ପଦୋନ୍ନତିକୁ ହଁ, ବଦଳିକୁ ନା

କଟକ ଅଫିସ,୨୮।୬: କଟକ କମିଶନରେଟ ପୋଲିସର ପଦୋନ୍ନତି ଓ ବଦଳିରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। କମିଶନରେଟ ପୋଲିସରେ କାର୍ଯ୍ୟରତ ଅଧିକାରୀଙ୍କ କଟକ ପ୍ରୀତି ଛାଡୁ ନାହିଁ। ଇତିମଧ୍ୟରେ କେତେଜଣ ଥାନା ଅଧିକାରୀଙ୍କ ଅଦଳବଦଳ ପ୍ରକ୍ରିୟା ସରିଥିବାବେଳେ ଆଉ କେତେଜଣ ପଦୋନ୍ନତି ପାଇ ମଧ୍ୟ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି। ସୂଚନାନୁଯାୟୀ, ଟ୍ରାଫିକ୍‌ ଏସିପି ପଦ ଗତ ୩ମାସ ହେଲା ଖାଲି ପଡ଼ିଛି। ସମ୍ପ୍ରତି ଜୋନ୍‌ ୩ ଏସିପିଙ୍କ ବଦଳି ପରେ ସେହି ସ୍ଥାନ ମଧ୍ୟ ଖାଲି ରହିଛି। ତେବେ ଜୋନ-୬ ଏସିପି ଶୁଭନାରାୟଣ ମୁଦୁଲିଙ୍କୁ ଜୋନ୍‌ ୩ର ଅତିରିକ୍ତ ଦୟିତ୍ୱ ଦିଆଯାଇଛି। ସେହିପରି ଚାଉଳିଆଗଞ୍ଜ ଥାନା ଅଧିକାରୀ ତାପସ ପ୍ରଧାନ ଏସିପି ପଦକୁ ପଦୋନ୍ନତି ପାଇ ମଧ୍ୟ ସେଠାରେ କାର୍ଯ୍ୟରତ ଅଛନ୍ତି। ପୁରୀ ଘାଟ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ପଦୋନ୍ନତି ହୋଇ ଜଗତ୍‌ସିଂହପୁରକୁ ଡିଏସପି ଭାବେ ବଦଳି ହୋଇଛି। ତେବେ ଉଭୟ ଅଧିକାରୀ ନିଜର ବରିଷ୍ଠତା ବଜାୟ ରଖିବା ପାଇଁ ପଦୋନ୍ନତିକୁ ଗ୍ରହଣ କରିଥିବାବେଳେ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ସିଡିଏ ଫେଜ୍‌-୨ ଥାନାରେ ସନ୍ଧ୍ୟାରାଣୀ ସିଂ ଓ କନ୍ଦରପୁର ଥାନାରେ ମାସାଧିକ କାଳ ଜଣେ ଏସ୍‌ଆଇଙ୍କୁ ଥାନା ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ତେବେ କନ୍ଦରପୁର ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ଏସ୍‌ଆଇଙ୍କର ଇତିମଧ୍ୟରେ ପଦୋନ୍ନତି ସହ ସୁନ୍ଦରଗଡ଼କୁ ବଦଳି ହୋଇଯାଇଛି। ଏଣୁ ଏହି ଥାନା ଅଧିକାରୀ ପଦ ମଧ୍ୟ ଖାଲି ରହିଛି। ଅପରପକ୍ଷେ ଚୌଦ୍ୱାର ଥାନାରେ ଅତିରିକ୍ତ ଥାନା ଅଧିକାରୀ ଭାବେ ବିପିନି ବିହାରୀ ଓତା ରହିଥିବାବେଳେ ସଦର ଥାନାରେ ଅତିରିକ୍ତ ଆଇଆଇସି ଭାବେ ଅନିତା ସାହୁ ଏବଂ ଡିଆଇବିରେ ଗଙ୍ଗାଧର ଶାସିନ କାର୍ଯ୍ୟରତ ଅଛନ୍ତି। ଏସବୁ ଥାନାରେ ଆଇଆଇସି ଥିବାବେଳେ ଅତିରିକ୍ତ ଆଇଆଇସିଙ୍କୁ ଅବସ୍ଥାପିତ କରାଯାଇଛି। ତାପସ ପ୍ରଧାନଙ୍କୁ ଏସିପି ଭାବେ ପଦୋନ୍ନତି ଦିଆଯାଇଥିବାବେଳେ କମିଶନରେଟ ପୋଲିସରେ ଖାଲିଥିବା ଦୁଇଟି ଏସିପି ପଦ ମଧ୍ୟରୁ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇନାହିଁ। କଟକ କମିଶନରେଟ ପୋଲିସରେ ଏଭଳି ଅବ୍ୟବସ୍ଥା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ପୁରୀଘାଟ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କହିଛନ୍ତି, ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବାକୁ ଏପର୍ଯ୍ୟନ୍ତ କେହି ଆସି ନ ଥିବାରୁ ସେ ଏଠାରେ ରହିଛନ୍ତି। ରିଲିଭର ଆସିଲେ ସେ ନିଜ ବଦଳି ସ୍ଥାନକୁ ଚାଲିଯିବେ।
ଡିସିପି ପ୍ରତୀକ୍‌ ସିଂ କହିଛନ୍ତି, ପଦୋନ୍ନତି ଓ ବଦଳି ହେଉଛି ପୋଲିସ ବିଭାଗର ଏକ ନିୟମିତ ପ୍ରକ୍ରିୟା। ପଦୋନ୍ନତି ପାଇଥିବା କେତେଜଣ ଅଧିକାରୀଙ୍କର ବଦଳି ପ୍ରକ୍ରିୟା ସରିଥିବାବେଳେ ଅନ୍ୟମାନଙ୍କର ମଧ୍ୟ ଯଥାଶୀଘ୍ର ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ତାନ୍ତର ହେଲା ଜବତ ୨୦ ମୋବାଇଲ

ସୋହେଲା,୧୭।୨(ଡି.ଏନ.ଏ.): ଦୁର୍ଗାପୁଜା ସମୟରେ ଚୋରି ହୋଇଥିବା ୨୦ଟି ମୋବାଇଲ ଫୋନକୁ ସୋହେଲା ପୋଲିସ ଜବତ କରି ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ଜବତ ମୋବାଇଲଗୁଡିକର ଆନୁମାନିକ ମୂଲ୍ୟ...

ଏସ୍‌ସିବି ଆଇସିୟୁରୁ ହ୍ୟାଣ୍ଡକଫ୍‌ ଅବସ୍ଥାରେ ଅଭିଯୁକ୍ତ ଚମ୍ପଟ୍‌

କଟକ ଅଫିସ,୧୧।୧: ଏସ୍‌ସିବି ଆଇସିୟୁରୁ ହ୍ୟାଣ୍ଡକଫ୍‌ ଲାଗିଥିବା ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିଛନ୍ତି। ତାଙ୍କ ନାମ ହେଉଛି ଆଲୋକ କୁମାର...

ଦେଶୀ ପଦ୍ଧତିରେ ବିଦେଶୀ ଫଳ

ପଦ୍ମପୁର, ୨୯।୭ (ଡି.ଏନ.ଏ) ସିମେଣ୍ଟ ଖୁଣ୍ଟ ଉପରେ ମାଡ଼ିଛି କଣ୍ଟା ଜାତୀୟ ବିଦେଶୀ ଡ୍ରାଗନ ଫ୍ରୁଟ୍‌ ଗଛ। ଲତାଗୁଡ଼ିକ ଭଲ ଭାବେ ବଢ଼ିବା ପାଇଁ ତିଆରି...

ଗ୍ରୀସୁଲ ନଦୀ ବ୍ରିଜ ନିକଟରୁ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ବରଗଡ ଅଫିସ,୨୫।୧୦-ବରଗଡ ମୁଖ୍ୟ କେନାଲରେ ଗତ ଶୁକ୍ରବାର ଓ ଶନିବାର ୨ଜଣ ଭାସି ଯାଇଥିଲେ। ଶନିବାର ଭାସି ଯାଇଥିବା ବରଗଡ ତଳିପଡାର ଯୁବକ ଓମ ପ୍ରକାଶ...

ଦିଅରଙ୍କ ହାତରେ ଭାଉଜଙ୍କ ଜୀବନ ଗଲା

କଟକ ଅଫିସ,୨।୪: କଟକ ସହର ଶିଖରପୁର ଉପର ସାହିରେ ଜମିବାଡିକୁ କେନ୍ଦ୍ରକରି ଶୁକ୍ରବାର ସକାଳେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଦିଅରଙ୍କ ଆକ୍ରମଣରେ ବିଧବା ଭାଉଜଙ୍କର...

ଓଲଟିଲା ଯାତ୍ରୀବାହୀ ବସ୍‌

ରୂପ୍‌ସା,୧୩ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ...

ଭୋକରେ ଜଳୁଛି ପେଟ, ପାଠକୁ ପଚାରେ କିଏ

ମହାକାଳପଡ଼ା,୨୪ା୬ (ଡି.ଏନ୍‌.ଏ.): ସମାଜର ମୁଖ୍ୟ ସ୍ରୋତରେ ଜନଜାତି ସମ୍ପ୍ରଦାୟ ଲୋକମାନଙ୍କୁ ସାମିଲ କରିବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଉପାନ୍ତ ଗ୍ରାମାଞ୍ଚଳରେ ତ୍ରୁଣମୂଳ ସ୍ତରରେ...

ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ନାଁରେ ଥାନାରେ ମାମଲା

ପୁରୁଷୋତ୍ତମପୁର,୨୦।୧(ଡି.ଏନ.ଏ.): ଅକ୍ରୋଶମୂଳକ ଭାବେ ଏକ ଗରିବ ପରିବାର ଦୋକାନ ଭାଙ୍ଗିଦିଆଯିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି...

Advertisement
Archives

Model This Week