Categories: ଖେଳ

କ୍ରିକେଟରୁ ବିଦାୟ ନେଲେ ୟର୍କର କିଙ୍ଗ୍‌

ନୂଆଦିଲ୍ଲୀ,୧୪।୯: ବିଶ୍ୱ କ୍ରିକେଟରେ ୟର୍କର କିଙ୍ଗ୍‌ ଭାବେ ଜଣାଶୁଣା ଲାସିଥ ମାଲିଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ଟେଷ୍ଟ(୨୦୧୧) ଓ ଦିନିକିଆ (୨୦୧୯) କ୍ୟାରିୟର ଶେଷ କରିଥିବା ଶ୍ରୀଲଙ୍କା ଷ୍ଟାର ପେସର ଦୂରେଇ ଯାଇଛନ୍ତି ଟି୨୦ କ୍ରିକେଟରୁ। ୧୭ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୫୪୬ ଉଇକେଟ ନେଇଥିଲେ ମାଲିଙ୍ଗା। ବିଶ୍ୱର ପ୍ରଥମ ବୋଲର ଭାବେ ସେ ଟି୨୦ କ୍ରିକେଟରେ ୧୦୦ ଉଇକେଟ ନେଇଥିଲେ। କ୍ରିକେଟର ଏହି ଛୋଟିଆ ଫର୍ମାଟରେ ତାଙ୍କ ନାମରେ ରହିଛି ୧୦୭ଟି ଉଇକେଟ।

ଆଜି ମୋ ପାଇଁ ସ୍ବତନ୍ତ୍ର ଦିନ। ମା ଜୋତାକୁ ଶତ ପ୍ରତିଶତ ବିଶ୍ରାମ ଦେବା ପାଇଁ ମୁଁ ନିଷ୍ପତ୍ତି ନେଇଛି। କିନ୍ତୁ କ୍ରିକେଟ ପ୍ରତି ଥିବା ଭଲ ପାଇବାକୁ କଦାପି ବିଶ୍ରାମ ଦେବି ନାହିଁ। ଟି୨୦ କ୍ୟାରିୟରରେ ମୋତେ ସମର୍ଥନ କରିଥିବା ପ୍ରତ୍ୟେକଙ୍କୁ ଧନ୍ୟବାଦ୍‌। ଏବେ ଯୁବ କ୍ରିକେଟରଙ୍କ ସହ ମୋ ଅଭିଜ୍ଞତା ବାଣ୍ଟିବାକୁ ଚାହୁଁଛି ବୋଲି ମଲିଙ୍ଗା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ମାଲିଙ୍ଗାଙ୍କୁ ରିଲିଜ କରିବା ପରେ ସେ ଫ୍ରାଞ୍ଚାଇଜ କ୍ରିକେଟରୁ ଦୂରେଇ ଯାଇଥିଲେ।

Share