Posted inଖେଳ

ତୁମେ ମରିଯିବା ଉଚିତ୍‌ ଥିଲା, କାହିଁକି ଏମିତି କଥା ଶୁଣିଥିଲେ ମିଷ୍ଟ୍ରି ସ୍ପିନର୍‌

ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ଟିମ ଇଣ୍ଡିଆର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ସହ ଜଡିତ ଏକ ଭୟଙ୍କର ଘଟଣା ପ୍ରକାଶ କରିଛନ୍ତି। ଆଇପିଏଲରେ ବରୁଣ ଚକ୍ରବର୍ତ୍ତୀ ଏକ ଲୋକପ୍ରିୟ ନାମ, ଯିଏ ଗତ କିଛି ଆଇପିଏଲ ସିଜିନରେ ଭଲ ପ୍ରଦର୍ଶନ କରିଛନ୍ତି। ଏହି ପ୍ରଦର୍ଶନ ଆଧାରରେ ସେ ଟି -୨୦ ବିଶ୍ୱକପ ଦଳରେ ସ୍ଥାନ ପାଇଥିଲେ। ବରୁଣ ଚକ୍ରବର୍ତ୍ତୀ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ ଖେଳିବାର ସୁଯୋଗ ପାଇଛନ୍ତି।
ବରୁଣ ସାତୋଟି ଉପାୟରେ ବୋଲିଂ କରିପାରିବେ। ଏଥିମଧ୍ୟରେ ଅଫବ୍ରେକ, ଲେଗବ୍ରକ, ଗୁଗଲି, କ୍ୟାରମ ବଲ, ଫ୍ଲିପର୍‌, ଟପ ସ୍ପିନ, ଆଙ୍ଗୁଠିରେ ୟକର୍ର୍‌ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ୩ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବରୁଣ ୨ଟି ଉଇକେଟ ନେଇଛନ୍ତି। ଏଥିସହ ସେ ୨୮ଟି ଆଇପିଏଲ ମ୍ୟାଚ ରେ ୩୪ ଉଇକେଟ ନେଇଛନ୍ତି।

କୋଲକାତା ନାଇଟ ରାଇଡର୍ସ ଚଳିତ ବର୍ଷ ଆଇପିଏଲ ୨୦୨୧ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛି। କେକେଆରର ଏହି ସଫଳତା ପଛରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ହେଉଛି ସବୁଠାରୁ ବଡ ହାତ। ଆଇପିଏଲ ୨୦୨୧ ପ୍ରଥମ ପର୍ଯ୍ୟାୟ ସ୍ଥଗିତ ରହିବା ସମୟରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ବରୁଣ ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଥିଲେ। କୋଲକାତା ନାଇଟ ରାଇଡର୍ସ ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିଅର୍‌ ପ୍ରଥମେ କରୋନାରେ ସଂକ୍ରମିତ ହୋଇଥିଲେ। ଏହି କାରଣରୁ ଆରସିବି ବିପକ୍ଷରେ କେକେଆର ମ୍ୟାଚ ସ୍ଥଗିତ ରଖାଯାଇଥିଲା। ଏହା ପରେ, ଆଉ କିଛି ମାମଲା ସାମ୍ନାକୁ ଆସିବା ପରେ ଟୁର୍ନାମେଣ୍ଟ ସ୍ଥଗିତ ରଖାଗଲା। ଏବେ କେକେଆର ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ସହ ଘଟିଥିବା ଏହି ଭୟଙ୍କର ଘଟଣା ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ, ମୋର ମନେ ଅଛି ଯେତେବେଳେ ଡକ୍ଟର ଶ୍ରୀକାନ୍ତ ମୋତେ ଡାକିଲେ ଏବଂ ଦୁର୍ଭାଗ୍ୟବଶତଃ ତୁମର କୋଭିଡ ଟେଷ୍ଟ ପଜିଟିଭ୍‌ ଆସିଛି ବୋଲି କହିଥିଲେ, ସେତେବେଳେ ମୁଁ ଭଙ୍ଗିପଡିଥିଲି। ମୁଁ ପ୍ରକୃତରେ ଜାଣି ନ ଥିଲି ଏହି ଜିନିଷଟି ଏତେ ବଡ ହେବ। ମୁଁ ମଧ୍ୟ ଇନଷ୍ଟାଗ୍ରାମରେ ଇମେଲ ଏବଂ ବାର୍ତ୍ତା ପାଇବା ଆରମ୍ଭ କଲି। ଲୋକମାନେ ମୋତେ କହିଥିଲେ, ତୁମେ ମରିଯିବା ଉଚିତ୍‌।
ଆଇପିଏଲ ବନ୍ଦ ହେବା ପରେ ଲୋକମାନେ ବରୁଣ ଚକ୍ରବର୍ତ୍ତୀଙ୍କୁ ଖରାପ କଥା କହିବା ଆରମ୍ଭ କଲେ। ସୋସିଆଲ ମିଡିଆରେ ଅନେକ ପ୍ରଶଂସକ କହୁଥିଲେ ଯେ, ସେ ଏବେ ମରିବା ଉଚିତ୍‌। ପରିସ୍ଥିତି ଏପରି ହୋଇଥିଲା ଯେ,କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଏକ ଭିଡିଓ ପୋଷ୍ଟ କରି ଏପରି ନ କରିବାକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri