ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି ଓ ଆନନ୍ଦ ପରିବେଶ ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରିଷଭଙ୍କ ମା’ ସରୋଜ ପନ୍ତ ଦୁଇ ଦଶନ୍ଧି ପରେ ଗତ ୪ ତାରିଖରେ ଗାଁକୁ ଫେରି ୫ ଦିନ ରହିଥିଲେ ଏବଂ କଣ୍ଟ୍ରାକ୍ଟରକୁ ପୈତୃକ ଘରକୁ ପୁନଃ ନିର୍ମାଣ କରିବାକୁ କହିଥିଲେ।
”ରିଷଭଙ୍କ ମା’ ପୁରୁଣା ଘରର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆମେ ଆଶା କରୁଛୁ ଘର ନିର୍ମାଣ ହେଲା ପରେ ରିଷଭ ଗାଁରେ ଅଧିକ ସମୟ ବିତାଇବେ“ ବୋଲି ରିଷଭଙ୍କ ଦାଦା ମଦନ ମୋହନ ପନ୍ତ କହିଛନ୍ତି। ରିଷଭଙ୍କ ଜେଜେ ବାପା ୬୦ ବର୍ଷ ପୂର୍ବେ କାମ ପାଇଁ ଗାଁ ଛାଡ଼ି ରୁର୍କୀରେ ଅବସ୍ଥାନ କରିଥିଲେ। ୨୦ ବର୍ଷ ପୂର୍ବେ ସେ ନାତି ରିଷଭଙ୍କୁ ଗାଁକୁ ନେଇ ଆସିଥିଲେ। ସେତେବେଳକୁ ରିଷଭଙ୍କୁ ୭ ବର୍ଷ ହୋଇଥିଲା।