ଓଜନ କମାଇବାକୁ ହେଲେ ଯୋଗ କରନ୍ତୁ

ଯୋଗ କରିବା ଦ୍ୱାରା ଶରୀରର ଓଜନ କମାଇପାରିବେ। ଏଥିସହ ଆପଣ ହେଲ୍‌ଦୀ ଡାଏଟ୍‌ ନିଅନ୍ତୁ। ଏହା ଆପଣଙ୍କ ଓଜନ କମାଇବା, ମସ୍ତିଷ୍କ ଓ ଶରୀର ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆପଣ ଯଦି ଓଜନ କମାଇବାକୁ ଚାହୁଁଛନ୍ତି ତେବେ ନିମ୍ନରେ
ଦିଆହୋଇଥିବା କେତୋଟି ଟିପ୍ସ ଆପଣାନ୍ତୁ …
ଚତୁରଙ୍ଗ ଦଣ୍ଡାସନ:
ଚତୁରଙ୍ଗ ଦଣ୍ଡାସନ ଆପଣଙ୍କ ପେଟକୁ ମଜଭୁତ କରିଥାଏ। ଏହି ଆସନ ଦେଖିବାକୁ ଯେତେ ସହଜ ଲାଗେ, ତା’ର ଫାଇଦା ସେତେ ଅଧିକ। ଆପଣ ଯେତେବେଳେ ଏହି ମୁଦ୍ରାରେ ଥାନ୍ତି, ସେତେବେଳେ ଆପଣ ନିଜ ପେଟ ମାଂସପେଶୀର ତୀବ୍ରତା ଅନୁଭୂତ ହୋଇଥାଏ।
ବୀରଭଦ୍ରାସନ: ଯଦି ଆପଣ ଜଙ୍ଘ ଏବଂ କାନ୍ଧକୁ ଷ୍ଟ୍ରଙ୍ଗ୍‌ କରିବାକୁ ଚାହାନ୍ତି ତେବେ ଏହି ଆସନ ଆପଣଙ୍କୁ ସାହାଯ୍ୟ କରିପାରେ। ବୀରଭଦ୍ରାସନ କରିବାର କିଛି ସମୟ ପରେ ମାଂସପେଶୀ ଟାଇଟ୍‌ ହେଲା ପରି ଲାଗିବ। ଏହି ଯୋଗାସନ ଆପଣଙ୍କ ପିଠିର ଶେଷଭାଗ, ପାଦ ଏବଂ ବାହୁକୁ ଆରାମ ଦେଇଥାଏ। ଏହି ଆସନ ଆପଣଙ୍କ ପେଟ କମାଇବାରେ ସାହାଯ୍ୟ କରେ।
ତ୍ରିକୋଣାସନ: ତ୍ରିକୋଣାସନ ପାଚନ କ୍ରିୟାକୁ ସହଜ କରିବା ସହିତ ପେଟ ଏବଂ ଅଣ୍ଟାରେ ଜମା ହୋଇଥିବା ଚର୍ବିକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହା ପୂରା ଶରୀରରେ ବ୍ଲଡ୍‌ ସର୍କୁଲେଶନ କରିଥାଏ। ଏହି ଆସନ କରିବା ଦ୍ୱାରା ଏକଗ୍ରତା ବଢ଼ିଥାଏ।
ଅଧାମୁଖ ଶ୍ୱନାସନ: ଏହି ଆସନ କରିବା ଦ୍ୱାରା ପେଟର ତଳ ମାଂସପେଶୀ ମଜଭୁତ ହୋଇଥାଏ। ଉକ୍ତ ଆସନ ମଝି ହାଡ଼କୁ ସପୋର୍ଟ ଦେଇଥାଏ। ଏହି ଆସନ କରିବା ଦ୍ୱାରା ମନର ଏକାଗ୍ରତା ଓ ବ୍ଲଡ୍‌ ସର୍କୁଲେସନ ଠିକ୍‌ ରୁହେ।
ସର୍ବାଙ୍ଗାସନ: ଏହି ଆସନ କରିବା ଦ୍ୱାରା ହଜମ ଭଲ ହୁଏ ଓ ଶରୀରକୁ ଶକ୍ତି ମିଳେ। ଉକ୍ତ ଆସନ ଶରୀରର ମେଟାବୋଲିଜମ୍‌ ଓ ଥାଇରଏଡ୍‌ ଲେଭଲ ସନ୍ତୁଳନ ରକ୍ଷା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri