ସୁଶାନ୍ତଙ୍କ ଭଳି ଅବିକଳ ଦେଖାଯାଉଛନ୍ତି ଏହି ଯୁବକ

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବେ ଚିର ନିଦ୍ରାରେ। ତାଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶଂସକ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନେକ ସମୟରେ ପ୍ରଶଂସକମାନେ ସୁଶାନ୍ତଙ୍କ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ତାଙ୍କୁ ମନେ ପକାଉଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ସୁଶାନ୍ତଙ୍କ ଭଳି ଅବିକଳ ଦେଖାଯାଉଥିବା ଯୁବକ ଏବେ ଚର୍ଚ୍ଚାରେ। ତାଙ୍କୁ ଦେଖିଲା ପରେ ପ୍ରଶଂସକଙ୍କ ଆଖି ଧୋକା ଖାଇଯାଉଥିବା ବେଳେ ସୁଶାନ୍ତ ପୁଣି ଫେରି ଆସିଲେ ଭଳି ମନେହେଉଛି। କିନ୍ତୁ ଅଫେରା ରାଇଜକୁ ଚାଲିଯାଇଥିବା ସୁଶାନ୍ତ ଆଉ କ’ଣ ଫେରିପାରିବେ।


ମିଳିଥିବା ସୂଚନା ଅନୁସାରେ ସଚିନ ତିଓ୍ବାରି ନାମକ ଯୁବକ ଜଣକ ଅବିକଳ ସୁଶାନ୍ତଙ୍କ ଭଳି ଦେଖାଯାଉଛନ୍ତି। ତାଙ୍କର କେତେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ସୁଶାନ୍ତଙ୍କୁ କପି କରୁଥିବା ଦେଖିବାକୁ ମିଳିଛି। ସଚିନଙ୍କ ଭିଡିଓକୁ ୟୁଜର୍ସମାନେ ପ୍ରଶଂସା କରିଥିବା ବେଳେ କମେଣ୍ଟ ମଧ୍ୟ କରିଛନ୍ତି। ତାଙ୍କୁ ଦେଖିଲେ କେହି ବି କହିପାରିବେନି ସେ ସୁଶାନ୍ତ ନୁହଁନ୍ତି। କିନ୍ତୁ ସୁଶାନ୍ତଙ୍କ ସ୍ଥାନ କେହି ବି ନେଇପାରିବେ ନାହିଁ ବୋଲି ପ୍ରଶଂସକ କହିଛନ୍ତି। ସେହିପରି ଚଳିତ ଦିନରେ ଇନ୍‌ଷ୍ଟାଗ୍ରାମରେ ସଚିନଙ୍କ ଫୋଲୋର୍ସ ୧୦ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ‘୨ ଷ୍ଟେଟସ୍‌’ ର ଅଭିନେତା ଶିବ କୁମାରଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଜଗତ ପାଇଁ ସୋମବାର ଏକ ଦୁଃଖଦ ଖବର । ବଲିଉଡ ଜଗତର ଜଣେ ନାଁ କରା ଅଭିନେତା ଶିବ କୁମାର ସୁବ୍ରମଣ୍ୟମଙ୍କର ପରଲୋକ...

ଶୀଘ୍ର ମା’ ହେବାକୁ ଚାହୁଁଛି: ସନା

ବମ୍ବେ: ପ୍ରେମିକଙ୍କଠାରୁ ଅଲଗା ହେବା ପରେ ପ୍ରଥମେ ଅଭିନୟଜଗତ ଛାଡ଼ିଥିଲେ ଅଭିନେତ୍ରୀ ସନା ଖାନ। ଆଉ ଏବେ ବିବାହ କରି ସେ ଚର୍ଚ୍ଚାରେ। ମୁଫ୍‌ତି ଅନସଙ୍କ...

କରୋନା ଆକ୍ରାନ୍ତ ହେଲେ ଗୌତମ ଗୁଲାଟୀ

ମୁମ୍ବାଇ ୩୧।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଗ ବସ୍‌ ସିଜିନ ୮ର ବିଜେତା ତଥା ଅଭିନେତା ଗୌତମ ଗୁଲାଟୀ। ଗୌତମ ଗୁଲାଟୀଙ୍କ କରୋନା ଟେଷ୍ଟ ରିପୋର୍ଟ...

ରଜନୀକାନ୍ତଙ୍କ ପରେ ଏବେ ଅକ୍ଷୟଙ୍କ ପାଳି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଏବେ ବଲିଉଡ୍‌ ଖିଲାଡି ବୟଙ୍କ ପାଳି ପଡିଛି। ଡିସକଭରି ଚ୍ୟାନେଲର ମୋଷ୍ଟ ପପୁଲାର...

ପରଲୋକରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଟିଭି ଇଣ୍ଡଷ୍ଟ୍ରିକୁ ସୋମବାର ସକାଳେ ଏକ ବଡ଼ ଝଟକା ଲାଗିଛି। ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଜୀବନ ସହ ସଂଗ୍ରାମ କରୁଥିବା ଅଭିନେତ୍ରୀ ଦିବ୍ୟା...

କ୍ରିକେଟ ଖେଳୁଛନ୍ତି ସଲମାନ

ବଲିଉଡ ଅଭିନେତା ସଲମାନ ଖାନ ପ୍ରାରମ୍ଭରୁ ହିଁ ନିଜ ଫିଟନେସ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଅନେକ ଚଳଚ୍ଚିତ୍ରରେ ଚରିତ୍ରକୁ ଦେଖି ସେ ନିଜକୁ ଫିଟ୍‌...

ଫାର୍ମ ହାଉସରେ ଜନ୍ମଦିନ ପାଳିଲେ ଭାଇଜାନ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ରବିବାର ତାଙ୍କର ୫୫ ତମ ଜନ୍ମଦିନ ପାଳନ କରିଛନ୍ତି । ଏଥର ସେ ପନବେଲରେ ଥିବା ତାଙ୍କ ଫାର୍ମ...

ରାଜକୁମାରୀ ଲୁକରେ ନୋରା

ମୁମ୍ବାଇ: ନୋରା ଫତେହି । ଆଜିକାଲି ଯୁବବର୍ଗଙ୍କ ପାଇଁ ଏହି ନାଁ ହିଁ ବହୁତ କିଛି । ଡ୍ୟାନ୍ସିଂ କୁଇନ୍ ତଥା ବଲିଉଡ୍ ଅଭିନେତ୍ରୀ ନୋରା...

Advertisement
Archives

Model This Week