ହଁ ଆଜ୍ଞା

ତାମିଲନାଡୁ ବିଧାନସଭାରେ ୯ ଜାନୁୟାରୀ ୨୦୨୩ରେ ଏକ ଅସାମ୍ବିଧାନିକ ଘଟଣା ଘଟିଯାଇଛି। ବିଧାନସଭା ଆରମ୍ଭ ହେବା ମାତ୍ରେ ରାଜ୍ୟପାଳ ଆର୍‌. ଏନ୍‌. ରବି ଅଭିଭାଷଣ ଦେଇଥିଲେ। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣକୁ ସେ ପଢ଼ୁଥିବା ବେଳେ କିଛି ଅଂଶକୁ ଡେଇଁଯାଇଥିଲେ। ଏହା ପରିବର୍ତ୍ତେ ସେ ନିଜ ମନରୁ ଯୋଡ଼ି କିଛି କହିଥିଲେ। ଫଳରେ ସରକାରୀ ସ୍ତରରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ଗୃହରେ ଏକ ସଂକଳ୍ପ ଆଣିଥିଲେ ଓ ସେଥିରେ ସରକାରୀ ପ୍ରସ୍ତୁତ ଭାଷଣକୁ କେବଳ ରେକର୍ଡ କରାଯିବ ଏବଂ ରାଜ୍ୟପାଳ ମନରୁ ଦେଇଥିବା ଭାଷଣକୁ ବାଦ୍‌ ପକାଇବାକୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜ୍ୟପାଳ କକ୍ଷ ତ୍ୟାଗ କରିଥିବା ଦେଖାଯାଇଛି। ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିବା ପରେ ଦୀର୍ଘବର୍ଷ ଧରି କେତେକ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦେଖାଦେଇ ଆସୁଥିବା ଦ୍ୱନ୍ଦ୍ୱ ସର୍ବୋଚ୍ଚରେ ପହଞ୍ଚତ୍ଛି।
ନିକଟ ଅତୀତକୁ ଦେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜରିଓ୍ବାଲଙ୍କ ସରକାରରେ ଯେକୌଣସି ରାଜ୍ୟପାଳ ନିଯୁକ୍ତି ପାଇଛନ୍ତି ସେମାନେ ବିନା କାରଣରେ କଣ୍ଟାବାଡ଼ରେ ଲୁଗା ପକାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତତ୍କାଳୀନ ରାଜ୍ୟପାଳ ତଥା ଏବର ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ଦ୍ୱାରା ରଚାଯାଇଥିବା ନାଟକ ମନେପଡ଼େ। କେରଳ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ ସେଠାକାର ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ବିରୋଧ କରିଚାଲିଛନ୍ତି। ଦୁଇ ସାମ୍ବିଧାନିକ ପଦବୀ ମଧ୍ୟରେ କଳହ ତାଲିକାକୁ ପ୍ରସ୍ତୁତ କଲେ ତାହା ଲମ୍ବି ଚାଲିବ। ରାଜ୍ୟପାଳମାନେ କେନ୍ଦ୍ର ଦ୍ୱାରା ରାଜ୍ୟଗୁଡ଼ିକରେ ଅବସ୍ଥାପିତ ହୋଇଥାଆନ୍ତି। କେନ୍ଦ୍ରରେ ଯେଉଁ ସରକାର ଚାଲିଥାଏ, ତାହାର ବିପରୀତ ଦଳ କୌଣସି ରାଜ୍ୟରେ ଶାସନ କରୁଥିଲେ ସେଠାରେ ଅନେକ କ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜୁଥିବା ଦେଖାଯାଉଛି। ତାମିଲନାଡୁ ରାଜ୍ୟପାଳ ଆର୍‌. ଏନ୍‌. ରବି ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ସେ ୫ ଅକ୍ଟୋବର ୨୦୧୮ରେ ଭାରତର ଉପ-ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ୨୦୧୯ରେ ସେ ନାଗାଲାଣ୍ଡର ରାଜ୍ୟପାଳ ମଧ୍ୟ ରହିଥିଲେ। ୯ ସେପ୍ଟେମ୍ବର ୨୦୨୧ରେ ରବି ତାମିଲନାଡୁର ରାଜ୍ୟପାଳ ହୋଇଥିଲେ। ରାଜ୍ୟପାଳ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ରବି ତାଙ୍କର ପୋଲିସ ମନୋଭାବ ଛାଡ଼ି ନ ଥିବା ଭଳି ମନେହେଉଛି। ସେ ସମ୍ଭବତଃ ନିଜର କାଟ୍‌ତି ଦେଖାଇବାକୁ ଯାଇ ତାମିଲନାଡୁ ସରକାରଙ୍କୁ ପ୍ରଶଂସା କରାଯିବାର କିଛି ଅଂଶ ଜାଣିଶୁଣି ପଢ଼ି ନ ଥିଲେ। ଦେଖିବାକୁ ଗଲେ ପ୍ରଥା ରହିଛି ଯେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭାଷଣକୁ ରାଜ୍ୟପାଳମାନେ ପଢ଼ିଥାଆନ୍ତି। ୨୦୨୧ରୁ ସେ ତାମିଲନାଡୁ ରାଜ୍ୟପାଳ ନିଯୁକ୍ତ ହୋଇଥିବାରୁ ନିଶ୍ଚିତ ଭାବେ ପୂର୍ବରୁ ସରକାରଙ୍କ ଅମଲାଙ୍କ ଦ୍ୱାରା ଲେଖାଯାଇଥିବା କାଗଜକୁ ପଢ଼ିଥିବେ। କୁହାଯାଉଛି ସରକାରଙ୍କୁ ପ୍ରଶଂସା କରାଯାଇ ଉଲ୍ଲେଖ କରାଯାଇଥିବା ଶବ୍ଦ ରବିଙ୍କୁ ଭଲ ନ ଲାଗିବାରୁ ସେ ମନରୁ ଯୋଡ଼ି ଭାଷଣ ଦେଇଥିଲେ। କିନ୍ତୁ ଜଣେ ରାଜ୍ୟପାଳ ସେଭଳି କରିବା ଅନୁଚିତ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରବି ତାଙ୍କ ପୂର୍ବପ୍ରସ୍ତୁତ ଭାଷଣରେ ଥିବା କେତୋଟି ବିନ୍ଦୁକୁ ନ ପଢ଼ି ଛାଡ଼ିଦେଇଥିଲେ। ତନ୍ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଥିଲା ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଟିପ୍ପଣୀ, ଯେଉଁଥିରେ କୁହାଯାଇଥିଲା ଯେ ରାଜ୍ୟରେ ଶାନ୍ତି ବଜାୟ ରଖାଯାଇପାରିଛି। ତତ୍‌ସହିତ ମହିଳା ସଶକ୍ତୀକରଣ, ସାମାଜିକ ନ୍ୟାୟ ଦିଗରେ ଅଗ୍ରଗତି ଘଟିଛି। ତେବେ ସବୁଠାରୁ ଅଧିକ ବିରକ୍ତି ସୃଷ୍ଟି ହୋଇଥିଲା ଯେତେବେଳେ ରାଜ୍ୟପାଳ ତାଙ୍କ ଭାଷଣରେ ‘ତାମିଲନାଡ଼ୁ’ ଶବ୍ଦକୁ ବାରମ୍ବାର ଡେଇଁ ଯାଇଥିଲେ। ଏଥିସହିତ ଦ୍ରାବିଡ଼ ନେତାମାନଙ୍କର ନାମ ପଢ଼ି ନ ଥିଲେ କିମ୍ବା ଦ୍ରାବିଡ଼ ପ୍ରଶାସନିକ ବ୍ୟବସ୍ଥାକୁ ପ୍ରଶଂସା କରି ନ ଥିଲେ। ଏହାବ୍ୟତୀତ ଗୃହରେ ସବୁ ଦଳ ତରଫରୁ ରାଜ୍ୟପାଳଙ୍କ ବିରୋଧରେ ସ୍ବର ଉତ୍ତୋଳନ କରାଯାଇଥିଲା। କାରଣ ରବିଙ୍କ କହିବା ଅନୁଯାୟୀ ତାମିଲନାଡୁର ନାମକୁ ପରିବର୍ତ୍ତନ କରାଯିବା ଉଚିତ।
ରାଜ୍ୟପାଳ ରବି ତାଙ୍କ ବ୍ୟବହାର ଦ୍ୱାରା ପ୍ରମାଣ କରିଦେଲେ ଯେ, ଉତ୍ତରଭାରତର ମାନସିକତାକୁ ନେଇ ତାମିଲନାଡ଼ୁରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ପାଇଛନ୍ତି। ପୋଲିସ ଚାକିରି ସମୟରେ ଏହିଭଳି ବ୍ୟକ୍ତିବିଶେଷ ନିଜର ଚାକର ମାନସିକତା ପୋଷଣ କରିଆସିଥାଆନ୍ତି। ସେଥିପାଇଁ ଅବସର ପରେ ସେମାନେ କେବଳ ‘ହଁ ଆଜ୍ଞା’ କରୁଥିବାରୁ ସେମାନଙ୍କୁ ରାଜ୍ୟପାଳ ପଦବୀ ମିଳିଥାଏ। ଅର୍ଥାତ ତାଙ୍କ ଯୋଗ୍ୟତା ସେହି ଦୁଇଟି ଶବ୍ଦରେ ସୀମିତ। ନିଜ ବୁଦ୍ଧି କିମ୍ବା ବିବେକ ବ୍ୟବହାର କରି ଦେଶର ମଙ୍ଗଳ ପାଞ୍ଚିବା ପାଇଁ ରବିଙ୍କ ଭଳି ନାଗରିକ ଅସମର୍ଥ। ଯେତେ ଅଯୋଗ୍ୟ ହେବ ସେତେ ବଡ଼ ଆସନ ପାଇବା ପାଇଁ ଯୋଗ୍ୟ ହେବେ ରବିଙ୍କ ଭଳି ଲୋକ।

ରାଜ୍ୟପାଳ ରବି ତାଙ୍କ ବ୍ୟବହାର ଦ୍ୱାରା ପ୍ରମାଣ କରିଦେଲେ ଯେ, ଉତ୍ତରଭାରତର ମାନସିକତାକୁ ନେଇ ତାମିଲନାଡ଼ୁରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ପାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri