ଯୁବପିଢ଼ି ଓ ନ୍ୟାଚୁରୋପାଥି

ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ ପ୍ରାକୃତିକ ଚିକିତ୍ସା ପଦ୍ଧତି ବା ନ୍ୟାଚୁରୋପାଥି ମଣିଷ ଶରୀର ପାଇଁ ଅମୃତ ତୁଲ୍ୟ ଉପକାରୀ ହୋଇଥିବା ବେଳେ ପାଶ୍ଚାତ୍ୟ ଦେଶର ଚାଲିଚଳନକୁ ଅନୁକରଣ କରିବା ତଥା ଆଧୁନିକତାର ଚାକଚକ୍ୟକୁ ଗ୍ରହଣ କରିବା ନିଶାରେ ଅଧିକାଂଶ ଏହାକୁ ଅଣଦେଖା କରି ବିଭିନ୍ନ ରାସାୟନିକ ସାମଗ୍ରୀ ଦ୍ୱାରା ପ୍ରସ୍ତୁତ ଭିନ୍ନ ଭିନ୍ନ ଉପାଦାନ ଆପଣାଉଛନ୍ତି; ଯାହାର ପାର୍ଶ୍ୱ ପ୍ରତିକ୍ରିୟା ସ୍ବରୂପ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହେଉଛି l

ବର୍ତ୍ତମାନ ଦେଶରେ କରୋନା ଭୂତାଣୁ (କୋଭିଡ୍‌ -୧୯)ର ପ୍ରଭାବ ଦ୍ୱାରା ସାରା ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଉକ୍ତ ଭୂତାଣୁର ପ୍ରତିରୋଧ ପାଇଁ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଦ୍ୱାରା ହିଁ କରୋନା ଭୂତାଣୁକୁ ପ୍ରତିରୋଧ କରାଯାଇ ପାରିବ ବୋଲି ଚିକିତ୍ସାବିତମାନେ ମତ ଦେଇଛନ୍ତି l ଏପରି ସ୍ଥଳେ ନ୍ୟାଚୁରୋପାଥିକୁ ଆପଣେଇ ଶରୀରରେ ବିଭିନ୍ନ ରୋଗର ଉପଶମ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ଶରୀରକୁ ସୁସ୍ଥ ଓ ଦୀର୍ଘାୟୁ ରଖିବା ନିମନ୍ତେ ଆଜିର ଯୁବପିଢି ଆଗେଇ ଆସିବା ଆବଶ୍ୟକତା ରହିଛି l

ନ୍ୟାଚୁରୋପାଥି କହିଲେ ସାଧାରଣତଃ ପ୍ରକୃତି ଦତ୍ତ ପ୍ରାକୃତିକ ଉପାୟ ଦ୍ୱାରା ଶରୀରକୁ ରୋଗ ମୁକ୍ତ ନିମନ୍ତେ କରାଯାଉଥିବା ପଦ୍ଧତିକୁ ବୁଝାଇଥାଏ l ଏହି ଚିକିତ୍ସା ସହଜ, ସରଳ ତଥା ସୁଲଭ ଅଟେ l ଶରୀର ସୁସ୍ଥ ରହିବା ହିଁ ପ୍ରାକୃତିକ ଅବସ୍ଥା l ଶରୀରରେ ରୋଗ ହେବା ପରେ ଔଷଧ ସେବନ କରି ରୋଗକୁ ନିୟନ୍ତ୍ରଣ କରିବା ଅପେକ୍ଷା ଶରୀରରେ ନ୍ୟାଚୁରୋପାଥିରେ ରୋଗ ସୃଷ୍ଟି ନ ହେବା ସର୍ବୋତ୍ତମ l ତେଣୁ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ପ୍ରାକୃତିକ ଚିକିତ୍ସା ପ୍ରଣାଳୀକୁ ଶରୀରରେ ଉପଯୋଗ କରିବା ଆବଶ୍ୟକ l

ମାଟି ଚିକିତ୍ସା: ବର୍ତ୍ତମାନ ସୌନ୍ଦର୍ଯ୍ୟ ବୃଦ୍ଧିଲାଗି ଯୁବପିଢି ବ୍ୟୁଟିପାର୍ଲର ଯାଇ ବିଭିନ୍ନ ପ୍ରକାରର ରାସାୟନିକ ଯୁକ୍ତ ପ୍ରଲେପ ମୁହଁ ଏବଂ ଶରୀରରେ ଲଗାଉଛନ୍ତି, ଯାହାଦ୍ୱାରା ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ଉପୁଜୁଥିବାର ନଜିର ରହିଛି। ଏମିତିରେ ନ୍ୟାଚୁରୋପାଥିର ମାଟି ଚିକିତ୍ସା ବା ମଡ୍‌ ଥେରାପୀ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିପାଇଁ ପରିଷ୍କାର ସ୍ଥାନରୁ ଏକରୁ ଦେଢ଼ ଫୁଟ ତଳୁ ଖୋଳାଯାଇଥିବା ମାଟି ଆଣି ସେଥିରେ ପାଣିରେ ମିଶାଇ ସର୍ବ ଶରୀରରେ (ଆଖିକୁ ଛାଡି) ଲେପ ଦେଇ ୨୦ରୁ ୩୦ମିନିଟ ପରେ ପରିଷ୍କାର ଜଳରେ ସ୍ନାନ କରିବାକୁ ହୋଇଥାଏ। ଏହାଦ୍ୱାରା ବିଭିନ୍ନ ପ୍ରକାର ଚର୍ମ ରୋଗ ଦୂର ହେବା ସହ ଚର୍ମ ଚିକ୍କଣ, ମୁଲାୟମ ଓ ସ୍ବାଭାବିକ ହୋଇଥାଏ l ମୁଣ୍ଡରେ ମାଟି ଲେପ ଦେଇ ସ୍ନାନ ପରେ କେଶ ସୁନ୍ଦର ଓ ମଜଭୁତ୍‌ ହୋଇଥାଏ l
ବାୟୁ ଚିକିତ୍ସା: ଶାସ୍ତ୍ର ଅନୁଯାୟୀ ଯୋଗାସନ, ପ୍ରାଣାୟାମ ଆଦିକୁ ବାୟୁ ଚିକିତ୍ସା କୁହାଯାଏ। ତେବେ ଫିଟ୍‌ନେସ୍‌ ପାଇଁ ଅନେକେ ଏହାକୁ ଦୈନନ୍ଦିନ ଜୀବନଶୈଳୀରେ ସାମିଲ କରି ଉପକୃତ ହେଉଥିବା ଦେଖିବାକୁ ମିଳୁଛି।

ସୂର୍ଯ୍ୟ କିରଣ ଚିକିତ୍ସା: ନ୍ୟାଚୁରୋପାଥିରେ ସୂର୍ଯ୍ୟ କିରଣ ଚିକିତ୍ସାର ବିଶେଷ ମହତ୍ୱ ରହିଛି l ସର୍ବାଙ୍ଗ ଶରୀରରେ ସୂର୍ଯ୍ୟ କିରଣ ପଡିବା ଦ୍ୱାରା ବିଭିନ୍ନ ଚର୍ମ ରୋଗ ଦୂର ହୋଇ ଭିଟାମିନ -ଡ’ ମିଳିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ l
ଜଳ ଚିକିତ୍ସା ବା ହାଇଡ୍ରୋଥେରାପି: ଶରୀର ପାଇଁ ଜଳ ହିଁ ଜୀବନ l ଶୁଦ୍ଧ ଜଳ ଓ ମୁଖ୍ୟତଃ ଅଳ୍ପ ଉଷୁମ ପାଣି ପିଇବା ଶରୀର ପାଇଁ ବେଶ୍‌ ଉପକାରୀ। ବର୍ତ୍ତମାନ ଅନେକେ ବିଭିନ୍ନ କୋଲ୍ଡଡ୍ରିଙ୍କସ୍‌, ସଫ୍ଟଡ୍ରିଙ୍କ୍ସ ପିଉଛନ୍ତି; ଯାହା କି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାକୁ ନିମନ୍ତ୍ରଣ କରୁଛୁ। ତେଣୁ ଏହା ବଦଳରେ ପ୍ରତିଦିନ ଆବଶ୍ୟକ ପରିମାଣରେ ପାଣି ପିଇବା ଦ୍ୱାରା ଜୀର୍ଣ୍ଣ ଶକ୍ତି ବଢିବା, ମୋଟାପଣ କମିବା, ଶରୀରରୁ ଦୂଷିତ ପଦାର୍ଥ ନିର୍ଗତ ହେବା ସହ ଶରୀର ସୁସ୍ଥ ରହିଥାଏ l

ଜଳର ବାଷ୍ପ ଚିକିତ୍ସା :- ପାଣିକୁ ଗରମ କରି ବାହାରୁ ଥିବା ବାଷ୍ପକୁ ସର୍ବ ଶରୀରରେ ଲଗାଇବାକୁ ‘ବାଷ୍ପ ସ୍ନାନ(ଷ୍ଟିମ ବାଥ)’କୁହାଯାଏ l ଏହାଦ୍ୱାରା ଶରୀରର ଲୋମ କୂପ ଖୋଲି ଯାଇ ଶରୀରର ବିଷାକ୍ତ ପଦାର୍ଥ ନିର୍ଗତ ହୋଇ ମୋଟାପଣ, ରକ୍ତ ଚାପ, ମଧୁମେହ, ଚର୍ମରୋଗ, ଅଜୀର୍ଣ୍ଣ, ସ୍ନାୟବିକ ଦୁର୍ବଳତା ଭଳି ବିଭିନ୍ନ ରୋଗ ଦୂର ହୋଇଥାଏ l

ଉପବାସ:- ପେଟରୋଗ ପାଇଁ ‘ଉପବାସ’କୁ ଏକ ଚିକିତ୍ସା ରୂପେ ଗଣନା କରାଯାଇଛି। ଅର୍ଦ୍ଧ ଉପବାସ, ଏକାହାର, ଫଳ ଉପବାସ, ଦୁଗ୍ଧ ଉପବାସ, ପୂର୍ଣ୍ଣ ଉପବାସ ଆଦି ମନୁଷ୍ୟର ଅବସ୍ଥା ଅନୁସାରେ କରାଯାଇ ଥାଏ; ଯଦ୍ଦ୍ବାରା ଆମବାତ, ସନ୍ଧିବାତ, ମୋଟାପଣ, ଜୀର୍ଣ୍ଣ ଶକ୍ତି ବୃଦ୍ଧି ସହ ବିଭିନ୍ନ ଚର୍ମ ରୋଗ ଉପଶମ ହୋଇଥାଏ l ତେବେ ଫାଷ୍ଟଫୁଡ଼୍‌, ଜଙ୍କଫୁଡ଼୍‌ ଭଳି ଅସନ୍ତୁଳିତ ଖାଦ୍ୟାଭ୍ୟାସ ଲାଗି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ଯୁବପିଢି ଏହି ଉପବାସ ବା ଫାଷ୍ଟିଙ୍ଗ୍‌ ଥେରାପି ଆପଣେଇଲେ ଉପକୃତ ହୋଇପାରିବେ।

ପଞ୍ଚକର୍ମ ଚିକିତ୍ସା: ଏଥିରେ ସ୍ନେହନ, ଶ୍ୱେଦନ, ବମନ, ବିରେଚନ, ନଶ୍ୟ କର୍ମ ଆଦି ପଞ୍ଚକର୍ମର ଚିକିତ୍ସା କରାଯାଇଥାଏ। ଚିକିତ୍ସକଙ୍କ ପରାମର୍ଶ ନେଇ ବିଭିନ୍ନ ତୈଳକୁ ଶରୀରରେ ପ୍ରଲେପ କରିବା ପଦ୍ଧତି ବା ସ୍ନେହନ, ବିଭିନ୍ନ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଦ୍ୱାରା ଶରୀରରୁ ଶ୍ୱେଦ ବା ଝାଳ ନିର୍ଗତ ପ୍ରଣାଳୀ ବା ଶ୍ୱେଦନ, ପେଟରୁ ବିଭିନ୍ନ ଦୂଷିତ ପଦାର୍ଥ ବାହାର କରିବା ଲାଗି ବିଭିନ୍ନ ଉପାୟରେ ବାନ୍ତି କରାଇବା ପଦ୍ଧତି ବା ବମନ, ବିଭିନ୍ନ ଆୟୁର୍ବେଦ ଔଷଧ ସେବନ କରି ବିରେଚନ କରାଇବା (ଝାଡା କରାଇବା) ଦ୍ୱାରା ପେଟରେ ସଞ୍ଚିତ ଦୂଷିତ ପଦାର୍ଥ ପଦାକୁ ନିର୍ଗତ କରିବା ଏବଂ ଗାଈ ଘିଅ କିମ୍ବା ସୋରିଷ ତେଲକୁ ନାକରେ ୧-୨ ଟୋପା ପକାଇ ଶୋଷଣ କରିବାକୁ ନଶ୍ୟ କର୍ମ କରିବା ଦ୍ୱାରା ବିଭିନ୍ନ ରୋଗ ଦୂର ହେବାରେ ସାହାଯ୍ୟ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ l

କେବଳ ଏତିକି ନୁହେଁ, ପ୍ରାକୃତିକ ଚିକିତ୍ସା ବିଜ୍ଞାନ ବା ନ୍ୟାଚୁରୋପାଥି ମତରେ ସାତ୍ତ୍ୱିକ ଭୋଜନ ସର୍ବୋତ୍ତମ। ତେବେ ସୁସ୍ଥ ଏବଂ ଦୀର୍ଘ ଜୀବନ ଲାଗି ଆଜିର ଯୁବପିଢି ନ୍ୟାଚୁରୋପାଥିକୁ ଆପଣେଇ ନେବା ଆବଶ୍ୟକ।
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri