Posted inଜାତୀୟ

୬୫ ଘଣ୍ଟା ମଧ୍ୟରେ ୨୦ ମିଟିଂ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ଶେଷ କରି ରବିବାର ଭାରତ ଫେରିଛନ୍ତି। ୨୨ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ବାହାରିବା ପରେ ପ୍ରଧାନମନ୍ତ୍ରୀ ପ୍ରାୟ ୯୦ ଘଣ୍ଟା ମଧ୍ୟରେ ତାଙ୍କର ଯାତ୍ରା ଶେଷ କରିଥିଲେ। ପ୍ରଧାନମନ୍ତ୍ରୀ ଆମେରିକାରେ ୬୫ ଘଣ୍ଟା ବିତାଇଥିଲେ। ଏହି ୬୫ ଘଣ୍ଟିଆ ଗସ୍ତରେ ମୋଦି ୨୦ଟି ମିଟିଂରେ ଭାଗ ନେଇଥିଲେ। କେବଳ ଏତିକି ନୁହେଁ, ମୋଦି ଯିବା ଏବଂ ଆସିବା ସମୟରେ ବିମାନରେ ଦୁଇ ଦୁଇଟି ମିଟିଂ କରିଥିଲେ। ଅର୍ଥାତ୍‌ ବିମାନରେ ସେ ଅଧିକାରୀଙ୍କ ସହ ଚାରିଥର ମିଟିଂ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେ ଭାରତ ଛାଡିବା ଠାରୁ ଫେରିବା ପର୍ଯ୍ୟନ୍ତ ମୋଦି ୨୪ଟି ମିଟିଂ କରିଥିଲେ।
ସୂଚନାଯୋଗ୍ୟ, ଆମେରିକା ଯିବାବେଳେ ମୋଦି ବିମାନରେ ଦୁଇଟି ମିଟିଂ କରିଥିଲେ ଏବଂ ସେଠାରେ ପହଞ୍ଚିବା ପରେ ହୋଟେଲରେ ୩ଟି ମିଟିଂ କରିଥିଲେ। ୨୩ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଆମେରିକୀୟ କମ୍ପାନୀର ସିଇଓଙ୍କ ସହ ୫ଟି ମିଟିଂ କରିଥିଲେ। ଏହା ପରେ ସେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ଭେଟିଥିଲେ। ସେ ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଏବଂ ଅଷ୍ଟ୍ରେଲିଆର ସ୍କଟ ମୋରିସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ମଧ୍ୟ ଭାଗ ନେଇଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ୩ଟି ଆଭ୍ୟନ୍ତରୀଣ ବୈଠକର ଅଧ୍ୟକ୍ଷତା କରିଥିଲେ। ପରଦିନ ପ୍ରଧାନମନ୍ତ୍ରୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହା ପରେ ସେ କ୍ୱାଡର ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ ପରେ ସେ ଚାରିଟି ଆଭ୍ୟନ୍ତରୀଣ ବୈଠକ ମଧ୍ୟ କରିଥିଲେ। ସୂଚନାନୁସାରେ, ସେପ୍ଟେମ୍ବର ୨୫ରେ ଆମେରିକାରୁ ଭାରତ ଯିବା ସମୟରେ ପ୍ରଧାନମନ୍ତ୍ରୀ ବିମାନରେ ଥିବା ଅଧିକାରୀଙ୍କ ସହ ଆଉ ଦୁଇଟି ମିଟିଂ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲକ୍‌-୪: ମେଟ୍ରୋ ଚାଲିବା-ବାର୍‌ ଖୋଲିବା ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ, ୨୫।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସେପ୍ଟେମ୍ବର ୧ରୁ ଅନ୍‌ଲକ୍‌-୪ କାର୍ଯ୍ୟକାରୀ ହେବ। ଅନ୍‌ଲକ୍‌-୪ରେ ମେଟ୍ରୋ ଚଳାଚଳ ଏବଂ ବାର୍‌ ଖୋଲିବା...

ଆସନ୍ତା କାଲିଠାରୁ ଉତ୍ତର ପ୍ରଦେଶରେ ଲକଡାଉନ

ଲକ୍ଷ୍ନୌ,୯ା୭-ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଉତ୍ତର ପ୍ରଦେଶ ସରକାର ଶୁକ୍ରବାର ରାତି ୧୦ରୁ ଜୁଲାଇ ୧୩ ସକାଳ ୫ଟା ଯାଏ ଲକଡାଉନ ଘୋଷଣା...

୬ ହଜାର ପୃଷ୍ଠାର ଦସ୍ତାବିଜ୍‌ ମୁଣ୍ଡରେ ବୋହି ଏନ୍‌ଏଚ୍‌ଡିସି କାର୍ଯ୍ୟାଳୟ ପହଞ୍ଚିଲେ ଓଁକାରେଶ୍ୱର ନଦୀବନ୍ଧ ବିସ୍ଥାପିତ

ଖଣ୍ଡଓ୍ବା,୮।୬: ମଧ୍ୟପ୍ରଦେଶ ଓଁକାରେଶ୍ୱର ନଦୀବନ୍ଧ ବିସ୍ଥାପିତ ୬ ହଜାର ପୃଷ୍ଠାର ଦସ୍ତାବିଜ୍‌ ମୁଣ୍ଡରେ ବୋହି ଏନ୍‌ଏଚ୍‌ଡିସି କାର୍ଯ୍ୟାଳୟ ପହଞ୍ଚିଛନ୍ତି। ଏସବୁ ୮ଟି ବଡ଼ ବ୍ୟାଗ୍‌ରେ ରଖାଯାଇଥିବା...

ପୁଲଓ୍ବାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୮।୫: ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାରେ ଶନିବାର ଭୋର୍‌ ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଘଟିଛି। ଏଥିରେ ୨ ଜଣ...

୩୦ ବର୍ଷ ପରେ ଲାଲ ଚୌକରେ ଉଡ଼ିଲା ତ୍ରୀରଙ୍ଗା

ଶ୍ରୀନଗର,୨୬।୧: ଲାଲ ଚୌକରେ ଥିବା ଐତିହାସିକ କ୍ଲକ୍‌ ଟାଓ୍ବାରରେ ୩୦ ବର୍ଷ ପରେ ବୁଧବାର ଉଡ଼ିଛି ତୀରଙ୍ଗା। ଭେଟେରାନ ଭାଜପା ନେତା ମୁରଲି ମନୋହର ଯୋଶି...

ରାଜନୈତିକ ଡ୍ରାମା: ସଞ୍ଜୟ ଜୈନ ଗିରଫ

ଜୟପୁର,୧୭।୭: ରାଜସ୍ଥାନରେ ଚାଲିଥିବା ରାଜନୈତିକ ଡ୍ରାମା ମଧ୍ୟରେ ଅଶୋକ ଗେହଲୋଟ ସରକାରଙ୍କୁ ଭାଙ୍ଗିବାକୁ ନେଇ ଏବେ ଏକ ଅଡ଼ିଓ ଟେପ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ...

ଜମ୍ମୁ-କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୧ ମୃତ, ଅନେକ ଆହତ

ଶ୍ରୀନଗର, ୨୭।୬: ଜମ୍ମୁ-କଶ୍ମୀରର ଶୋପିଆନ୍‌ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଜଣେ ସ୍କୁଟି...

ଦିଲ୍ଲୀକୁ ଫେରିଲା ୮୦ ଦଶକର ନିର୍ମଳ ଆକାଶ

ନୂଆଦିଲ୍ଲୀ, ୨୮ା୩- କିଛି ଦିନ ପୂର୍ବରୁ ବିପଦଜନକ ଅବସ୍ଥାକୁ ଆସିଯାଇଥିବା ଦିଲ୍ଲୀର ବାୟୁମଣ୍ଡଳ ଏବେ ସ୍ବଚ୍ଛ ହେବାରେ ଲାଗିଛି । ଦୀର୍ଘ ବର୍ଷ ପରେ ନିର୍ମଳ...

Advertisement
Archives

Model This Week