Posted inଖେଳ

ଆଉ ଯନ୍ତ୍ରଣାଦାୟକ ୧୨ ଘଣ୍ଟା ବାକି ଅଛି, କାହିଁକି ଏମିତି କହିଲେ ଧୋନୀ

ଦୁବାଇ,୨୬।୧୦:ଆଇପିଏଲର ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେଅଫ୍‌ ଦୌଡରୁ ବାଦ୍‌ ପଡିଛି। ଦଳକୁ ଆଉ ମାତ୍ର ଦୁଇଟି ମ୍ୟାଚ୍‌ ଖେଳିବାର ଅଛି। ଚେନ୍ନାଇ ଯଦି ପରବର୍ତ୍ତୀ ଦୁଇଟି ମ୍ୟାଚ ଜିତିବ କେବଳ ୧୨ ପଏଣ୍ଟ ନେଇ ଚଳିତ ଆଇପିଏଲ୍‌ ଯାତ୍ରା ଶେଷ କରିବ। ପ୍ଲେଅଫ୍‌ରୁ ଦଳ ବାଦ୍‌ ପଡିବା ପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମୁହଁରେ ସେତେଟା ଖୁସି ନ ଥିଲା। ତାଙ୍କ ମୁହଁରେ ବିଷାଦ ଥିବା ସ୍ପଷ୍ଟ ବାରି ହୋଇପଡିଥିଲା। ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ୍‌ ୮ ଉଇକେଟ୍‌ରେ ଜିତିବା ପରେ ଧୋନୀ କହିଛନ୍ତି, ଭଲ ପ୍ରଦର୍ଶନ ନ କରିବା କଷ୍ଟଦାୟକ। ଆମର ଶେଷ ଯନ୍ତ୍ରଣାଦାୟକ ୧୨ ଘଣ୍ଟା ଟୁର୍ନାମେଣ୍ଟରେ ବାକି ଅଛି। ଆମକୁ ଏହାକୁ ସମ୍ପୂର୍ଣ୍ଣ ଉପଭୋଗ କରିବାକୁ ପଡିବ। ଆମେ ପଏଣ୍ଟ ଟେବୁଲରେ କେଉଁଠାରେ ଥାଉ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି ଆପଣ କ୍ରିକେଟ ଉପଭୋଗ କରୁନାହାଁନ୍ତି, ତେବେ ଏହା ନିଷ୍ଠୁର ଏବଂ ଯନ୍ତ୍ରଣାଦାୟକ ହୋଇପାରେ। ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ମୁଁ ଖୁସି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଇପିଏଲ ଇତିହାସର ୧୩ ବର୍ଷରେ ପ୍ରଥମ ଥର ପାଇଁ ଚେନ୍ନାଇ ପ୍ଲେ ଅଫ ରେସରୁ ଓହରିଯାଇଛିି। ୨୦୦୮ରେ ଆଇପିଏଲ ଆରମ୍ଭ ହୋଇଥିଲା ଏବଂ ଧୋନୀଙ୍କ ଦଳ ପ୍ରଥମ ସିଜନରେ ଫାଇନାଲକୁ ଯାଇଥିଲା। ତେବେ ଫାଇନାଲରେ ରାଜସ୍ଥାନ ରୟାଲ୍ସଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଚେନ୍ନାଇ ଦଳ ୨୦୧୬ ଏବଂ ୨୦୧୭ରେ ନିଲମ୍ବିତ ହୋଇଥିଲା ଏବଂ ୨୦୧୮ରେ ପ୍ରତ୍ୟାବର୍ତ୍ତନ ସହିତ ଚେନ୍ନାଇ ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ଜିତିଥିଲା। ୨୦୧୯ରେ ଚେନ୍ନାଇ ଦଳ ପୁଣି ଥରେ ଫାଇନାଲରେ ପ୍ରବେଶ କରି ମୁମ୍ବାଇଠାରୁ ହାରିଯାଇଥିଲା। କିନ୍ତୁ ୨୦୨୦ରେ ଚେନ୍ନାଇ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri