Posted inଜାତୀୟ

ୟେଦୁରପ୍ପା ଦେଲେ ଇସ୍ତଫା…

ବେଙ୍ଗାଲୁରୁ,୨୬।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଇସ୍ତଫା ଦେଇଛନ୍ତି। ସୋମବାର ରାଜ୍ୟରେ ଭାଜପା ସରକାର ୨ ବର୍ଷ ପୂରଣ କରିଥିବାବେଳେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ତାଙ୍କ ଇସ୍ତଫାକୁ ନେଇ ରାଜ୍ୟର ରାଜନୀତି ସରଗରମ ହେବାରେ ଲାଗିଥିଲା। ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଓହରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ, ରାଜ୍ୟର ଲୋକଙ୍କ ପାଇଁ ବହୁ କାମ କରିବାକୁ ବାକି ରହିଛି। ରାଜନୈତିକ ଜୀବନରେ ତାଙ୍କୁ ସବୁବେଳେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିବା ସେ ଇସ୍ତଫା ଘୋଷଣା ପରେ ଭାବୁକ ହୋଇ କହିଛନ୍ତି। ମଧ୍ୟାହ୍ନ ଭୋଜନ ପରେ ସେ ରାଜ୍ୟପାଳ ଥାଓ୍ବାର ଚାନ୍ଦ ଗେହଲଟଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିବାବେଳେ ରାଜ୍ୟପାଳ ଇସ୍ତଫାପତ୍ରକୁ ଗ୍ରହଣ କରିନେଇଛନ୍ତି। ୟେଦୁରପ୍ପାଙ୍କ ଇସ୍ତଫା ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା କର୍ନାଟକ ପ୍ରଭାରୀ ଅରୁଣ ସିଂଙ୍କ ସହିତ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୭ରୁ ୧୦ ଯାଏ ଭାରତରେ ରହିବେ ବାଇଡେନ, ଜି -୨୦ ଶିଖର ସମ୍ମିଳନୀରେ ହେବେ ସାମିଲ

ନୂଆଦିଲ୍ଲୀ,୨୩।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜି -୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଆସନ୍ତା ସେପ୍ଟେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତରେ...

ଏହି ସହରରେ ଅମାନିଆଙ୍କୁ ୨ ଘଣ୍ଟା ଜେଲଦଣ୍ଡ: ଜିଲାପାଳଙ୍କ ନିର୍ଦ୍ଦେଶ ଜାରି…

ଇନ୍ଦୋର,୧୩।୪: କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାରୁ ମଧ୍ୟପ୍ରଦେଶର କେତେକ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ କେତେକ ଅମାନିଆ ଆଇନର ଉଲ୍ଲଂଘନ କରୁଛନ୍ତି।...

ପୁଣି ନିଜ ଦଳର ସରକାରଙ୍କୁ ଟାର୍ଗେଟ କଲେ ସିଦ୍ଧୁ

ଜଳନ୍ଧର,୧୦।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଦୀର୍ଘ ଦିନର ମନୋମାଳିନ୍ୟ ପରେ ନବଜୋତ ସିଂ ସିଦ୍ଧୁ ଏବେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି।...

ଲୁଣ, ତେଲ ପ୍ୟାକେଟରେ ମୋଦି, ଯୋଗୀଙ୍କ ଫଟୋ

ଲକ୍ଷ୍ନୌ,୧୨ା୧୨: ୮୦ ହଜାର ରାଶନ ଦୋକାନ ଜରିଆରେ ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ଲୁଣ, ରିଫାଇଣ୍ଡ ତେଲ...

ରାଜଧାନୀରେ ତୃତୀୟ ‘ମଙ୍କିପକ୍ସ’ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨।୮: ଦିଲ୍ଲୀରେ ରହୁଥିବା ଅନ୍ୟ ଜଣେ ନାଇଜେରିଆ ବ୍ୟକ୍ତି ମଙ୍ଗଳବାର ‘ମଙ୍କିପକ୍ସ’ଆକ୍ରାନ୍ତ ହୋଇଛନ୍ତି। ଏନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଉକ୍ତ ବ୍ୟକ୍ତିଙ୍କର କିଛି ଦିନ...

ସୁପର-୪ରେ ଆଜି ଭାରତ-ପାକିସ୍ତାନ

କଲମ୍ବୋ, ୧୦।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲ୍ଟେଜ ମ୍ୟାଚ ଅନୁଷ୍ଠିତ ହେବ।...

ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା...

ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ବିଗୁଲ…

ଲକ୍ଷ୍ନୌ,୨୦।୧୦: ଆସନ୍ତା ୨୦୨୨ର ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ନିର୍ବାଚନୀ ବିଗୁଲ ବଜାଇଛନ୍ତି। ବୁଧବାର...

Advertisement
Archives

Model This Week