Posted inଜାତୀୟ

ମହାକୁମ୍ଭରେ କେମିତି ହୁଏ ଲୋକଙ୍କ ଗଣନା, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆହ୍ଲାବାଦ,୨୦।୧: ପ୍ରୟାଗରାଜର ସଙ୍ଗମ କୂଳରେ ମହାକୁମ୍ଭ ଚାଲିଛି। ମହାକୁମ୍ଭ ଆରମ୍ଭ ହେବାର ୮ ଦିନ ବିତିଗଲାଣି। ଏହି ୮ ଦିନରେ ୮ କୋଟିରୁ ଅଧିକ ଲୋକ ସଙ୍ଗମରେ ବୁଡ଼ ପକାଇଛନ୍ତି। ଏଥର ମହାକୁମ୍ଭକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ୪୦ ରୁ ୫୦ କୋଟି ହୋଇପାରେ ବୋଲି ଆଶା କରାଯାଉଛି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ମହାକୁମ୍ଭକୁ ଆସୁଥିବା ଲୋକଙ୍କ ଗଣନା କିପରି କରାଯାଏ? କାରଣ ଲକ୍ଷ ଲକ୍ଷ କୋଟି ଲୋକଙ୍କ ଭିଡ଼ ଗଣିବା କଷ୍ଟକର। ଆକଳନ ସହିତ, ମହାକୁମ୍ଭକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଗଣନାରେ ସୀତକ ପଦ୍ଧତି ମଧ୍ୟ ବ୍ୟବହୃତ ହୁଏ।

ମହାକୁମ୍ଭକୁ ଆସୁଥିବା ଭକ୍ତଙ୍କ ସଂଖ୍ୟାକୁ ମଧ୍ୟ ଏକ ପରିସଂଖ୍ୟାନ ପଦ୍ଧତିରେ ଗଣନା କରାଯାଏ। ଏହି ପଦ୍ଧତି ପ୍ରଥମ ଥର ପାଇଁ ୨୦୧୩ ମସିହାର କୁମ୍ଭରେ ବ୍ୟବହୃତ ହୋଇଥିଲା। ସୂଚନାଯୋଗ୍ୟ, ପରିସଂଖ୍ୟାନ ପଦ୍ଧତି ଅନୁସାରେ, ଜଣେ ବ୍ୟକ୍ତିଙ୍କୁ ଗଙ୍ଗାରେ ସ୍ନାନ କରିବା ପାଇଁ ପ୍ରାୟ ୦.୨୫ ମିଟର ସ୍ଥାନ ଆବଶ୍ୟକ ଏବଂ ତାଙ୍କୁ ସ୍ନାନ କରିବାକୁ ପ୍ରାୟ ୧୫ ମିନିଟ ସମୟ ଲାଗିବ। ପରିସଂଖ୍ୟାନ ହିସାବ ଅନୁଯାୟୀ, ଗୋଟିଏ ଘଣ୍ଟାରେ ସର୍ବାଧିକ ୧୨,୫୦୦ ଲୋକ ଗୋଟିଏ ଘାଟରେ ସ୍ନାନ କରିପାରିବେ। ବର୍ତ୍ତମାନ କୁମ୍ଭରେ ମୋଟ ୪୪ଟି ଘାଟ ନିର୍ମାଣ କରାଯାଇଛି।
ସୂଚନା ଅନୁସାରେ ଏଥର ମହାକୁମ୍ଭକୁ ଆସୁଥିବା ଲୋକଙ୍କ ଗଣନା ପାଇଁ କୃତ୍ରିମ ବୁଦ୍ଧିମତ୍ତାର ବା ଆର୍ଟିଫିସିୟାଲ ଇଣ୍ଟଲିଜେନ୍ସ ମଧ୍ୟ ବ୍ୟବହାର କରାଯାଉଛି। ଭକ୍ତଙ୍କ ସଠିକ ଗଣନା ପାଇଁ ମହାକୁମ୍ଭରେ AI ପ୍ରଯୁକ୍ତିବିଦ୍ୟା ବିଶିଷ୍ଟ କ୍ୟାମେରା ଲଗାଯାଇଛି। ଏହା ବ୍ୟତୀତ, ରେଳ ଷ୍ଟେଶନରେ ଓହ୍ଲାଇଥିବା ଭକ୍ତମାନଙ୍କ ଉପରେ ମଧ୍ୟ ନଜର ରଖାଯାଇଛି। ଏହି କ୍ୟାମେରାଗୁଡ଼ିକ ମହାକୁମ୍ଭକୁ ଆସୁଥିବା ଲୋକଙ୍କ ମୁହଁ ସ୍କାନ କରନ୍ତି ଏବଂ ସେଠାରେ ଉପସ୍ଥିତ ଭିଡ଼କୁ ଆଧାର କରି, ସେମାନେ ଆକଳନ କରନ୍ତି ଯେ କେତେ ଘଣ୍ଟା ମଧ୍ୟରେ କେତେ ଲକ୍ଷ ଲୋକ ମେଳା ପରିସରକୁ ଆସିଥିଲେ। ବର୍ତ୍ତମାନ ମହାକୁମ୍ଭମେଳା ଅଞ୍ଚଳରେ ୧୮୦୦ କ୍ୟାମେରା ସ୍ଥାପିତ ହୋଇଛି। AI ସହିତ, କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୂମି ମୂଲ୍ୟାଙ୍କନ ମାଧ୍ୟମରେ ଭିଡ଼ର ପରିମାଣ ମଧ୍ୟ ନିର୍ଣ୍ଣୟ କରାଯାଏ। ମହାକୁମ୍ଭ ନଗରରେ ଆହୁରି ୫୦ ରୁ ୬୦ ଲକ୍ଷ ଲୋକ ରହିବାର ଆକଳନ କରାଯାଉଛି, ଯାହା ଫଳରେ ପ୍ରତ୍ୟେକ ଦିନ ମେଳାରେ ଯୋଗଦେବାର ସଂଖ୍ୟା ୬୫-୭୦ ଲକ୍ଷ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ଅପେକ୍ଷାର ଅନ୍ତ! ୨୩୫ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ଥୁଆମୂଳ ରାମପୁର, ୧୩/୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଏକୀକୃତ ପେନ୍‌ସନ୍‌ ପରିଚାଳନା ପୋର୍ଟାଲ (ୟୁପିଏମ୍‌ପି) ଜରିଆରେ ମଧୁବାବୁ…

ଆସାମରେ ମର୍ମନ୍ତୁଦ ଦୁର୍ଘଟଣା: କଣ୍ଟେନର ଟ୍ରକ୍‌ ସହ ମିନି ବସ୍‌ ମୁହାଁମୁହିଁ, ଚାଲିଗଲା ୨୩ ଯାତ୍ରୀଙ୍କ ଜୀବନ

କାଜିରଙ୍ଗା,୧୩।୧୧: ଆସାମ କାଜିରଙ୍ଗାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କଣ୍ଟେନର ଟ୍ରକ୍‌ ସହ ମିନି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ…

ନୂଆ ଭତ୍ତାଧାରୀଙ୍କ ମୁହଁରେ ହସ, ଦୁଇ ମାସର ଟଙ୍କା ପ୍ରଦାନ

ହାଟଡିହୀ/ଛେନାପଦୀ, ୧୩/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ବ୍ଲକର ୨୬୧୨ ଜଣ…

ଗୁଡ଼ାରି ବନ ବିଭାଗ ପକ୍ଷରୁ ବାଘଛାଲ ଜବତ, ୪ ଅଟକ

ଗୁଡ଼ାରି, ୧୩।୧୧ (ପ୍ରମୋଦ କୁମାର ପତି): ଗୁଡ଼ାରି ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଗୁଡ଼ାରି ରେଞ୍ଜ ଅନ୍ତର୍ଗତ କର୍ଣ୍ଣପାଡ଼ୁ ଶିବ ମନ୍ଦିର ନିକଟରେ ବାଘଛାଲ ବିକ୍ରି…

ପୁରୀ ବଡ଼ଦାଣ୍ଡରେ ଭୟଙ୍କର ବିସ୍ଫୋରଣ: ୪ ଗୁରୁତର

ପୁରୀ,୧୩।୧୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଡ଼ଦାଣ୍ଡରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଡ଼ଦାଣ୍ଡରେ ଥିବା ଟିପି ହୋଟେଲରେ ଭୟଙ୍କର ବିସ୍ଫୋରଣ ଘଟି ୪ଜଣ ଗୁରୁତର…

ଭାରତର ପରାଜୟ ପଛରେ ୩ଟି ବଡ଼ କାରଣ, ଗମ୍ଭୀରଙ୍କ ଏହି ଭୁଲ ବଦଳାଇଦେଲା ମ୍ୟାଚର ମୋଡ଼

ନୂଆଦିଲ୍ଲୀ, ୧୩।୧୧: କୌଣସି ଦିନିକିଆ ମ୍ୟାଚରେ ୨୦୦ ରନରେ ପରାଜୟ ଏକ ଲଜ୍ଜାଜନକ ରେକର୍ଡ। ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ…

ଗଞ୍ଜାମ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା ଦାବି: ଚାଷୀଙ୍କୁ ବୀମା ରାଶି ସହ କୃଷି ଋଣ ଛାଡ଼ ନେଇ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ…

କାଠ ଚୁଲିରୁ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ରେ ଲାଗିଲା ନିଆଁ, ବିସ୍ଫୋରଣ ହେବାରୁ…

ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଅଗଝୋଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। କାଠ ଚୁଲିର ନିଆଁରୁ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?