ଦେଶ ଉନ୍ନତିରେ ସହଭାଗୀ ହୁଅନ୍ତୁ ଯୁବଗୋଷ୍ଠୀ

ଶିକ୍ଷା ମଣିଷର ମୌଳିକ ଆବଶ୍ୟକତା। ଦେଶ ଓ ଜାତିର ଉନ୍ନତି ଦିଗରେ ଉତ୍ତମ ଶିକ୍ଷା ହିଁ ବାଟ କଢ଼ାଏ। ଇଂଲିଶ୍‌ ମାଧ୍ୟମ ଶିକ୍ଷା ସମେତ ଆଦର୍ଶ, ଜାତୀୟତାବାଦ ଓ ସଂସ୍କୃତିସମ୍ପନ୍ନ ମୂଲ୍ୟବୋଧରେ ପ୍ରତିଷ୍ଠିତ ସେଣ୍ଟ ଜାଭିୟର୍ସ ଗ୍ରୁପ୍‌ ଅଫ୍‌ ସ୍କୁଲ୍ସର ନିର୍ଦ୍ଦେଶକ ପ୍ରଭୁଚରଣ ମହାନ୍ତି ଧରିତ୍ରୀକୁ ସାକ୍ଷାତ୍‌କାର ଦେଇ ଶିକ୍ଷା ବ୍ୟବସ୍ଥା ଉପରେ ମତ ରଖିଛନ୍ତି।

ବ୍ୟବସାୟ କ୍ଷେତ୍ରକୁ କିପରି ଆସିଲେ?
ମୁଁ ରେଭେନ୍‌ଶାରୁ ସ୍ନାତକ ପାସ୍‌ କରି ଖଲିକୋଟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପଢ଼ିଲି। ସେହି ସମୟରେ ମୋ ମାମୁ ତଥା ବ୍ରହ୍ମପୁରର ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ ମଧୁସୂଦନ ପଟ୍ଟନାୟକଙ୍କ ଅନେକ ଖ୍ୟାତି ଥାଏ। ମାମୁଙ୍କୁ ଦେଖି ବ୍ୟବସାୟ କରିବାର ଇଚ୍ଛା ଥିଲା। ମାତ୍ର ବାପା ସ୍ବର୍ଗତ ଡମ୍ବରୁଧର ମହାନ୍ତି ଜଣେ ସରକାରୀ କର୍ମଚାରୀ ଥିଲେ। ତେଣୁ ମୁଁ ଚିନ୍ତା କରୁଥିବା ବ୍ୟବସାୟ ସହଜ ନ ଥିଲା। ଫଳରେ ମାମୁଙ୍କ ତତ୍ତ୍ୱାବଧାନରେ ରିୟଲ ଇଷ୍ଟେଟ୍‌ ବ୍ୟବସାୟରେ ପାଦ ଦେଲି।

ବ୍ୟବସାୟରେ ସଫଳତା ପରେ ବି ଶିକ୍ଷାୟତନ ସୃଷ୍ଟି କରିବାକୁ ମନ ବଳାଇଲେ କାହିଁକି?
ମୁଁ ସେରାମିକ୍‌ ଟାଇଲ୍‌ ଓ ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟରେ ସଫଳ ଥିଲି। ଏପରି କି ସାରା ରାଜ୍ୟରେ ମୋର ବ୍ୟବସାୟ ବଢ଼ିଚାଲିଥିଲା। ସ୍ନାତକୋତ୍ତର ସାଥୀ ଶିକ୍ଷାବିତ୍‌ ଜି.ଏସ୍‌. ପଟ୍ଟନାୟକଙ୍କ ସହ ବହୁ ସମୟରେ ସାକ୍ଷାତ ହେଉଥିଲା। ତାଙ୍କ କର୍ମସ୍ଥଳୀ ବିଦ୍ୟାଳୟକୁ ମଧ୍ୟ ମୁଁ ଯାଇଛି। ଆମେ ଦୁହେଁ କଟକରେ ସେଣ୍ଟ ଜାଭିୟର୍‌ ସ୍କୁଲ୍‌ ପ୍ରତିଷ୍ଠା କରିବାକୁ ଇଚ୍ଛା ପ୍ରକାଶ କଲୁ। ଏଥିପାଇଁ କେତେଜଣ ସମଭାବାପନ୍ନ ବ୍ୟକ୍ତିଙ୍କୁ ନେଇ ଏକ ଗ୍ରୁପ୍‌ ତିଆରି କଲୁ। ସେହି ସମୟରେ ଇଂଲିଶ୍‌ ମାଧ୍ୟମ ସ୍କୁଲ୍‌ଗୁଡ଼ିକୁ କିଛି ଅନୁଷ୍ଠାନ କବଳିତ କରି ରଖିଥିଲେ। ଏକ ନୂଆ ଦିଶାରେ ଶିକ୍ଷାନୁଷ୍ଠାନ ତିଆରି ବ୍ୟବସ୍ଥା ହେଲା।
ଅଭିଭାବକମାନେ ସେଣ୍ଟ ଜାଭିୟର ସ୍କୁଲ୍‌କୁ କାହିଁକି ପସନ୍ଦ କରନ୍ତି?
ଶିକ୍ଷାୟତନ ଲାଗି ଗମନାଗମନ, ପିଲାଙ୍କ ଉନ୍ନତି ପାଇଁ ଅଭିଭାବକମାନଙ୍କ ସହ ସାକ୍ଷାତ ଓ ଶିକ୍ଷା ଛଡ଼ା ଅନ୍ୟାନ୍ୟ ବୌଦ୍ଧିକ ଉନ୍ନତିର ପାଠ୍ୟକ୍ରମ ସଂଯୋଗ ଆଦିକୁ ମୂଳମନ୍ତ୍ର କରିଛୁ। ମାତାପିତା ଓ ଶିକ୍ଷକଙ୍କ ମଧ୍ୟରେ ମାସିକ ଆଲୋଚନାରେ ନିର୍ଯାସକୁ ନେଇ ପିଲାଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଉ। ଅନଗ୍ରସର ପିଲାଙ୍କୁ ଅଧିକ ଧ୍ୟାନ ଦେବା ପାଇଁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥାଏ। ଶିକ୍ଷା ସହିତ ସଙ୍ଗୀତ, ନୃତ୍ୟ, ତର୍କ, ଚିତ୍ରାଙ୍କନ ଆଦିରେ ଛାତ୍ରୀଛାତ୍ରଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦିଆଯାଏ।
ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ପଛର କାରଣ କ’ଣ?
ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍‌ର ଆଭିମୁଖ୍ୟ ହେଉଛି ‘ସମସ୍ତଙ୍କ ପାଇଁ ଶିକ୍ଷା’। ଏହି ପରିପ୍ରେକ୍ଷୀରେ ଅନଗ୍ରସର ଅଞ୍ଚଳରେ ଇଂଲିଶ୍‌ ମାଧ୍ୟମ ଶିକ୍ଷାକୁ ସବୁ ବର୍ଗର ପିଲାଙ୍କ ପାଖରେ ପହଞ୍ଚାଇବା ପ୍ରୟାସ ଅବ୍ୟାହତ ରହିଛି। ଏଥିରୁ ମାଳ ଅଞ୍ଚଳ ଓ ମାଓବାଦୀ ଅଞ୍ଚଳ ମଧ୍ୟ ବାଦ୍‌ ପଡ଼ିନାହିଁ। କୌଣସି ପିଲା ଯେପରି ଶିକ୍ଷା ଅଧିକାରରୁ ବଞ୍ଚତ୍ତ ନ ହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଏବେ ଗ୍ରୁପ୍‌ର ଓଡ଼ିଶା ବ୍ୟତୀତ ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୁଡ୍‌ଗାଓଁ ଓ ନଏଡାରେ ୬୪ଟି ସ୍କୁଲ୍‌ କାର୍ଯ୍ୟ କରୁଛି।
‘କ୍ରିଷ୍ଣମୂର୍ତ୍ତି’ ନାମରେ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ କ’ଣ?
‘କ୍ରିଷ୍ଣମୂର୍ତ୍ତି ଓ୍ବାଲର୍‌ଡ ଅଫ୍‌ ସ୍କୁଲ୍‌’ ଆମର ୫୧ତମ ସ୍କୁଲ୍‌। ଏହା ଏକ ଗ୍ରୁପ୍‌ କନ୍‌ସେପ୍ଟ ସ୍କୁଲ୍‌। ଏହାକୁ ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଛି। ପ୍ରାରମ୍ଭରେ ମାତାପିତାଙ୍କ ସେବା, ଧନ ଓ ଜନ ସଞ୍ଚୟ, ସମ୍ପର୍କ ଓ ସଂଯୋଗ, ପରିବେଶପ୍ରେମ, ଜାତୀୟତାବୋଧ ଆଦି ନୈତିକ ଶିକ୍ଷାର ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇଥାଏ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ସଦୁପଦେଶରେ ସ୍କୁଲ୍‌ ଚାଲିଛି। ଶାନ୍ତିର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ପ୍ରତିଫଳନରେ ତାଙ୍କ ମୂର୍ତ୍ତି ପ୍ରତିଷ୍ଠିତ କରାଯାଇଛି।
ଆଗାମୀ ଲକ୍ଷ୍ୟ କ’ଣ ଅଛି ?
ଆଗକୁ ଓଡ଼ିଶାର ସବୁ ଜିଲାର ପ୍ରମୁଖ ସ୍ଥାନରେ ସ୍କୁଲ୍‌ ପ୍ରତିଷ୍ଠାର ଯୋଜନା ରହିଛି। ପିଲାମାନଙ୍କୁ ଇଂଲିଶ୍‌ ମାଧ୍ୟମ ଶିକ୍ଷା ସହିତ ନୈତିକ ଆଦର୍ଶରେ ଅନୁପ୍ରାଣିତ କରିବାକୁ ଲକ୍ଷ୍ୟ ରଖିଛୁ।
କୋଭିଡ୍‌ ସମସ୍ୟାର ସମାଧାନ କିଭଳି କରିଥିଲେ?
କୋଭିଡ୍‌ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ଦୀର୍ଘଦିନ ଧରି ସ୍କୁଲ୍‌ ବନ୍ଦ ରହିବାରୁ ବହୁ ଆର୍ଥିକ କ୍ଷତି ହୋଇଥିଲା। ସ୍କୁଲ୍‌ର ରକ୍ଷଣାବେକ୍ଷଣ, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଲାବ୍‌ ଯନ୍ତ୍ରପାତିର ସୁରକ୍ଷା, ବସ୍‌ ଓ ଯାନବାହନ ବୀମା, ସୁରକ୍ଷା କର୍ମଚାରୀ ଓ ଶିକ୍ଷକମାନଙ୍କ ଦରମା ଦେବା କାଠିକର ଥିଲା। ପରେ ଅନ୍‌ଲାଇନ୍‌ ଶିକ୍ଷା ପ୍ରଚଳନରେ ଆବଶ୍ୟକ ସରଞ୍ଜାମ ମଧ୍ୟ କିଣିବାରେ ଅର୍ଥ ବ୍ୟୟ କରିବାକୁ ପଡ଼ିଥିଲା। ଏହି ସମୟରେ ନିଟ୍‌ ପାସ୍‌ କରିଥିବା ମୋର ଦୁଇପୁଅ ସମ୍ୟକ୍‌ ଓ ସାମର୍ଥ ଅନ୍‌ଲାଇନ୍‌ ଶିକ୍ଷା ଏବଂ ଡିଜିଟାଲ୍‌ ପାଠ୍ୟକ୍ରମ ପାଇଁ ଏସ୍‌ଏସ୍‌ ଇନୋଭେଶନ୍‌ ଲ୍ୟାବ୍‌ ସ୍ଥାପନ କରାଇ ସମାଧାନର ବାଟ ଦେଖାଇଥିଲେ।
ଶିକ୍ଷା ବ୍ୟତୀତ ଯୁବଗୋଷ୍ଠୀଙ୍କୁ କି ଉପଦେଶ ଦେବେ?
ଯୁବଗୋଷ୍ଠୀ ନିଜ ବୁଦ୍ଧିବିଦ୍ୟା ବଳରେ ନୂଆ ଷ୍ଟାର୍ଟଅପ୍‌ ପ୍ରକଳ୍ପ ଆରମ୍ଭ କରି ଦେଶ ଓ ଜାତିର ଉନ୍ନତିରେ ସହାୟକ ହୁଅନ୍ତୁ। ଏହାଦ୍ୱାରା ସେମାନେ ଦେଶର ଆର୍ଥିକ ଓ ସାମାଜିକ ଉନ୍ନତିରେ ଭାଗୀଦାର ହୋଇପାରିବେ। ପିଲାମାନେ ବାହାର ଦେଶକୁ ନ ଯାଇ ଭାରତରେ କର୍ମନିଯୁକ୍ତି ସୃଷ୍ଟି କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri