Posted inଜାତୀୟ

ଯୋଗୀ: ସତ ବନାମ ମିଛ

ନୂଆଦିଲ୍ଲୀ/ଲକ୍ଷ୍ନୌ,୨୧ା୫: କରୋନା ଭୂତାଣୁ ବୁଧବାର ୨.୭୬ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଛି। ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨.୫୭ କୋଟି ଅତିକ୍ରମ କରିଥିବା ଗୁରୁବାର ପୂର୍ବାହ୍ନ ୧୦ଟାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩,୮୭୪ ଜଣଙ୍କ ମୃତ୍ୟୁ ସହ ଦେଶରେ ମୋଟ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା ୨,୮୭,୧୨୨ରେ ପହଞ୍ଚତ୍ଥିବା ସରକାରୀ ବୁଲେଟିନ୍‌ କହୁଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ସଂକ୍ରମଣରେ ମହାରାଷ୍ଟ୍ର ସର୍ବାଗ୍ରେ ଥିବାବେଳେ ଏହା ତଳକୁ କର୍ନାଟକ, କେରଳ, ତାମିଲନାଡୁ ଓ ଉତ୍ତରପ୍ରଦେଶ (ୟୁପି) ରହିଛି। ନୂଆ ସଂକ୍ରମଣ ମାମଲା କ୍ଷେତ୍ରରେ ୫ ନମ୍ବର ସ୍ଥାନରେ ଥିବା ୟୁପିର ୬୪% ଗ୍ରାମ କରୋନାମୁକ୍ତ ହୋଇଥିବା ଯୋଗୀ ସରକାର ଦାବି କରିଛନ୍ତି।
ୟୁପି ସରକାରଙ୍କ ପକ୍ଷରୁ ବୁଧବାର ଜାରି ସ୍ବାସ୍ଥ୍ୟ ବୁଲେଟିନ୍‌ ଅନୁସାରେ ରାଜ୍ୟର ୬୪ ପ୍ରତିଶତ ଗ୍ରାମ ଏବେ କୋଭିଡ୍‌-୧୯ ମହାମାରୀରୁ ମୁକ୍ତ ହୋଇସାରିଛି। ଏଥିରେ ଦାବି କରାଯାଇଛି ଯେ, ପୂର୍ବ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ ୨,୯୭,୩୨୭ ନମୁନା ସଂଗ୍ରହ କରାଯାଇଥିଲା। ସେଥିରୁ ୭୩% ଟେଷ୍ଟ ଗ୍ରାମାଞ୍ଚଳରେ କରାଯାଇଥିଲା। ରାଜ୍ୟରେ ୭,୩୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହି ଅବଧି ମଧ୍ୟରେ ୨୮୨ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଦିନକ ମଧ୍ୟରେ ୧୯,୬୬୯ ରୋଗୀ ଆରୋଗ୍ୟ ଲାଭ କରିଥିବା ଏଥିରେ ଦର୍ଶାଇଛି। ଅନ୍ୟପକ୍ଷରେ ୟୁପିରେ ଉଭୟ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ସରକାରୀ ରିପୋର୍ଟଠାରୁ ଢେର ଅଧିକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। କାରଣ ସଦ୍ୟ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ଥିବା ୧,୬୦୦ ଶିକ୍ଷକ କୋଭିଡ୍‌-୧୯ କବଳରେ ଆସି ପ୍ରାଣ ହରାଇଥିବା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଥିଲା। ଏହାକୁ ଯୋଗୀ ସରକାର ଖଣ୍ଡନ କରି ଜୀବନ ଯାଇଥିବା ଶିକ୍ଷକଙ୍କ ସଂଖ୍ୟା ମାତ୍ର ୩ ବୋଲି କହିଛନ୍ତି। ଅଧିକ ସଂଖ୍ୟକ କୋଭିଡ୍‌ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଚାହୁଁ ନ ଥିବା ରାଜ୍ୟ ସରକାର ମିଛ କହୁଥିବା ଶିକ୍ଷକ ସଂଘ ଦାବି କରିଛି। ପୂର୍ବରୁ ରାଜ୍ୟରେ ପର୍ଯ୍ୟାପ୍ତ ଅକ୍ସିଜେନ ଅଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦାବି କରୁଥିବାବେଳେ ହସ୍ପିଟାଲଗୁଡ଼ିକରେ ବହୁ ରୋଗୀ ଅମ୍ଳଜାନ ଅଭାବରୁ ପ୍ରାଣ ହରାଇଥିଲେ। ସେହିପରି କୋଭିଡ୍‌ ମୃତକଙ୍କ ଶବ ଗଙ୍ଗାନଦୀରେ ଭାସିବା ଓ ପୋତା ବାଲିରୁ ଉପରକୁ ଉଠିବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା। ତେଣୁ ୟୁପିର ୬୪% ଗ୍ରାମ କରୋନାମୁକ୍ତ ହୋଇଥିବା ଦାବିକୁ ଅନେକେ ବିଶ୍ୱାସ କରିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri