ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ ବାଳିକା ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବ୍ରହ୍ମପୁର, ଝାରସୁଗୁଡା ଓ ରାୟଗଡା ଜୋନର ୧୪, ୧୭ ଓ ୧୯ ବର୍ଷ ରୁ କମ ଶହେରୁ ଊର୍ଦ୍ଧ୍ୱ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସିଷ୍ଟର ଡୋରେଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ସାମ୍ବାଦିକ ସଂଘର ଗଞ୍ଜାମ ଜିଲା ଉପସଭାପତି ପ୍ରଶାନ୍ତ ମହାରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ କୃତିତ୍ୱ ହାସଲ କରିଥିବା ଟିମକୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାକୁ ରେଫରୀ ଭାବେ ସମ୍ବିତ କୁମାର ବଳିଆରସିଂହ ଓ ଏସ. ଜଗା ରାଓ କାର୍ଯ୍ୟଭାର ସମ୍ଭାଳିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ଗୀତାଞ୍ଜଳି ଦାଶ, କ୍ରୀଡା ଶିକ୍ଷକ ଭାବେ ସିଏଚ. ପ୍ରସାଦ, କେ. ମନୋଜ ପ୍ରଧାନ, ସୁନୀଲ କୁମାର ଦାଶ, ହମିତ କୁମାର ମହାପାତ୍ର, ସୁଲତାନ ବେଗମ ଉପସ୍ଥିତ ରହି ଖେଳକୁ ପରିଚଳନା କରିଥିଲେ।