Posted inଜାତୀୟ

”ନିର୍ବାଚନ ସୋସିଆଲ ମିଡିଆରେ ନୁହେଁ, ଲୋକଙ୍କ ପାଖରେ ପହଞ୍ଚି ଜିତିବାକୁ ପଡିବ”; ବିରୋଧୀଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୯ା୧୨: ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରି ବିରୋଧୀଙ୍କୁ ପ୍ରତ୍ୟାଖାନ ଜନସାଧାରଣ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଣୁକରି ସେମାନେ ସରକାରଙ୍କ ଯୋଜନାକୁ ବିରୋଧ କରି ସୋସିଆଲ ମିଡିଆରେ ନିର୍ବାଚନ ଜିତି ପାରିବେ ନାହିଁ, ଏଥିପାଇଁ ସେମାନଙ୍କୁ ଜନତାଙ୍କ ପାଖକୁ ଯିବାକୁ ପଡିବ।

ସରକାରଙ୍କ ବିରୋଧରେ ଠିଆ ହୋଇଥିବା ଲୋକ, ଜନସାଧାରଣଙ୍କ ବିବେକକୁ ଅଣଦେଖା କରିବା ପାଇଁ ନିଜ ରହସ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଥିଲେ। ଯଦି ବିରୋଧୀ ଦଳମାନେ ରାଜନୈତିକ ସ୍ୱାର୍ଥ ପରିବର୍ତ୍ତେ ସେବା ଭାବନାକୁ ପ୍ରାଧାନ୍ୟ ଦେଇଥାନ୍ତେ, ତେବେ ଦେଶର ଜନସଂଖ୍ୟାର ଏକ ବଡ଼ ଅଂଶ ଦାରିଦ୍ର୍ୟରେ ରହିନଥାନ୍ତା ଏବଂ ମୋଦୀଙ୍କ ଆଜିର ଗ୍ୟାରେଣ୍ଟୀ ୫୦ ବର୍ଷ ପୂର୍ବେ ପୂରଣ ହୋଇଥାନ୍ତା ବୋଲି ସେ ଉଲ୍ଲେଖ କରିଥିଲେ।

ବିଭିନ୍ନ ସରକାରୀ ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡିକର ସମନ୍ୱୟ ହାସଲ କରିବା ପାଇଁ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ସୂଚନା ଦେଇଥିଲେ ଯେ ଏହି ଯାତ୍ରା ସମୟରେ ୧.୫ ଲକ୍ଷରୁ ଅଧିକ ହିତାଧିକାରୀ ସେମାନଙ୍କର ଅନୁଭୂତି ବାଣ୍ଟିଛନ୍ତି। କେନ୍ଦ୍ର ସରକାରଙ୍କ ର ବିଭିନ୍ନ ଉନ୍ନତି ମୂଳକ ଯୋଜନା ଯଥା ସ୍ଥାୟୀ ଘର, ଜଳ ସଂଯୋଗ, ଶୌଚାଳୟ, ମାଗଣା ଚିକିତ୍ସା, ମାଗଣା ରାସନ, ଗ୍ୟାସ ସଂଯୋଗ, ବିଦ୍ୟୁତ ସଂଯୋଗ, ବ୍ୟାଙ୍କ ଏକାଉଣ୍ଟ ଖୋଲିବା, ପିଏମ କିଷାନ ସମ୍ମାନ ନିଧି ଅଧୀନରେ ସୁବିଧା, ପିଏମ ଫସଲ ବୀମା ଯୋଜନା, ପିଏମ ସ୍ୱନିଧି ଯୋଜନା ଏବଂ ପିଏମ ସ୍ଵାମୀତ୍ୱ ସମ୍ପତ୍ତି କାର୍ଡ ଆଦି ବିଷୟରେ ସେ ଉଲ୍ଲେଖ କରିଥିଲ।

ଏହି ଯୋଜନା ଗୁଡିକୁ ବାରମ୍ବାର କୌଣସି ସରକାରୀ କାର୍ଯ୍ୟାଳୟକୁ ନଯାଇ ଦେଶର ବିଭିନ୍ନ ଗ୍ରାମର କୋଟି କୋଟି ପରିବାର ସରକାରଙ୍କ କୌଣସି ଯୋଜନାର ଲାଭ ପାଇଁ ପାରୁଛନ୍ତି। ସରକାର ହିତାଧିକାରୀଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ ସୁବିଧା ଦେବା ପାଇଁ ପଦକ୍ଷେପ ନେଇଥିବା ସେ ଉଲ୍ଲେଖ କରିଥିଲେ। ସେଥିପାଇଁ ଲୋକମାନେ କହୁଛନ୍ତି, ମୋଦୀ କି ଗ୍ୟାରେଣ୍ଟୀର ଅର୍ଥ ପ୍ରତିଶ୍ରୁତି ପୂରଣର ଗ୍ୟାରେଣ୍ଟୀ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ

ନୂଆଦିଲ୍ଲୀ/ଇମ୍ଫାଲ,୧୧।୨: ମଣିପୁରରେ ଜାତିଆଣ ହିଂସା ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ଗତ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବୀରେନ୍‌ ସିଂ ଇସ୍ତଫା ଦେଇଥିଲେ।...

କାଲି ବ୍ୟାଙ୍କ ବନ୍ଦ ନା ଖୋଲା? ଆପଣଙ୍କ ସହରରେ କ’ଣ ରହିବ, ଘରୁ ବାହାରିବା ପୂର୍ବରୁ ଜାଣି ନିଅନ୍ତୁ…

କୌଣସି ପର୍ବପର୍ବାଣୀ ଯୋଗୁ ବ୍ୟାଙ୍କ ବନ୍ଦ ରହିଥାଏ। ଆଉ ଏ ସମ୍ପର୍କରେ ଆମେ ସୂଚନା ନ ପାଇଲେ ଅଯଥାରେ ବ୍ୟାଙ୍କ ଯା ହଇରାଣ ହେଉ। ତେବେ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ହାତୀ ଆକ୍ରମଣରେ ଘର ଭାଙ୍ଗିଲେ କିମ୍ବା ସାପ କାମୁଡାରେ ମୃତ୍ୟୁ ହେଲେ ମିଳିବ ୪ଲକ୍ଷ ଟଙ୍କା

ଥିରୁଭାନନ୍ତପୁରମ,୧୧।୨: ଏଣିକି ସାପ କାମୁଡିଲେ ମିଳିବ ୪ଲକ୍ଷ ଟଙ୍କା କ୍ଷତିପୂରଣ। ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର ମାନବ ଏବଂ ବନ୍ୟପ୍ରାଣୀ...

JEE Main Result 2025: ପ୍ରକାଶ ପାଇଲା ଜେଇଇ ମେନ୍‌ ସେଶନ ୧ ରେଜଲ୍ଟ, ଏଭଳି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ,୧୧।୨: ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନ୍‌ ପାଇଁ ଅନୁଷ୍ଠିତ JEE ମେନ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷା ପାଇଁ ଆବେଦନ କରିଥିବା...

ଆଦାନୀଙ୍କୁ ବଡ଼ ଉପହାର ଦେବେ ଟ୍ରମ୍ପ! ବଡ଼ ଘୋଷଣା…

ଓ୍ବାଶିଂଟନ୍‌,୧୧।୨: ଡୋନାଲ୍ଡ ଟ୍ରମ୍ପ ଯେବେଠାରୁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ସେବେଠାରୁ ସେ ତାଜୁବ କରିଦେବା ଭଳି ନିଷ୍ପତ୍ତି ନେଉଛନ୍ତି। ଏବେ ଟ୍ରମ୍ପ ଦେଶର ଆଇନଗତ ବ୍ୟବସ୍ଥା...

ଜମ୍ମୁର ଅଖନୁରରେ LoC ନିକଟରେ ଆଇଇଡି ବିସ୍ଫୋରଣ, ଶହୀଦ ହୋଇଗଲେ ୨ ଯବାନ

ନୂଆଦିଲ୍ଲୀ,୧୧।୨: ଜମ୍ମୁର ଅଖନୁର ସେକ୍ଟରରେ ଆଇଇଡି (ଇମ୍ପ୍ରୋଭାଇଜଡ୍‌ ଏକ୍ସପ୍ଲୋସିଭ ଡିଭାଇସ୍‌) ବିସ୍ଫୋରଣରେ ୨ ସୈନିକ ଶହୀଦ ହୋଇଛନ୍ତି। ଲାଲେଲିର ସୀମାରେଖା ନିକଟରେ ଏକ ସର୍ଚ୍ଚ ଅପରେଶନ...

କ’ଣ AI ମଣିଷର ସ୍ଥାନ ନେଇପାରିବ ? ‘ସର୍ବାଧିକ ପଚରାଯାଉଥିବା ପ୍ରଶ୍ନର’ ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୧।୨: ଫ୍ରାନ୍ସରେ ଏଆଇ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। କ’ଣ କୃତ୍ରିମ ବୁଦ୍ଧିମତ୍ତା...

Google Pay, PhonePe ଓ Paytm କୁ ବଡ଼ ଝଟ୍‌କା! ହ୍ବାଟସଆପ୍‌ରେ ପେମେଣ୍ଟ କରିପାରିବେ ବିଜୁଳି ବିଲ୍‌, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ,୧୧।୨: ହ୍ବାଟସଆପ ୟୁଜର୍ସଙ୍କ ପାର୍ଇ ଖୁସି ଖବର। ଏଣିକି ହ୍ବାଟସଆପ୍‌ ମାଧ୍ୟମରେ ବିଜୁଳି ବିଲ୍‌ ଓ ପାଣି ବିଲ୍‌ ପେମେଣ୍ଟ କରିପାରିବେ। ଏହା ବ୍ୟତୀତ ଅନ୍ୟାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri