Posted inଫୁରସତ

ଯୁବକ ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ମାଉଥ୍‌ଓ୍ବାଶ୍‌: ଆମାଜନ ଯାହା ପଠାଇଲା ଜାଣିଲେ…

କରୋନା ମହାମାରୀ ସମୟରେ ଲୋକେ ବାହାରକୁ ଯିବା ପାଇଁ ଡରୁଥିବାରୁ ଅନ୍‌ଲାଇନ୍‌ରେ ବିଭିନ୍ନ ସାମଗ୍ରୀ ମଗାଉଛନ୍ତି। ଏମିତି ମୁମ୍ବାଇର ଜଣେ ଯୁବକ ଆମାଜନରେ ୪୦୦ ଟଙ୍କାର ମାଉଥ୍‌ଓ୍ବାଶ ଅର୍ଡର କରିଥିଲେ। ମାତ୍ର ଯେତେବେଳେ ଏହା ଡେଲିଭରୀ ହେଲା ସେତେବେଳେ ପ୍ୟାକେଟ୍‌ ଖୋଲିବା ପରେ ତାଙ୍କ ହୋସ୍‌ ଉଡ଼ିଗଲା। କାରଣ ମାଉଥ୍‌ଓ୍ବାଶ ବଦଳରେ ରେଡ୍‌ମୀ ବ୍ରାଣ୍ଡ୍‌ର ଏକ ସ୍ମାର୍ଟଫୋନ୍‌ ତାଙ୍କୁ ମିଳିଥିଲା। ଏ ବିଷୟରେ ସେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

ଏହା ପରେ କମ୍ପାନୀର ସହସଂସ୍ଥାପକ ଲୋକେଶ ଡାଗା କହିଛନ୍ତି, ସେ କେବଳ ମାଉଥ୍‌ଓ୍ବାଶ ଅର୍ଡର କରିଥିଲେ। ମାତ୍ର ଆମାଜନ ଇଣ୍ଡିଆ ତାଙ୍କୁ ଏକ ସ୍ମାର୍ଟଫୋନ୍‌ ପଠାଇଥିଲା। ଲୋକେଶ କହିଛନ୍ତି, ଡେଲିଭରୀ କରାଯାଇଥିବା ସାମଗ୍ରୀ ପ୍ୟାକେଟ ଲେବଲ ଉପରେ ତାଙ୍କ ନାଁ ଥିଲା। ମାତ୍ର ଚାଲାଣ ଅନ୍ୟ କାହା ନାଁରେ କଟାଯାଇଛି।

ସେ କହିଛନ୍ତି, ଆମାଜର ଭୁଲ ଯୋଗୁ ରେଡ୍‌ମୀ-୧୦ ସ୍ମାର୍ଟଫୋନ୍‌ ଚାଲିଯାଇଛି। ଏହି ଫୋନ୍‌ର ଦାମ୍‌ ୧୩୦୦୦ ଟଙ୍କା। ମାଉଥ୍‌ଓ୍ବାର୍ଶ ମଗାଇଥିବା ଯୁବକ ଜଣକ ମୋବାଇଲ ପାଇଥିବା ବିଷୟରେ ସୋସିଆଲ ମିଡିଆ ଜରିଆରେ ଆମାଜନକୁ ସୂଚନା ଦେଇଥିଲେ। ତାଙ୍କର ଏହି ଟୁଇଟ୍‌ ଉପରେ ଲୋକେ ନାନା ପ୍ରତିକ୍ରିୟା ଦେଉଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ସ୍ମାର୍ଟଫୋନ୍‌ ରଖିଦିଅନ୍ତୁ। ପଡ଼ୋଶୀଙ୍କ ନାଁରେ ମାଉଥ୍‌ଓ୍ବାର୍ଶ ମଗାଇ ନିଅନ୍ତୁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଲୋକେଶ ଡାଗାଙ୍କ ଭଲ ପ୍ରୟାସ। ମାତ୍ର ଆଶ୍ଚର୍ଯ୍ୟର କଥା ଏହି ବ୍ୟକ୍ତିଙ୍କର ଏବେ ହେବ କ’ଣ। ଯିଏ ସ୍ମାର୍ଟଫୋନ୍‌ ପାଇଁ ଅର୍ଡର କରି ମାଉଥ୍‌ଓ୍ବାଶ୍‌ ପାଇଥିବେ। ଏହି ଘଟଣାକୁ ନେଇ ଟୁଇଟ୍‌ରରେ ଖୁବ୍‌ ଚର୍ଚ୍ଚା ହେଉଛି। ଲୋକେ ଏହାକୁ ମଜାଳିଆ ଢଙ୍ଗରେ ଶେୟାର ବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri