Posted inଫୁରସତ

ମଇଳା ମୋଜା ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଏହି ଯୁବକ

ସାଧାରଣତଃ ଲୋକେ ନୂଆ ଜିନିଷ ବିକୁଥିବା ବା କିଣୁଥିବା ଦେଖିଥିବେ। ମାତ୍ର ଜଣେ ବ୍ୟକ୍ତି ପୁରୁଣା ଏବଂ ମଇଳା ମୋଜା ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ବିଲି ଜୋ ଗ୍ରେ ନାମକ ଜଣେ ଯୁବକ ପିନ୍ଧିଥିବା ମୋଜାକୁ ଚଢ଼ା ଦାମ୍‌ରେ ବିକ୍ରି କରନ୍ତି। ସବୁଠୁ କୌତୂହଳର ବିଷୟ ହେଉଛି, ଲୋକେ ମଧ୍ୟ ଏହି ମଇଳା ମୋଜାକୁ ଆଗ୍ରହ ସହକାରେ କିଣୁଛନ୍ତି।

୨୫ ବର୍ଷୀୟ ବିଲି ଜୋଙ୍କର ଏପରି ବ୍ୟବସାୟ ସମ୍ପର୍କରେ ଆଦୌ ଧାରଣା ନ ଥିଲା। ମାତ୍ର  ସେ ସୋସିଆଲ ମିଡିଆରେ ଆସିବା ପରେ ଜାଣିବାକୁ ପାଇଲେ ଯେ, ଏଗୁଡ଼ିକୁ ବିକି ବେଶ୍‌ ଦୁଇ ପଇସା ରୋଜଗାର କରିହେବ। ବର୍ତ୍ତମାନ ସେ ନିଜର ଅନନ୍ୟ ବ୍ୟବସାୟରୁ ପ୍ରତିମାସରେ ସହଜରେ ୧ରୁ ୧.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ବିଲି କୁହନ୍ତି, ମୋଜା ହଳ ସେ ୧୦୦୦ରୁ ୩୦୦୦ ଟଙ୍କାରେ ବିକିଥାନ୍ତି। ଯଦି ସେ ଗୋଟିଏ ସପ୍ତାହରେ ୧୨ଟି ମୋଜା ବିକ୍ରି କରନ୍ତି, ତେବେ ସେ ଅତି କମ୍‌ରେ ୧୨୦୦୦ ଏବଂ ସର୍ବାଧିକ ୩୦୦୦୦ଟଙ୍କା ଆରାମରେ ରୋଜଗାର କରିପାରିବେ।

ଲଣ୍ଡନର ଚେଲ୍ସରେ ରହୁଥିବା ବିଲି କିଛି ଦିନ ପାଇଁ ଏକ ମୋଜା ପିନ୍ଧନ୍ତି ଏବଂ ପରେ ଏହାକୁ ଏକ ଜିପ୍‌ ଲକ୍‌ ବ୍ୟାଗରେ ପ୍ୟାକ କରି ଗ୍ରାହକଙ୍କ ନିକଟକୁ ପଠାନ୍ତି। ବେଳେବେଳେ ସେ କିଛି ବିଶେଷ ଅନୁରୋଧ ମଧ୍ୟ ପାଇଥା’ନ୍ତି, ଯେଉଁଥିପାଇଁ ସେ ଅତିରିକ୍ତ ଚାର୍ଜ ବି କରନ୍ତି।

ପ୍ରାୟ ଏକ ବର୍ଷ ପୂର୍ବେ ବିଲି ଏହି କାମ ଆରମ୍ଭ କରିଥିଲେ। ଏଠାରେ ଲୋକମାନେ ପିନ୍ଧାଯାଇଥିବା ପୋଷାକ, ମୋଜା, ଜିମ୍‌ ଟପ୍ସ, ବକ୍ସର ଭଳି ଜିନିଷ ଆବଶ୍ୟକ କରନ୍ତି। ତାଙ୍କର ଅଧିକାଂଶ ଗ୍ରାହକ ସମଲିଙ୍ଗୀ ସମ୍ପ୍ରଦାୟର, ଯେଉଁମାନେ ତାଙ୍କ ପେଜ୍‌କୁ ଭଲ ପାଆନ୍ତି। ବିଲିଙ୍କ ଅନୁଯାୟୀ, ତାଙ୍କ ମୋଜା ସହଜରେ ୨-୩ ହଜାର ଟଙ୍କାରେ ବିକ୍ରି ହୁଏ। ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ, ମୋଜା ଯେତେ ଦୁର୍ଗନ୍ଧଯୁକ୍ତ ଏବଂ ମଇଳା ସେଗୁଡ଼ିକର ମୂଲ୍ୟ ଅଧିକ। ତାଙ୍କ କହିବାନୁସାରେ, ଅଧିକାଂଶ ଲୋକ ନାଇକ୍‌ର ଧଳା ରଙ୍ଗର ମୋଜା ପିନ୍ଧିବାକୁ ଅର୍ଡର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri