Posted inଜାତୀୟ

ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ୟେଦୁରପ୍ପା

କଲାବର୍ଗୀ(କର୍ନାଟକ),୬।୩: ଏକ ବଡ଼ଧରଣର ବିମାନ ଦୁର୍ଘଟଣାରୁ ବଞ୍ଚିଗଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା। କର୍ନାଟକର କଲାବର୍ଗୀର ଜେବରଗୀକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ହେଲିକପ୍ଟର ଅବତରଣରେ ସମସ୍ୟା ହୋଇ ଦୁର୍ଘଟଣାର ଆଶଙ୍କା ଦେଖାଦେଇଥିଲା। ମଝି ଆକାଶରେ ୟେଦୁରପ୍ପାଙ୍କ ହେଲିକପ୍ଟର କିଛି ସମୟ ପାଇଁ ଦୋହଲି ଯାଇଥିଲା। ହେଲେ ପାଇଲଟ୍‌ ସୁରକ୍ଷିତ ଲ୍ୟାଣ୍ଡିଂ କରିବାରୁ ହେଲିକପ୍ଟରରେ ଥିବା ସମସ୍ତେ ସୌଭାଗ୍ୟବଶତଃ ବଞ୍ଚତ୍ ଯାଇଥିଲେ।
ସୋମବାର ୟେଦୁରପ୍ପା ଜେବରଗୀକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଏନେଇ ଏକ ଫାର୍ମ ହାଉସ୍‌ ନିକଟରେ ହେଲିକପ୍ଟର ଅବତରଣ କରିବାକୁ ଜାଗା ଚିହ୍ନଟ ହୋଇଥିଲା। ମାତ୍ର ହେଲିକପ୍ଟର ଅବତରଣ କରିବା ସମୟରେ ଆଖପାଖରେ ଥିବା ପ୍ଲାଷ୍ଟିକ ଏବଂ ପଲିଥିନ, କପଡ଼ା ଉଡ଼ି ବ୍ଲେଡ୍‌ରେ ଲାଗିଯାଇଥିଲା। ଫଳରେ ହେଲିକପ୍ଟର ଅବତରଣ କରି ନ ପାରି ପୁଣି ଉପରକୁ ଉଠିଯାଇଥିଲା। ସେତିକିବେଳେ ମଝି ଆକାଶରେ ହେଲିକପ୍ଟର ଭାରସାମ୍ୟ ହରାଇ ଦୋହଲିବାରେ ଲାଗିଥିଲା। ଏନେଇ ଅଘଟଣ ଘଟବା ଆଶଙ୍କା କରାଯାଇଥିଲା। ହେଲେ ପାଇଲଟ୍‌ ଉପସ୍ଥିତ ବୁଦ୍ଧି ଖଟାଇ ହେଲିକପ୍ଟରକୁ ସୁରକ୍ଷିତ ଅବତରଣ କରିଥିଲେ। ଏବେ ଏହାର ଏକ ଭିଡିଓ ଭାଇଲାର ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ ହେବେ ପରବର୍ତ୍ତି ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୧୯।୪: କେନ୍ଦ୍ର ସରକାର ଉପ-ଆଡମିରାଲ ଦୀନେଶ ତ୍ରିପାଠୀଙ୍କୁ ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ସେ ଏପ୍ରିଲ ୩୦ରେ ତାଙ୍କର ନୂତନ ପଦ ଗ୍ରହଣ...

ଲୋକ ସଭା ନିର୍ବାଚନ: ଭୋଟ ବର୍ଜନ କରି ଅନଶନରେ ବସିଲେ ଗ୍ରମାବାସୀ

ନୋଏଡା,୧୯।୪: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୮ଟି ଆସନରେ ମତଦାନ ଚାଲିଛି। ଶୁକ୍ରବାର ୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।...

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri