Posted inଫୁରସତ

ହାଡ଼ଭଙ୍ଗା ଶୀତରେ ଏମିତି ଦେଶୀ ଯୋଗାଡ଼ କଲେ ଯୁବକ, ଭିଡିଓ ଦେଖିଲେ କହିବେ ନାସା ବି ମାରିବ ଫେଲ୍‌

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ବେଳେବେଳେ କେହି ଏଠାରେ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରିଥାନ୍ତି। ଏହା ନୁହେଁ ଯେ, ଏହି ପ୍ରତିଭା କେବଳ ନୃତ୍ୟ, ଗୀତ କିମ୍ବା ଅଭିନୟରେ ସୀମିତ। ଏହା ନିଜ ବୁଦ୍ଧି ବଳର ପ୍ରତିଭା ମଧ୍ୟ ହୋଇପାରେ। ଏହିପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by Saurabh Gupta (@millionaire_saurabhh)

ବର୍ତ୍ତମାନ ସୁଦ୍ଧା ଆପଣ ଲୋକମାନଙ୍କୁ ଦିଆସିଲି, ଲାଇଟର୍‌ ଭଳି ଜିନିଷ ବ୍ୟବହାର କରୁଥିବା ଦେଖିଥିବେ। ପୁରାତନ କାଳରେ ପଥରକୁ ପଥର ସହ ଘଷି ନିଆଁ ଜଳାଉଥିଲେ। କିନ୍ତୁ ସ୍ମାର୍ଟ ଥିବା ଲୋକମାନେ ଯେକୌଣସି ସ୍ଥାନରେ ଶସ୍ତା ଏବଂ ସ୍ଥାୟୀ ସମାଧାନ କରିପାରିବେ। ଏହି ଭିଡିଓରେ ଜଣେ ଯୁବକ ମଧ୍ୟ ଠିକ୍‌ ସେମିତି କାର୍ଯ୍ୟ କରୁଥିବା ନଜର ଆସିଛନ୍ତି। ଏହାକୁ ଦେଖି ଆପଣ ମଧ୍ୟ ଏହାକୁ ପ୍ରଶଂସା କରିବେ।

ଭାଇରାଲ ଭିଡିଓରେ ଦେଖିପାରିବେ ଯେ, ଜଣେ ଯୁବକ ମୋଟରସାଇକେଲରେ ବସିଛନ୍ତି। ଏହି ସମୟରେ ସେ ପେଟ୍ରୋଲ ଟାଙ୍କି ଖୋଲି ଟାଙ୍କି ଭିତରେ ଏକ କାଠି ରଖୁଛନ୍ତି। ଯେତେବେଳେ ପେଟ୍ରୋଲ ସହିତ କାଠି ଓଦା ହେଉଛି, ସେତେବେଳେ ସେ ଏହାକୁ ବାହାରକୁ ଆଣୁଛନ୍ତି। ଆଉ ତା’ପରେ ବାଇକ୍‌ ଷ୍ଟାର୍ଟ କରି ପେଟ୍ରୋଲରେ ଭିଜିଥିବା ବାଡ଼ିକୁ ନେଇ ଏହାକୁ ଏକ ସ୍ପାର୍କରେ ଲଗାଇବାରୁ ଏହା ଜଳିଉଠୁଛି। ତା’ପରେ ସେ ପାଖରେ ଥିବ କିଛି ଶୁଖିଲା ନଡ଼ାରେ ସେହି ଜଳନ୍ତା କାଠି ସାହାଯ୍ୟରେ ନିଆଁ ଲଗାଉଛନ୍ତି। ସେଠାରେ ଥିବା ଲୋକମାନେ ନିଆଁ ପୁଉଁଛନ୍ତି।

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ millionaire_saurabhh ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହ ଭିଡିଓକୁ ୪ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ୪୦ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ଲୋକମାନେ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ତାଙ୍କୁ ନାସା ଠାରୁ ଏକ କଲ୍‌ ମିଳିବା ଉଚିତ୍‌। ଅନ୍ୟ ଜଣେ କହିଛନ୍ତି, ଭାଇ ଇଏ ନିଜକୁ ନିଉଟନ ଭାବୁଛନ୍ତି। ସେହିପରି ଆଉ ଜଣେ କହିଛନ୍ତି, ବାଇକ୍‌ ଜଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri