ଟ୍ରେନରୁ ଖସି ଯୁବକ ଗୁରୁତର: ଦେବଦୂତ ସାଜି ଉଦ୍ଧାର କଲେ ସ୍ୱାମୀ-ସ୍ତ୍ରୀ

ଛତ୍ରପୁର ୧୨।୭(ଦିଲ୍ଲୀପି ସାମଲ): ଚଳନ୍ତା ଟ୍ରେନରୁ ଗୋଡ଼ ଖସିଯିବା ଫଳରେ ଜଣେ ଯୁବକ ରେଳ ଧାରଣା କଡ଼କୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଛତ୍ରପୁର ପୋଡାପଦର ରେଳ ଲାଇନ ନିକଟରେ  ଏହି ଘଟଣା ଘଟିଛି | ଆଜି ସକାଳୁ ଏକ ଟ୍ରେନକୁ ପଡ଼ି ଯୁବକ ଗୁରୁତର ହୋଇ ରେଳ କଡ଼ରେ ପଡ଼ିଥିଲେ | ପୋଡାପଦର ସରପଞ୍ଚ ସୁଜତା ଦାସ ଓ ତାଙ୍କ ସ୍ୱାମୀ ବଚ୍ଚନ ଦାସ ଦେବଦୂତ ସାଜି ଆହତ ଯୁବକ ଉଦ୍ଧାର କରି ଛତ୍ରପୁର ମେଡିକାଲ ନେଇଥିଲେ | ଘଟଣାର ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ପୋଲିସ ମଧ୍ୟ୍ୟ ପହଞ୍ଚିଥିଲେ ମେଡିକାଲରେ। ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି | ଯୁବକ ଙ୍କ ପରିଚୟ ଜଣା ପଡ଼ିନାହିଁ | ଯୁବକଙ୍କ ସଂଜ୍ଞା ଫେରିନଥିବାରୁ ଏପର୍ଯ୍ୟନ୍ତ ତାଙ୍କର ସଠିକ୍ ପରିଚୟ ମିଳିପାରି ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସଟ୍ରା ଟାଇମରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ; ସେମିଫାଇନାଲରେ ପହଞ୍ଚିଲା Messiଙ୍କ ଦଳ

କାନସାସ ସିଟି,୧୨।୭: ମ୍ୟାଚ ଅତିରିକ୍ତ ସମୟରେ ଯିବା ସହିତ ଆର୍ଜେଣ୍ଟିନା ପ୍ରଶଂସକଙ୍କ ହୃଦୟ ଧଡ଼ଧଡ଼ ହବା ଆରମ୍ଭ ହୋଇଥିଲା। ଆର୍ଜେଣ୍ଟିନା ଦଶମ ମିନିଟରେ ପ୍ରଥମ ଗୋଲ ସ୍କୋର…

ଓଲଟିଲା ପିଆଜ ବୋଝେଇ ଟ୍ରକ୍‌, ଯିଏ ପାରିଲେ ମନଇଚ୍ଛା ବୋହିନେଲେ

କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସକାଳେ କେନ୍ଦୁଝର ଜିଲାର ଜୁଡ଼ିଆ ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ୨ ଜଣ ଆହତ ହୋଇଛନ୍ତି। ଉକ୍ତ ପିଆଜ…

ଉଦଳାରୁ ସମସ୍ତ ରୁଟ୍‌ରେ ବସ ଚଳାଚଳ ବନ୍ଦ

ଉଦଳା,୭।୧୨(ସନ୍ତୋଷ କୁମାର ବାଛିନ): ଉଦଳାରୁ ଆଜିଠାରୁ ସମସ୍ତ ରୁଟ୍‌କୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଉଦଳା ବସ…

ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ

କଟକ,୧୨ା୭: ମୁଣ୍ଡଳିରେ ପହଞ୍ଚିଛି ହୀରାକୁଦର ପ୍ରଥମ ବନ୍ୟାଜଳ। ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାର ତା’ର ୪ଟି ଗେଟ୍‌ ଖୋଲିଥିଲା। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ…

‘ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ’ – ଆମେରିକା ଧମକର ଜବାବ ଦେଇଛି ଇରାନ; ଜାଣନ୍ତୁ ହର୍ମୁଜ ବିଷୟରେ କ’ଣ କହିଛି

ତେହରାନ,୧୨।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ଇରାନ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଘୋଷଣା କରିଛି।…

ଇରାନ ଉପରେ ମାଡ଼ ହେଲା ୧୪୦ ମିଶାଇଲ

ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ପାଇଁ ପ୍ରତ୍ୟେକ ଆଶା ବାରମ୍ବାର ଧୂଆଁରେ ଉଠୁଥିବା ପରି ମନେ ହେଉଛି। କୌଣସି ଚୁକ୍ତି ଚୂଡ଼ାନ୍ତ ହେବା ପୂର୍ବରୁ,…

ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ: ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨।୭: ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ଥିବା କେନ୍ଦୁଝର ଜିଲାର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ଅକାଳ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ…

Crude Oil Price : ହର୍ମୁଜ ବନ୍ଦ, ଇରାନ ଉପରେ ଆମେରିକାର ଆକ୍ରମଣ ଆରମ୍ଭ ଅଶୋଧିତ ତୈଳ ମୂଲ୍ୟ ଉପରେ କ’ଣ ପଡ଼ିଲା ପ୍ରଭାବ? ଜାଣନ୍ତୁ…

ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁ ଅଶୋଧିତ ତୈଳ ବଜାରରେ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି। ଇରାନ ଉପରେ ଆମେରିକାର ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri