ବିନା କାରଣରେ ଅପମାନ ସହିବାକୁ ପଡ଼ୁଛି କି.. ଚାଣକ୍ୟଙ୍କଠାରୁ ଶିଖି ନିଅନ୍ତୁ ଜବାବ ଦେବାର ଠିକ୍‌ ଉପାୟ…

ଜୀବନରେ ଅନେକ ଥର ଏପରି ପରିସ୍ଥିତି ଉପୁଜେ ଯେତେବେଳେ ଆମକୁ କାହାର ଅପମାନ ସହିବାକୁ ପଡେ। କେବେ ନିଜର ଭୁଲ ଯୋଗୁ ତ କେବେ ବିନା କାରଣରେ ଆମକୁ ଅପମାନିତ ହେବାକୁ ପଡେ। ନିଜର ଭୁଲ ଥିଲେ ଜଣେ ବ୍ୟକ୍ତି ଅପମାନକୁ ସହ୍ୟ କରେ। କିନ୍ତୁ ଅନେକ ଥର ବିନା ଦୋଷରେ ସମସ୍ତଙ୍କ ସାମ୍ନାରେ ଅପମାନିତ ହେବାକୁ ସହ୍ୟ କରିପାରି ନ ଥାଏ। ଏପରି ପରିସ୍ଥିତିରେ, ଅନେକ ଲୋକ ତୁରନ୍ତ ସମାନ ଭାଷାରେ ଅପମାନର ଜବାବ ଦେଇଥାନ୍ତି। କିଛି ଲୋକ ନୀରବ ରହିବାକୁ ଠିକ୍‌ ଭାବନ୍ତି। ବହୁତ ଲୋକ ଏପରି ଅଛନ୍ତି ଯେଉଁମାନେ ଏହି ପରିସ୍ଥିତିରେ କଣ କରିବେ ତାହା ବୁଝି ପାରନ୍ତି ନାହିଁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅପମାନର ଜବାବ ଦେବାର ଉପାୟ ବିଷୟରେ ଜଣାଇଛନ୍ତି।

– ଚାଣକ୍ୟ କହିଛନ୍ତି, ଯେତେବେଳେ କେହି ଆପଣଙ୍କ ଅପମାନ କରନ୍ତି, ସେତେବେଳେ ତାଙ୍କୁ ତାଙ୍କ ଭାଷାରେ ଜବାବ ଦେବା ଉଚିତ ନୁହେଁ। କାରଣ ଆପଣଙ୍କୁ ଉତ୍ତେଜିତ କରିବା ହେଉଛି ତାଙ୍କର କାମ। ତେଣୁ ଏପରି ପରିସ୍ଥିତିରେ ଚୁପ ରୁହନ୍ତୁ , ତାଙ୍କୁ ଦେଖି ଟିକିଏ ହସିଦିଅନ୍ତୁ, ହେଲେ ତାଙ୍କୁ କିଛି କୁହନ୍ତୁ ନାହିଁ। କାରଣ କିଛି କହିଲେ ସେ ଆହୁରି କ୍ରୋଧିତ ହୋଇ ନିଜେ ଅପମାନିତ ବୋଧ କରିବେ।

-ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କୁ ଅପମାନିତ କରିବାକୁ ପସନ୍ଦ କରନ୍ତି। ଚାଣକ୍ୟଙ୍କ ଅନୁଯାୟୀ, ଏଭଳି ଲୋକମାନେ ଜୀବନରେ ବିଫଳ ହୁଅନ୍ତି। ସେମାନେ କହିଛନ୍ତି ଯେ ଜଣେ ବୁଦ୍ଧିମାନ ବ୍ୟକ୍ତି କେବେବି କାହାକୁ ଅପମାନିତ କରନ୍ତି ନାହିଁ। ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ସବୁକିଛି ସହି ଯିବା ହିଁ ସର୍ବୋତ୍ତମ ଉପାୟ।
ଯଦି ଜଣେ ବ୍ୟକ୍ତି ଅପମାନ କରନ୍ତି, ତେବେ ଏହାକୁ ଥରେ ସହିବା ବୁଦ୍ଧିମାନର କାମ ଅଟେ। ଦ୍ୱିତୀୟ ଥର ଅପମାନକୁ ସହ୍ୟ କରିବା ସେହି ବ୍ୟକ୍ତିଙ୍କୁ ମହାନ ବୋଲି ଦର୍ଶାଏ। କିନ୍ତୁ ତୃତୀୟ ଥର ପାଇଁ ଅପମାନକୁ ସହ୍ୟ କରିବା ବ୍ୟକ୍ତିର ସବୁଠାରୁ ବଡ ମୂର୍ଖାମୀ, ତେଣୁ ସବୁବେଳେ ନିଜର ଅପମାନ ସହିବା ଠିକ ନୁହେଁ।

-ଚାଣକ୍ୟ କୁହନ୍ତି, ର୍ଦୁଗନ୍ଧ କେବଳ ସଢ଼ା ଫୁଲରୁ ଆସିଥାଏ, କାରଣ ଫୁଟିଥିବା ଫୁଲ ସବୁବେଳେ ସୁଗନ୍ଧ ବିସ୍ତାର କରିଥାଏ। ସେହିଭଳି, ଯେଉଁ ବ୍ୟକ୍ତି ଅନ୍ୟକୁ ଅପମାନିତ କରେ, ତାଙ୍କ ଚିନ୍ତାଧାରା ବହୁତ ଛୋଟ। ଏଥିଯୋଗୁ ଏପରି ଲୋକମାନେ ଜୀବନରେ କେବେବି ସଫଳ ହୁଅନ୍ତି ନାହିଁ। ଯେଉଁମାନେ ଅନ୍ୟମାନଙ୍କୁ ଅପମାନ କରିବାକୁ ପସନ୍ଦ କରନ୍ତି ସେମାନଙ୍କଠାରୁ ଦୂରତା ରଖିବା ଭଲ ବୋଲି ମଧ୍ୟ ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri