Posted inଫୁରସତ

‘ଯୋଗ୍ୟତା ପରଖୁ ପରଖୁ ପାଲଟିଲି ଔପନ୍ୟାସିକ’

ଯେବେ ନିଶାର୍ଦ୍ଧରେ ସମସ୍ତେ ଶୋଇ ଯାଆନ୍ତି, ସେତେବେଳେ ତାଙ୍କ ମାନସପଟରେ ଜୀବନ୍ତ ହୋଇଯାଏ କାହାଣୀର ଚରିତ୍ର ସବୁ । ଆଉ ସେ କାଗଜ କଲମ ଧରି ବସି ପଡ଼ନ୍ତି ଲେଖିବାକୁ । ରାତି ଯେତେ ବଢେ କାହାଣୀ ସେତେ ଆଗକୁ ବଢେ। ଏମିତି ଲେଖୁ ଲେଖୁ ସେ ଏବେ ପାଲଟିଛନ୍ତି ଜଣେ ତରୁଣ ଇଂରାଜୀ ଔପନ୍ୟାସିକ। ତାଙ୍କ ଉପନ୍ୟାସ ବ୍ଲାକ ଇଗଲ୍‌ ବୁକ୍ସ ଦ୍ୱାରା ପ୍ରକାଶ ପାଇବା ସହ ଚିକାଗୋ ପୁସ୍ତକ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି ଓ ବେଷ୍ଟ ସେଲର୍‌ ତାଲିକାରେ ଅନ୍ତର୍ଭୁକ୍ତ ହେବା ଲାଗି ମନୋନିତ ବି ହୋଇଛି। ସେ ହେଉଛନ୍ତି ଭୌମିକ ମହାନ୍ତି…

ଭୌମିକଙ୍କ ଘର ଭୁବନେଶ୍ୱରରେ। ବାପା କମଳାକାନ୍ତ ମହାନ୍ତି ଝାରଖଣ୍ଡର ଏକ ଖବରକାଗଜର ଓଡ଼ିଶା ପ୍ରତିନିଧି ଅଛନ୍ତି। ମା’ ଦୀପିକା ମହାନ୍ତି ଗୃହିଣୀ। ତା’ସହ ସେ ସମାଜସେବା ବି କରନ୍ତି। ଭୌମିକ କୁହନ୍ତି,‘ମା’ କବିତା ଲେଖନ୍ତି। ମାମୁଘରେ ବି ପ୍ରାୟ ସମସ୍ତେ ଲେଖାଲେଖି କରନ୍ତି। ସେମାନଙ୍କୁ ଦେଖି ଦେଖି ମୋର ବି ଛୋଟବେଳୁ ଲେଖା ପ୍ରତି ରୁଚି ବଢିଥିଲା। ସ୍କୁଲରେ ପଢିବାବେଳେ ଲିଟରେଚର୍‌ କ୍ଲବ୍‌ରେ ସାମିଲ ହେଇଥିଲି। ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହେଉଥିଲି। ଦ୍ୱାଦଶ ପଢିବାବେଳେ କ୍ଷୁଦ୍ର ଗଳ୍ପ, ଛୋଟ ଛୋଟ କବିତା ଲେଖିବା ଆରମ୍ଭ କଲି। ତେବେ ୨୦୧୯ରେ କଲେଜ ଆରମ୍ଭ ହେବା ପୂର୍ବରୁ କରୋନା ଲାଗି କଲେଜ ବନ୍ଦ ଥିଲା। ତେଣୁ ସମୟକୁ ଅପଚୟ ନ କରି ତାକୁ ଲେଖା ଲେଖିରେ ବିତାଇବାକୁ ନିଷ୍ପତ୍ତି ନେଲି। ଆଉ ଏଇଠୁ ଆରମ୍ଭ ହେଲା ମୋର ଉପନ୍ୟାସ ଲେଖିବା। ସ୍ବପ୍ନ ବା ପରିକଳ୍ପନା ବି ବାସ୍ତବ ରୂପ ନେଇପାରେ ତାହା ହିଁ ଥିଲା ମୋ କାହାଣୀର ବିଷୟ ବସ୍ତୁ। ୨୦୨୦ରେ ମୋର ଉପନ୍ୟାସଟି ସମ୍ପୂଣ୍ଣର୍ର୍ ହେଲା। ଉପନ୍ୟାସର ନାଁ ଦେଲି ‘ଆଇ ଡିଡ୍‌, ଡିଡ୍‌ ଆଇ’। ସେତେବେଳେ ପୁସ୍ତକ କିଭଳି ପ୍ରକାଶ ପାଇବ ସେ ସମ୍ପର୍କରେ ମୁଁ କିଛି ଜାଣି ନ ଥିଲି। ମୋ ବାବାଙ୍କ ବନ୍ଧୁ ବିଶିଷ୍ଟ ଲେଖକ ପ୍ରଫେସର ଡ. ତପନ ପଣ୍ଡା ମୋର ଏହି ଉପନ୍ୟାସ ରଚନା ବିଷୟରେ ଜାଣିବା ପରେ ଏହାର କିଣ୍ଡଲ୍‌ ଏଡିସନ୍‌ ପ୍ରକାଶ କରିବାକୁ ପରାମର୍ଶ ଦେଇ ନିଜେ ସେ ଦାୟିତ୍ୱ ନେଲେ। ତେଣୁ ପ୍ରଥମେ କିଣ୍ଡଲ ଏଡିସନ୍‌ରେ ମୋ ଉପନ୍ୟାସ ପ୍ରକାଶ ପାଇଲା। ଏହାପରେ ସେ ବ୍ଲାକ୍‌ ଇଗଲ୍‌ ବୁକ୍ସ ପ୍ରକାଶନୀ ସଂସ୍ଥା ସହିତ ଯୋଗାଯୋଗ କଲେ। ତାଙ୍କ ନିର୍ଦ୍ଦେଶରେ ମୁଁ ପ୍ରକାଶଙ୍କ ସହ ଯୋଗାଯୋଗ କରି ଉପନ୍ୟାସର କାହାଣୀ ଶୁଣାଇଲି। ସେମାନେ ମତେ ବହୁତ ସାହାଯ୍ୟ କଲେ। ଆଉ ମୋର ପ୍ରଥମ ଇଂରାଜୀ ଉପନ୍ୟାସ ‘ଆଇ ଡିଡ୍‌, ଡିଡ୍‌ ଆଇ’ ବ୍ଲାକ୍‌ ଇଗଲ୍‌ ବୁକ୍ସ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶ ପାଇଲା। ସେତେବେଳେ ମତେ ବୟସ ମାତ୍ର ୧୮ ବର୍ଷ। ୩୦ଟି କପି ମୋ ପାଖକୁ ଆସିଥିଲା। ହାତରେ ମୋ ପ୍ରଥମ ଲେଖାକୁ ଧରି ଖୁସିରେ ଆତ୍ମହରା ହୋଇଯାଇଥିଲି। ତେବେ ପ୍ରଥମେ ମତେ ବେଶି କେହି ଜାଣି ନ ଥିବାରୁ ଉପନ୍ୟାସଟିକୁ ନେଇ ବେଶି ରେସପନ୍ସ ମିଳି ନ ଥିଲା। ପରେ ଯେବେ ବ୍ଲାକ୍‌ ଇଗଲ୍‌ର ବହି ସବୁ ଆମେରିକାରେ ବିକ୍ରି ହେଲା ସେଠାକାର ପାଠକଙ୍କର ମୋ ବହିକୁ ନେଇ ରେସପନ୍ସ ଆସିଲା। ଏବେ ଚିକାଗୋରେ ବ୍ଲାକ ଇଗଲ୍‌ ବୁକ୍ସ ଦ୍ୱାରା ଆୟୋଜିତ ପୁସ୍ତକ ପ୍ରଦର୍ଶନୀରେ ବି ମୋ ଉପନ୍ୟାସ ପୁସ୍ତକ ପ୍ରଦର୍ଶିତ ହୋଇଛି।
ଦ୍ୱିତୀୟ ଉପନ୍ୟାସ ଓ ଆମେରିକୀୟ ପାଠକଙ୍କ ସ୍ବୀକୃତି: ୨୦୨୧ରେ ମୁଁ ମୋର ଦ୍ୱିତୀୟ ଉପନ୍ୟାସ ଲେଖିବା ଆରମ୍ଭ କଲି। ଏହା ହେଉଛି ପ୍ରଥମ ଉପନ୍ୟାସର ସିକ୍ୱେଲ। ଏଥିରେ ମୁଁ ସରିଆଲିଜ୍‌୍‌ ସହ ପ୍ରେମକୁ ମିଶାଇଥିଲି। ଦୁଇଟି ଭିନ୍ନ ଭିନ୍ନ କଥାକୁ ମିଶାଇ ଲେଖିବାକୁ ଟିକେ କଷ୍ଟ ହୋଇଥିଲା। ତେବେ ନିକଟରେ ‘ଦ ଗର୍ଲ ଓ୍ବିଥ ଦ ବ୍ରାଉନ୍‌ ଆଇଜ୍‌’ ନାମକ ମୋର ଏହି ଉପନ୍ୟାସଟି ବ୍ଲାକ ଇଗଲ୍‌ ବୁକ୍ସ ପ୍ରକାଶନୀରେ ପ୍ରକାଶ ପାଇଛି। ଆଉ ଏହାକୁ ନେଇ ପାଠକଙ୍କ ଭଲ ମତ ବି ରହିଛି। ଆମେରିକାରୁ ମିଳିଥିବା ପାଠକଙ୍କ ରେସପନ୍ସ ତ ବହୁତ ଭଲ ଅଛି। ଉପନ୍ୟାସଟି ‘ବେଷ୍ଟ ସେଲର୍‌’ ପାଇଁ ମନୋନିତ ବି ହୋଇଛି। ପାଠକମାନେ ଏହି ଉପନ୍ୟାସର ଟ୍ବିଷ୍ଟକୁ ବହୁତ ପସନ୍ଦ କରୁଛନ୍ତି।

ଲେଖେ ଯୁବଗୋଷ୍ଠୀ ପାଇଁ: ମୋ ଉପନ୍ୟାସର ଅନେକ ଚରିତ୍ର ମୋ ବାସ୍ତବିକ ଜୀବନ ସହ ଜଡିତ ଥାଆନ୍ତି। ଏମିତିକି ମୋ ସାଙ୍ଗମାନେ ବି ମୋ ଉପନ୍ୟାସର ଚରିତ୍ର ପାଲଟିଛନ୍ତି। ତେଣୁ କହିବାକୁଗଲେ ମୁଁ ଖାସ୍‌କରି ଯୁବଗୋଷ୍ଠୀ ଓ ବୟସ୍କଙ୍କ ପାଇଁ ଲେଖିଥାଏ। ଏହାର ଅର୍ଥ ନୁହେଁ କି ପିଲାମାନେ ଏହାକୁ ପଢିପାରିବେ ନାହିଁ। ସେମାନେ ବି ପଢିପାରିବେ। ହେଲେ ଅନେକ ସମୟରେ ପିଲାମାନଙ୍କ ପାଇଁ କାହାଣୀ ଭିତରର କଥାକୁ ବୁଝିବା କଷ୍ଟ ହୋଇପାରେ।

ଯୋଗ୍ୟତା ପରଖୁ ପରଖୁ ପାଲଟିଲି ଔପନ୍ୟାସିକ: ଉପନ୍ୟାସ ଲେଖିବାବେଳେ ଚରିତ୍ର ଓ ପ୍ରତି ସିନ୍‌କୁ ଟିକିନିଖି ଏଭଳି ବର୍ଣ୍ଣନା କରିବାକୁ ହୁଏ ଯେମିତିକି ପାଠକ ପଢିବା ବେଳେ ଚରିତ୍ର, ତା’ର ଅନ୍ତରର କଥା ସହ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଭବ କରିପାରିବେ ଓ ସେଥିରେ ହଜିଯିବେ। ତେଣୁ ଉପନ୍ୟାସ ଲେଖିବା କଷ୍ଟକର। ତଥାପି ଉପନ୍ୟାସରୁ ହିଁ ମୁଁ ମୋ ଲେଖକ ଜୀବନ ଆରମ୍ଭ କଲି। କାରଣ ମୁଁ ମୋ ଯୋଗ୍ୟତାକୁ ପରଖୁଥିଲି ଯେ, ମୁଁ ଲେଖି ପାରିବି ନା ନାହିଁ। ଆଉ ଲେଖୁ ଲେଖୁ ଉପନ୍ୟାସ ଲେଖିଦେଲି।
ଆର୍କିଟେକ୍ଟ ସହ ଔପନ୍ୟାସିକର ଯାତ୍ରା: ଏବେ ମୁଁ କଟକ, ‘ପିଲୁ ମୋଦି କଲେଜ ଅଫ୍‌ ଆର୍କିଟେକ୍ଚର’ରେ ଆର୍କିଟେକ୍ଚର ବିଭାଗର ଚତୁର୍ଥ ବର୍ଷରେ ପଢୁଛି। ଭବିଷ୍ୟତରେ ଜଣେ ଭଲ ଆର୍କିଟେକ୍ଟ ହେବା ସହ ଲେଖାଲେଖି ବି ଜାରି ରଖିବି। କାରଣ ଉଭୟ କାମ ବେଶ୍‌ ସୃଜନଶୀଳ। ଆଉ ସୃଜନଶୀଳତାକୁ ମୁଁ ଭଲ ପାଏ।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri