦେବ ସ୍ତବ୍ଧ

ଜୟପୁର,୧୦।୭: ରାଜସ୍ଥାନରୁ ଏକ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ମାଆ-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କରିଦେଇଛି। ଜୟପୁରର ପ୍ରତାପ ନଗର ଅଞ୍ଚଳରେ ଜଣେ ୨୩…

ପାଟପୁର ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ…

ଦିଗପହଣ୍ଡି,୧୦ା୭(ଅଶେଷ ନାଥ ମିଶ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ…

୪ ବର୍ଷର ଶିଶୁ କନ୍ୟାଙ୍କୁ ନିର୍ଜନ ସ୍ଥାନକୁ ଡାକିନେଲେ ନାବାଳକ: ବଳାତ୍କାର ପରେ ଘଟିଲା…

ଡାବୁଗାଁ,୧୦।୭(ସବିତା ମହାନ୍ତି):ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ…

ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡରୁ ମୋଦିଙ୍କ ବଡ଼ ଘୋଷଣା, ଏଠାରେ ଖେଳାଯିବ ବିଗ୍ ବାଶ ଲିଗ୍

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରତିଷ୍ଠିତ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (MCG) ପରିଦର୍ଶନ କରିଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡା କୂଟନୀତିକୁ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri