ବିନା କାରଣରେ ଅପମାନ ସହିବାକୁ ପଡ଼ୁଛି କି.. ଚାଣକ୍ୟଙ୍କଠାରୁ ଶିଖି ନିଅନ୍ତୁ ଜବାବ ଦେବାର ଠିକ୍‌ ଉପାୟ…

ଜୀବନରେ ଅନେକ ଥର ଏପରି ପରିସ୍ଥିତି ଉପୁଜେ ଯେତେବେଳେ ଆମକୁ କାହାର ଅପମାନ ସହିବାକୁ ପଡେ। କେବେ ନିଜର ଭୁଲ ଯୋଗୁ ତ କେବେ ବିନା କାରଣରେ ଆମକୁ ଅପମାନିତ ହେବାକୁ ପଡେ। ନିଜର ଭୁଲ ଥିଲେ ଜଣେ ବ୍ୟକ୍ତି ଅପମାନକୁ ସହ୍ୟ କରେ। କିନ୍ତୁ ଅନେକ ଥର ବିନା ଦୋଷରେ ସମସ୍ତଙ୍କ ସାମ୍ନାରେ ଅପମାନିତ ହେବାକୁ ସହ୍ୟ କରିପାରି ନ ଥାଏ। ଏପରି ପରିସ୍ଥିତିରେ, ଅନେକ ଲୋକ ତୁରନ୍ତ ସମାନ ଭାଷାରେ ଅପମାନର ଜବାବ ଦେଇଥାନ୍ତି। କିଛି ଲୋକ ନୀରବ ରହିବାକୁ ଠିକ୍‌ ଭାବନ୍ତି। ବହୁତ ଲୋକ ଏପରି ଅଛନ୍ତି ଯେଉଁମାନେ ଏହି ପରିସ୍ଥିତିରେ କଣ କରିବେ ତାହା ବୁଝି ପାରନ୍ତି ନାହିଁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅପମାନର ଜବାବ ଦେବାର ଉପାୟ ବିଷୟରେ ଜଣାଇଛନ୍ତି।

– ଚାଣକ୍ୟ କହିଛନ୍ତି, ଯେତେବେଳେ କେହି ଆପଣଙ୍କ ଅପମାନ କରନ୍ତି, ସେତେବେଳେ ତାଙ୍କୁ ତାଙ୍କ ଭାଷାରେ ଜବାବ ଦେବା ଉଚିତ ନୁହେଁ। କାରଣ ଆପଣଙ୍କୁ ଉତ୍ତେଜିତ କରିବା ହେଉଛି ତାଙ୍କର କାମ। ତେଣୁ ଏପରି ପରିସ୍ଥିତିରେ ଚୁପ ରୁହନ୍ତୁ , ତାଙ୍କୁ ଦେଖି ଟିକିଏ ହସିଦିଅନ୍ତୁ, ହେଲେ ତାଙ୍କୁ କିଛି କୁହନ୍ତୁ ନାହିଁ। କାରଣ କିଛି କହିଲେ ସେ ଆହୁରି କ୍ରୋଧିତ ହୋଇ ନିଜେ ଅପମାନିତ ବୋଧ କରିବେ।

-ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କୁ ଅପମାନିତ କରିବାକୁ ପସନ୍ଦ କରନ୍ତି। ଚାଣକ୍ୟଙ୍କ ଅନୁଯାୟୀ, ଏଭଳି ଲୋକମାନେ ଜୀବନରେ ବିଫଳ ହୁଅନ୍ତି। ସେମାନେ କହିଛନ୍ତି ଯେ ଜଣେ ବୁଦ୍ଧିମାନ ବ୍ୟକ୍ତି କେବେବି କାହାକୁ ଅପମାନିତ କରନ୍ତି ନାହିଁ। ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ସବୁକିଛି ସହି ଯିବା ହିଁ ସର୍ବୋତ୍ତମ ଉପାୟ।
ଯଦି ଜଣେ ବ୍ୟକ୍ତି ଅପମାନ କରନ୍ତି, ତେବେ ଏହାକୁ ଥରେ ସହିବା ବୁଦ୍ଧିମାନର କାମ ଅଟେ। ଦ୍ୱିତୀୟ ଥର ଅପମାନକୁ ସହ୍ୟ କରିବା ସେହି ବ୍ୟକ୍ତିଙ୍କୁ ମହାନ ବୋଲି ଦର୍ଶାଏ। କିନ୍ତୁ ତୃତୀୟ ଥର ପାଇଁ ଅପମାନକୁ ସହ୍ୟ କରିବା ବ୍ୟକ୍ତିର ସବୁଠାରୁ ବଡ ମୂର୍ଖାମୀ, ତେଣୁ ସବୁବେଳେ ନିଜର ଅପମାନ ସହିବା ଠିକ ନୁହେଁ।

-ଚାଣକ୍ୟ କୁହନ୍ତି, ର୍ଦୁଗନ୍ଧ କେବଳ ସଢ଼ା ଫୁଲରୁ ଆସିଥାଏ, କାରଣ ଫୁଟିଥିବା ଫୁଲ ସବୁବେଳେ ସୁଗନ୍ଧ ବିସ୍ତାର କରିଥାଏ। ସେହିଭଳି, ଯେଉଁ ବ୍ୟକ୍ତି ଅନ୍ୟକୁ ଅପମାନିତ କରେ, ତାଙ୍କ ଚିନ୍ତାଧାରା ବହୁତ ଛୋଟ। ଏଥିଯୋଗୁ ଏପରି ଲୋକମାନେ ଜୀବନରେ କେବେବି ସଫଳ ହୁଅନ୍ତି ନାହିଁ। ଯେଉଁମାନେ ଅନ୍ୟମାନଙ୍କୁ ଅପମାନ କରିବାକୁ ପସନ୍ଦ କରନ୍ତି ସେମାନଙ୍କଠାରୁ ଦୂରତା ରଖିବା ଭଲ ବୋଲି ମଧ୍ୟ ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟିର ବ୍ୟାକ୍ଟେରିଆ ଓ ଚୁଇଙ୍ଗମ

ଚୁଇଙ୍ଗମ ଚୋବାଇବା ଆଜିକାଲି ଅନେକଙ୍କର ଏକ ଅଭ୍ୟାସ ପାଲଟି ଗଲାଣି। ହେଲେ ଏହାର ଏକ ଭଲ ଗୁଣ ରହିଛି ବୋଲି ପ୍ରକାଶ କରିଛନ୍ତି ଟୋକିଓ ୟୁନିଭର୍ସିଟିର...

ପ୍ରତାରଣାକାରୀ ପାର୍ଟନରଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହିଁଥାନ୍ତି ଅଧିକାଂଶ ଲୋକେ

ଡେଟିଂ ଏବଂ ପାର୍ଟନର ବିଷୟରେ ଲୋକଙ୍କ ପସନ୍ଦ ଭିନ୍ନ ପ୍ରକାରର। ଏ ବିଷୟରେ ଜାଣିବା ପାଇଁ ଏକ୍‌ଷ୍ଟ୍ରା ମେରିଟାଲ ଡେଟିଂ ଆପ୍‌ ଗ୍ଲିଡେନ୍‌ ଭାରତୀୟଙ୍କୁ ନେଇ...

ପୂଜାରେ ଫ୍ୟାଶନ

ଶାରଦୀୟ ଦୁର୍ଗାପୂଜା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ମା’ଙ୍କୁ ସ୍ବାଗତ କରିବାକୁ ଚାରିଆଡେ ଚାଲିଛି ସଜବାଜ। ପୂଜାମଣ୍ଡପଗୁଡିକ ନିଜକୁ ପ୍ରସ୍ତୁତ କରିନେଇଥିବା ବେଳେ ଘରେ...

ମନ ସହ ମନ ମିଶିଲେ ଗଢି ଉଠେ ଏଭଳି ସମ୍ପର୍କ

ବନ୍ଧୁତା କେତେବେଳେ କାହା ସହ ବି ହୋଇପାରେ। କାରଣ ଯେଉଁଠି ମନ ସହ ମନ ମିଶିଯାଏ ସେଇଠି ଗଢି ଉଠେ ଏହି ସମ୍ପର୍କ। ହୋଇପାରେ ଏହା...

ଡିଜିଟାଲ ଡ୍ରଗ ଡିଭାଇସ୍‌

କାର୍ଯ୍ୟବ୍ୟସ୍ତତା ଏବଂ ଅଧିକ କାର୍ଯ୍ୟ ଚାପ ଯୋଗୁଁ ଅନେକ ଆଜିକାଲି ମାନସିିକ ଚାପ (ମେଣ୍ଟାଲ ପ୍ରେସର)ର ସମ୍ମୁଖୀନ ହେଉଛନ୍ତି। ଯଦି ଆପଣ ଏପରି ପରିସ୍ଥିତିର ସମ୍ମୁଖୀନ...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର ନୂଆ ଉପାୟ

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବା ନିହାତି ଦରକାର। ନ ହେଲେ ଆମେ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା...

ଜାଣନ୍ତି କି ସୌନ୍ଦର୍ଯ୍ୟ ବୃଦ୍ଧି କରେ ଅଦା

ଅଦା ସ୍ବାସ୍ଥ୍ୟ ଲାଗି ଲାଭ ଦାୟକ ହୋଇଥାଏ। ଏହାର ଅନେକ ପ୍ରକାର ଚମତ୍କାର ଗୁଣ ସମ୍ପର୍କରେ ଆପଣ ଆଗରୁ ଜାଣିଥିବେ ବା ନିଜେ ମଧ୍ୟ ଅନୁଭବ...

ବିସ୍ମୟ ପଦାର୍ଥ ଗ୍ରାଫିନ୍‌

”ଗ୍ରାଫିନ୍‌ ଦୁନିଆର ସବୁଠାରୁ ପତଳା ପଦାର୍ଥ। ଏହା ଏତେ ପତଳା ଯେ, ଯଦି ୩ ଲକ୍ଷ ଗ୍ରାଫିନ୍‌ ଚଦରକୁ ଗୋଟିକ ଉପରେ ଗୋଟିଏ ରଖାଯାଏ ତେବେ...

Advertisement
Archives

Model This Week