ଏହି ପ୍ରସିଦ୍ଧ ଅଭିନେତାଙ୍କ ତୃତୀୟ ସ୍ତ୍ରୀଙ୍କୁ ବିବାହ କରିଥିଲେ ମିଥୁନ ଚକ୍ରବର୍ତ୍ତୀ

ବିଗତ ଦିନର ଅଭିନେତ୍ରୀ ଯୋଗିତା ବାଲିଙ୍କର ଏକ ସ୍ବଳ୍ପ ଚଳଚ୍ଚିତ୍ର କ୍ୟାରିୟର ହୋଇଥାଇପାରେ କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ କଳାକାରଙ୍କ ସହ ସେ କାମ କରିଥିଲେ। ସେ ଡେବ୍ୟୁ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କ ଭଳି ଷ୍ଟାରଙ୍କ ସହ ଅଭିନୟ କରିଥିଲେ ଯୋଗିତା। ଏହସହ ମଧ୍ୟ ଶାତୃଘ୍ନ ସିହ୍ନା, ଦେବ ଆନନ୍ଦ ଏବଂ ସଞ୍ଜୀବ କୁମାରଙ୍କ ସହ ଅନସ୍କ୍ରିନରେ ଅଭିନୟ କରିଥିଲେ। ଯୋଗିତା ବାଲି ୧୩ ଅଗଷ୍ଟ ୧୯୫୨ରେ ଜନ୍ମଗ୍ରହଣ କରିଥିଲେ। ଯୋଗିତା ବାଲି ୭୦ରୁ ୮୦ ଦଶକ ମଧ୍ୟରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହି ସମୟରେ କିଶୋର କୁମାର ତାଙ୍କ ଜୀବନକୁ ଆସିଥିଲେ। ଏହାପରେ ସବୁକିଛି ବଦଳିଗଲା। ଯୋଗିତା ବାଲି କିଶୋର କୁମାରଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ। ୟ କାମ କରିବାବେଳେ ସେ କିଶୋର କୁମାରଙ୍କୁ ହୃଦୟ ଦେଇ ବସିଥିଲେ। ଯୋଗିତା ବାଲି କିଶୋର କୁମାରଙ୍କ ସହ ଏତେ ମାତ୍ରାରେ ଆକର୍ଷିତ ହୋଇଥିଲେ ଯେ ସେ ତାଙ୍କୁ ବିବାହ କରିଥିଲେ।
କିନ୍ତୁ ବିବାହର କିଛି ସମୟ ପରେ ଯୋଗିତା ବାଲି ଏବଂ କିଶୋରଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ଦୁହେଁ ଅଲଗା ହୋଇଗଲେ। ଉଭୟଙ୍କ ବିବାହ ମାତ୍ର ଦୁଇ ବର୍ଷ ଧରି ଚାଲିଥିଲା। ଯୋଗିତାଙ୍କ ସହିତ ଏହା କିଶୋର କୁମାରଙ୍କର ତୃତୀୟ ବିବାହ ଥିଲା। ଛାଡପତ୍ରର କିଛି ଦିନ ପରେ କିଶୋର କୁମାର ଚତୁର୍ଥ ଥର ବିବାହ କରିଥିଲେ। ଏଠାରେ ଯୋଗିତା ବାଲି ମଧ୍ୟ ଛାଡପତ୍ର ପରେ ଏକୁଟିଆ ହୋଇଯାଇଥିଲେ। ପରେ ତାଙ୍କର ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଭେଟ ହୋଇଥିଲା। କିଛି ଦିନ ଏକାଠି ରହିବା ପରେ ମିଥୁନ ଏବଂ ଯୋଗିତା ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଯୋଗିତା ବାଲି ମିଥୁନ ଚକ୍ରବର୍ତ୍ତୀଙ୍କୁ ବିବାହ କରିବା ପରେ ଚଳଚ୍ଚିତ୍ରରେ କାମ ଜାରି ରଖିଥିଲେ। କିନ୍ତୁ ୧୯୮୯ରେ ସେ ଫିଲ୍ମରୁ ବିଦାୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri