ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା

ସାକ୍ଷୀଗୋପାଳ,୩୧।୩: ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳର ଦାଶବିଦ୍ୟାଧରପୁର ପଞ୍ଚାୟତରେ ବୁଧବାର ଜଣେ ଯୁବକକୁ ଭୁଜାଲିରେ ହାଣି ନର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଡିହପୁର ଗ୍ରାମର କୃଷ୍ଣ ଚନ୍ଦ୍ର ରାଉତ। କୃଷ୍ଣଙ୍କୁ ଦାଶବିଦ୍ୟାଧରପୁର ଗ୍ରାମର ପଦୁ ଦାସ ହତ୍ୟା କରିଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ପୂର୍ବରୁ ବିବାଦ ଥିଲା। ସୂଚନାଯୋଗ୍ୟ, ମଧ୍ୟାହ୍ନରେ ପରସ୍ପର ମଧ୍ୟରେ ବଚସା ହୋଇଥିଲା। ଏଥିରେ ପଦୁ ଉତ୍‌କ୍ଷିପ୍ତ ହୋଇ ଏକ ଭୁଜାଲିରେ କୃଷ୍ଣଙ୍କୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। ଫଳରେ କୃଷ୍ଣ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପୁରୀ ଜିଲା ହସ୍ପିଟାଲକୁ ପଠାଇଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଜିଲାର ୭ କରୋନା ଆକ୍ରାନ୍ତ ସୁସ୍ଥ

ପୁରୀ ଅଫିସ,୨୮।୫: ପୁରୀ ଜିଲାର ୭ଜଣ କରୋନା ଆକ୍ରାନ୍ତ ବୁଧବାର ସୁସ୍ଥ ହୋଇଛନ୍ତି। ପୂର୍ବରୁ ୧୮ଜଣ ସୁସ୍ଥ ହୋଇଥିବାବେଳେ ନୂଆ ୭ଜଣଙ୍କୁ ମିଶାଇ ବର୍ତ୍ତମାନ ୨୫ଜଣ...

କରୋନା ବଦଳାଇଲା ସାବିତ୍ରୀ ବ୍ରତ ପାଳନର ରୂପରେଖ: ମାସ୍କ ପିନ୍ଧି ପୂଜାର୍ଚ୍ଚନା କଲେ ମହିଳା

ବଲାଙ୍ଗୀର ଅଫିସ, ୨୨ା୫-ସାରା ଓଡିଶାରେ ସାବିତ୍ରୀ ବ୍ରତଧାରୀ ମହିଳାମାନେ ଉତ୍ସାହର ସହ ଏହି ଦିନକୁ ପାଳନ କରୁଛନ୍ତି ା ଏହି ଅବସରରେ ବଲାଙ୍ଗିରରେ ମଧ୍ୟ ସଧବାମାନଙ୍କ...

ମେକ୍‌ ଇନ୍‌ ଓଡ଼ିଶା ପାଇଁ ଏଫ୍‌ଆଇସିସିଆଇ ହେବ ପାର୍ଟନର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ମେକ୍‌-ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ପାଇଁ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ(ଏଫ୍‌ଆଇସିସିଆଇ) ନ୍ୟାଶନାଲ ପାର୍ଟନର ହେବ। ଏନେଇ ମଙ୍ଗଳବାର...

ତୃଣମୂଳସ୍ତରରେ ୫-ଟିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ:ସରକାରୀ ସହାୟତାରୁ ବଞ୍ଚିତ ବିଧବା

ରସୁଲପୁର/ଯାଜପୁର ଟାଉନ, ୨-୯(ଡିଏନଏ)- ରାଜ୍ୟ ସରକାର ଜନସାଧାରଣଙ୍କ ହିତରେ ୫-ଟି (ଟାଇମ୍‌, ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫର୍ମରମେଶନ) ଫର୍ମୁଲାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ...

କଲେଜ ବାଇପାସ୍‌-ବସ୍‌ଷ୍ଟାଣ୍ଡ ଦୁଇଥାକିଆ ରାସ୍ତା: ମୋହର ଅପେକ୍ଷାରେ ପ୍ରସ୍ତାବ

ଢେଙ୍କାନାଳ ଅଫିସ, ୧୨ା୭:  ଢେଙ୍କାନାଳ ସହର ଉପକଣ୍ଠ କଲେଜ ବାଇପାସ୍‌ ଛକଠାରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ପ୍ରସ୍ତାବକୁ ମୋହର ବାଜିପାରୁନି। ଏହି ରାସ୍ତାର ଉନ୍ନତୀକରଣ...

ଅସହ୍ୟ ହେଲା ଋଣ ବୋଝ, ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ବାଲେଶ୍ୱର ଅଫିସ,୨୩।୭-ଋଣ ବୋଝ ସହି ନ ପାରି ବାଲେଶ୍ୱର ଚାନ୍ଦିପୁର ଥାନା ପଦ୍ମପୁର ଗ୍ରାମର ଚାଷୀ ସୁମନ୍ତ ବେହେରା (୪୬) ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା...

ଭୂତକୋଠି ପାଲଟିଛି ଡାକବଙ୍ଗଳା

ମୁନିଗୁଡ଼ା,୧୮।୯(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ବହୁ ପୁରାତନ ଗେଷ୍ଟ୍‌ ହାଉସ୍‌ ତଥା ଡାକବଙ୍ଗଳା ଭୂତକୋଠି...

ଟ୍ବିନ୍‌ ସିଟିରେ ଉପଲବ୍ଧ ହେବ ‘ଓଲା’ କ୍ୟାବ୍‌ ସେବା, ମିଳିଲା ଲକ୍‌ଡାଉନ୍‌ ପାସ୍‌

ଭୁବନେଶ୍ୱର,୧୨।୪(ବ୍ୟୁରୋ): ଗୋଟିଏ ପଟେ ଲକ୍‌ଡାଉନ୍‌କୁ ନେଇ ରାଜ୍ୟର ସମସ୍ତ ଟ୍ରେନ୍‌ ବସ୍‌ ଚଳାଚଳକୁ ବାତିଲ କରାଯାଇଥିବା ବେଳେ ରବିବାର କିଛି ଓଲା ଗାଡ଼ିକୁ ପାସ୍‌ ଦିଆଯାଇଥିବା...

Advertisement


Archives

Model This Week