ଏହି ପ୍ରସିଦ୍ଧ ଅଭିନେତାଙ୍କ ତୃତୀୟ ସ୍ତ୍ରୀଙ୍କୁ ବିବାହ କରିଥିଲେ ମିଥୁନ ଚକ୍ରବର୍ତ୍ତୀ

ବିଗତ ଦିନର ଅଭିନେତ୍ରୀ ଯୋଗିତା ବାଲିଙ୍କର ଏକ ସ୍ବଳ୍ପ ଚଳଚ୍ଚିତ୍ର କ୍ୟାରିୟର ହୋଇଥାଇପାରେ କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ କଳାକାରଙ୍କ ସହ ସେ କାମ କରିଥିଲେ। ସେ ଡେବ୍ୟୁ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କ ଭଳି ଷ୍ଟାରଙ୍କ ସହ ଅଭିନୟ କରିଥିଲେ ଯୋଗିତା। ଏହସହ ମଧ୍ୟ ଶାତୃଘ୍ନ ସିହ୍ନା, ଦେବ ଆନନ୍ଦ ଏବଂ ସଞ୍ଜୀବ କୁମାରଙ୍କ ସହ ଅନସ୍କ୍ରିନରେ ଅଭିନୟ କରିଥିଲେ। ଯୋଗିତା ବାଲି ୧୩ ଅଗଷ୍ଟ ୧୯୫୨ରେ ଜନ୍ମଗ୍ରହଣ କରିଥିଲେ। ଯୋଗିତା ବାଲି ୭୦ରୁ ୮୦ ଦଶକ ମଧ୍ୟରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହି ସମୟରେ କିଶୋର କୁମାର ତାଙ୍କ ଜୀବନକୁ ଆସିଥିଲେ। ଏହାପରେ ସବୁକିଛି ବଦଳିଗଲା। ଯୋଗିତା ବାଲି କିଶୋର କୁମାରଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ। ୟ କାମ କରିବାବେଳେ ସେ କିଶୋର କୁମାରଙ୍କୁ ହୃଦୟ ଦେଇ ବସିଥିଲେ। ଯୋଗିତା ବାଲି କିଶୋର କୁମାରଙ୍କ ସହ ଏତେ ମାତ୍ରାରେ ଆକର୍ଷିତ ହୋଇଥିଲେ ଯେ ସେ ତାଙ୍କୁ ବିବାହ କରିଥିଲେ।
କିନ୍ତୁ ବିବାହର କିଛି ସମୟ ପରେ ଯୋଗିତା ବାଲି ଏବଂ କିଶୋରଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ଦୁହେଁ ଅଲଗା ହୋଇଗଲେ। ଉଭୟଙ୍କ ବିବାହ ମାତ୍ର ଦୁଇ ବର୍ଷ ଧରି ଚାଲିଥିଲା। ଯୋଗିତାଙ୍କ ସହିତ ଏହା କିଶୋର କୁମାରଙ୍କର ତୃତୀୟ ବିବାହ ଥିଲା। ଛାଡପତ୍ରର କିଛି ଦିନ ପରେ କିଶୋର କୁମାର ଚତୁର୍ଥ ଥର ବିବାହ କରିଥିଲେ। ଏଠାରେ ଯୋଗିତା ବାଲି ମଧ୍ୟ ଛାଡପତ୍ର ପରେ ଏକୁଟିଆ ହୋଇଯାଇଥିଲେ। ପରେ ତାଙ୍କର ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଭେଟ ହୋଇଥିଲା। କିଛି ଦିନ ଏକାଠି ରହିବା ପରେ ମିଥୁନ ଏବଂ ଯୋଗିତା ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଯୋଗିତା ବାଲି ମିଥୁନ ଚକ୍ରବର୍ତ୍ତୀଙ୍କୁ ବିବାହ କରିବା ପରେ ଚଳଚ୍ଚିତ୍ରରେ କାମ ଜାରି ରଖିଥିଲେ। କିନ୍ତୁ ୧୯୮୯ରେ ସେ ଫିଲ୍ମରୁ ବିଦାୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?