ଯୋଗମୁହାଁ ଯୁବପିଢ଼ି

କଟକ ଅଫିସ, ୩ା୨: ଶରୀର ସୁସ୍ଥ ରହିବା ପାଇଁ ମନକୁ ଶାନ୍ତ ରଖିବା ଆବଶ୍ୟକ। ମନର ସୁସ୍ଥତା ପାଇଁ ଦରକାର ଅନୁକୂଳ ପରିବେଶ ଓ ଉପଯୁକ୍ତ ପନ୍ଥା, ଯାହା ଯୋଗ ଦ୍ୱାରା ହିଁ ଉପଲବ୍ଧି ହୋଇଥାଏ। ନିୟମିତ ଯୋଗ କଲେ ମଣିଷ ଓ ପ୍ରକୃତି ମଧ୍ୟରେ ସମନ୍ବୟ ସ୍ଥାପିତ ହୋଇ ପ୍ରାପ୍ତହୁଏ ସମ୍ପୂର୍ଣ୍ଣ ସୁସ୍ଥତା। ବର୍ତ୍ତମାନ ସୁସ୍ଥ ରହିବାପାଇଁ ଯୁବପିଢିଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆଗ୍ରହୀ। ସକାଳ ଓ ସାରେ ଯୋଗକେନ୍ଦ୍ରରେ ଲୋକଙ୍କ ଭିଡ଼ ଜମୁଛି, ଏହି ଭିଡ଼ ମଧ୍ୟରେ ବୟ୍‌ସ୍କ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିବା ବେଳେ ଯୁବତୀଯୁବକମାନେ ମଧ୍ୟ ନଜର ଆସୁଛନ୍ତି। ଛୋଟ ପିଲାମାନେ ମଧ୍ୟ ଏଥିପ୍ରତି ଆକର୍ଷିତ ହେବାରେ ଲାଗିଲେଣି। ସବୁ ପିଢ଼ିର ଲୋକଙ୍କ ମଧ୍ୟରେ ଦିନକୁ ଦିନ ଯୋଗର ଚାହିଦା ବଢିବାରେ ଲାଗିଛି । ଆଗରୁ ବିଭିନ୍ନ ସ୍ଥାନରେ ନିଃଶୁଳ୍କ ଯୋଗକେନ୍ଦ୍ର ଚାଲିଥିଲା । ବର୍ତ୍ତମାନ ଯୋଗର ଗୁରୁତ୍ୱ୍‌ ଏତେ ବଢ଼ିଛି ଯେ ଲୋକମାନେ ଅର୍ଥ
ଦେଇ ଯୋଗ କେନ୍ଦ୍ରଗୁଡ଼ିକରେ ଯୋଗାଭ୍ୟାସ କରିବାକୁ ଯାଉଛନ୍ତି। ଏହାଛଡା ବିଭିନ୍ନ ପାର୍କରେ ମଧ୍ୟ ଲୋକମାନେ ଯୋଗାଭ୍ୟାସ କରୁଥିବା ଦେଖିବାକୁ ମିଳୁଛି। କେବଳ କଟକ ନୁହେଁ, ରାଜ୍ୟର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଥିବା ଯୋଗକେନ୍ଦ୍ରରେ ସମାନ ଦୃଶ୍ୟ ନଜରକୁ ଆସୁଛି। ୪୦ରୁ ଊର୍ଦ୍ଧ୍ୱ ବୟସର ଲୋକେ ଯୋଗକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ୧୮ରୁ ୩୦ ବର୍ଷର ଯୁବବର୍ଗ ଏଥିପ୍ରତି ଧୀରେ ଧିରେ ଆଗ୍ରହୀ ହେଉଛନ୍ତି। କଟକର ବିଭିନ୍ନ ସ୍ଥାନରେ ପ୍ରାୟ ୧୫ ରୁ ୨୦ଟି ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛି।

-ସୁପ୍ରିୟା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri