Posted inଫୁରସତ

ନିଜ ସୁରକ୍ଷା ନିଜେ କରିବା ଆବଶ୍ୟକ: ନାଭ୍ୟା

ଅନେକ ସମୟରେ ଦେଖାଯାଏ ଝିଅ ହିଁ ଝିଅର ଶତ୍ରୁ ହୋଇଥାଏ। ତେଣୁ ଏଭଳି ଭାବନାରୁ ଦୂରେଇରହିବା ଜରୁରୀ। ସମସ୍ତଙ୍କ ପ୍ରତି ସମାନ ମନୋଭାବ ଆଣିବା ଆବଶ୍ୟକ। ଏଥିସହ ମା’ ବାପାମାନେ ଝିଅଙ୍କୁ ଆତ୍ମସୁରକ୍ଷା ଶିଖାଇବା ଉଚିତ। ବର୍ତ୍ତମାନ ପରିସ୍ଥିତିରେ ନାରୀଟିଏ ନିଜ ସୁରକ୍ଷା ନିଜେ କରିପାରୁଥିବା ଦରକାର। ବାହାରକୁ ଯିବା ସମୟରେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଆବଶ୍ୟକ ଜିନିଷ ସାଙ୍ଗରେ ନେଇ ଯିବା ଆବଶ୍ୟକ ବୋଲି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କଣ୍ଠଶିଳ୍ପୀ ନାଭ୍ୟା ଜୟତି କହିଛନ୍ତି।
ଓ୍ବେଷ୍ଟର୍ନ ସଙ୍ଗୀତ ଜଗତର ଜଣାଶୁଣା ଚେହେରା ହେଉଛନ୍ତି ନାଭ୍ୟା। ଓଡ଼ିଶାରେ ୱେଷ୍ଟର୍ନ ମ୍ୟୁଜିକକୁ ଲୋକପ୍ରିୟ କରାଇବା ପାଇଁ ସେ ଉଦ୍ୟମ ଚଳାଉଛନ୍ତି। ୧୯୮୯ ଜୁଲାଇ ୨୪ରେ ସେ କୋଲକାତାରେ ଜନ୍ମ ହୋଇଥିଲେ ବି କିଛିଦିନ ପରେ ପରିବାର ସହ ଆସି ବ୍ରହ୍ମପୁରକୁ ଚାଲି ଆସିଥିଲେ। ପରବର୍ତ୍ତୀ ସମୟରେ ସଙ୍ଗୀତରେ କ୍ୟାରିୟର କଲେ। ତେବେ ଓଡ଼ିଶାବସୀଙ୍କ ଭଲପାଇବା ତାଙ୍କୁ ଏତେ ଆକର୍ଷିତ କରିଥିଲା ଯେ, ସେ ମୁମ୍ବାଇ ଯାଇଥିଲେ ମଧ୍ୟ ଓଡ଼ିଶାରେ ହିଁ ବେଶି ସଙ୍ଗୀତ ଗାଇଛନ୍ତି। ଏଠାରେ ଗୀତ ଗାଇବା ଫଳରେ ତାଙ୍କୁ ଆତ୍ମୀୟତା ମିଳିଥାଏ ବୋଲି ସେ କହିଛନ୍ତି। ୱେଷ୍ଟର୍ନ ସଙ୍ଗ୍‌ ସହ ନାଭ୍ୟା ରୋମାଣ୍ଟିକ ଓ ପୁରୁଣା ଗୀତଗୁଡ଼ିକୁ ନିଜ ଆନ୍ଦାଜରେ ଗାଇବାକୁ ପସନ୍ଦ କରନ୍ତି। ତେବେ ଷ୍ଟେଜ୍‌ ଶୋ’ ତାଙ୍କୁ ଲୋକପ୍ରିୟ କରିବାରେ ସାହାଯ୍ୟ କରିଥିଲା। ସେ କୁହନ୍ତି, ଓଡ଼ିଶାରେ ୱେଷ୍ଟର୍ନ ସଙ୍ଗୀତ ପାଇଁ ବହୁ ସୁଯୋଗ ଅଛି। ମାତ୍ର ଦୁଃଖର କଥା ସଙ୍ଗୀତ ସାଧନାରେ ଅଭାବ ରହୁଛି। ଏବେ ଯୁବପିଢ଼ି ସଙ୍ଗୀତ ହେଉ କି ଫିଲ୍ମ ଉପରେ ନୂଆ କିଛି କରି ଦେଖାଇବାକୁ ଚେଷ୍ଟା କରୁଛନ୍ତି। ଆଇଲାରେ ଝୁଲୁରୁ ବାଲି, ଦେ ପ୍ରେମର ପିୟାଲା, ପାତଲଘଣ୍ଟା, ଚୁ ଚୁ ଚୁ, ଦେଶୀ କୁକୁଡ଼ା, ମୁଁ ଝିଅ ଇଡିଅଟରେ, ପ୍ୟାର୍‌ ୱାଲା, ଲଭ୍‌ କରି ଘରୁ ପଳେଇ ଆସିଛି, ଡିଅର ଡାର୍ଲୁ ଭଳି ଅନେକ ସଙ୍ଗୀତରେ ନିଜ ସ୍ବରର ଝଲକ ଦେଖାଇଛନ୍ତ ନାଭ୍ୟା।
-ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri