Posted inଫୁରସତ

ହାଡ଼ଭଙ୍ଗା ଶୀତରେ ଏମିତି ଦେଶୀ ଯୋଗାଡ଼ କଲେ ଯୁବକ, ଭିଡିଓ ଦେଖିଲେ କହିବେ ନାସା ବି ମାରିବ ଫେଲ୍‌

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ବେଳେବେଳେ କେହି ଏଠାରେ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରିଥାନ୍ତି। ଏହା ନୁହେଁ ଯେ, ଏହି ପ୍ରତିଭା କେବଳ ନୃତ୍ୟ, ଗୀତ କିମ୍ବା ଅଭିନୟରେ ସୀମିତ। ଏହା ନିଜ ବୁଦ୍ଧି ବଳର ପ୍ରତିଭା ମଧ୍ୟ ହୋଇପାରେ। ଏହିପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by Saurabh Gupta (@millionaire_saurabhh)

ବର୍ତ୍ତମାନ ସୁଦ୍ଧା ଆପଣ ଲୋକମାନଙ୍କୁ ଦିଆସିଲି, ଲାଇଟର୍‌ ଭଳି ଜିନିଷ ବ୍ୟବହାର କରୁଥିବା ଦେଖିଥିବେ। ପୁରାତନ କାଳରେ ପଥରକୁ ପଥର ସହ ଘଷି ନିଆଁ ଜଳାଉଥିଲେ। କିନ୍ତୁ ସ୍ମାର୍ଟ ଥିବା ଲୋକମାନେ ଯେକୌଣସି ସ୍ଥାନରେ ଶସ୍ତା ଏବଂ ସ୍ଥାୟୀ ସମାଧାନ କରିପାରିବେ। ଏହି ଭିଡିଓରେ ଜଣେ ଯୁବକ ମଧ୍ୟ ଠିକ୍‌ ସେମିତି କାର୍ଯ୍ୟ କରୁଥିବା ନଜର ଆସିଛନ୍ତି। ଏହାକୁ ଦେଖି ଆପଣ ମଧ୍ୟ ଏହାକୁ ପ୍ରଶଂସା କରିବେ।

ଭାଇରାଲ ଭିଡିଓରେ ଦେଖିପାରିବେ ଯେ, ଜଣେ ଯୁବକ ମୋଟରସାଇକେଲରେ ବସିଛନ୍ତି। ଏହି ସମୟରେ ସେ ପେଟ୍ରୋଲ ଟାଙ୍କି ଖୋଲି ଟାଙ୍କି ଭିତରେ ଏକ କାଠି ରଖୁଛନ୍ତି। ଯେତେବେଳେ ପେଟ୍ରୋଲ ସହିତ କାଠି ଓଦା ହେଉଛି, ସେତେବେଳେ ସେ ଏହାକୁ ବାହାରକୁ ଆଣୁଛନ୍ତି। ଆଉ ତା’ପରେ ବାଇକ୍‌ ଷ୍ଟାର୍ଟ କରି ପେଟ୍ରୋଲରେ ଭିଜିଥିବା ବାଡ଼ିକୁ ନେଇ ଏହାକୁ ଏକ ସ୍ପାର୍କରେ ଲଗାଇବାରୁ ଏହା ଜଳିଉଠୁଛି। ତା’ପରେ ସେ ପାଖରେ ଥିବ କିଛି ଶୁଖିଲା ନଡ଼ାରେ ସେହି ଜଳନ୍ତା କାଠି ସାହାଯ୍ୟରେ ନିଆଁ ଲଗାଉଛନ୍ତି। ସେଠାରେ ଥିବା ଲୋକମାନେ ନିଆଁ ପୁଉଁଛନ୍ତି।

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ millionaire_saurabhh ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହ ଭିଡିଓକୁ ୪ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ୪୦ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ଲୋକମାନେ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ତାଙ୍କୁ ନାସା ଠାରୁ ଏକ କଲ୍‌ ମିଳିବା ଉଚିତ୍‌। ଅନ୍ୟ ଜଣେ କହିଛନ୍ତି, ଭାଇ ଇଏ ନିଜକୁ ନିଉଟନ ଭାବୁଛନ୍ତି। ସେହିପରି ଆଉ ଜଣେ କହିଛନ୍ତି, ବାଇକ୍‌ ଜଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri