ଉପେକ୍ଷାର ବର୍ଷ ୨୦୨୨

ଯାଜପୁର ଅଫିସ,୨୯ା୧୨: ଯାଜପୁର ଜିଲା ପାଇଁ ୨୦୨୨ ମସିହା ଥିଲା କେତେକ ଉପଲବ୍ଧି ଓ ଉପେକ୍ଷାର ବର୍ଷ । ଯାଜପୁର-କେନ୍ଦୁଝର ରୋଡ଼ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ଏବଂ ଏଠାରୁ ଧାମରାକୁ ରେଳପଥ ସଂଯୋଗ ପ୍ରସଙ୍ଗରେ କେନ୍ଦ୍ର ସରକାର ଆଦୌ ଦୃଷ୍ଟି ଦେଇ ନ ଥିଲେ। ଦେଶର ୪ର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ତୈଳ ଭଣ୍ଡାର ପ୍ରତିଷ୍ଠା ପ୍ରସ୍ତାବ ବଜେଟ୍‌ରେ ସୀମିତ ରହିଥିଲା। ଯାଜପୁରରୋଡ ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ମାନ୍ୟତା, ସୁପର ସ୍ପେଶିଆଲିଟି ହସ୍ପିଟାଲ, ରେଳୱେ ଓଭର ବ୍ରିଜ ନିର୍ମାଣ ଆଦି ପ୍ରସଙ୍ଗ ଅଧୁରା ରହିଥିଲା। ଶିଳ୍ପ ପ୍ରଦୂଷଣ କ୍ଷେତ୍ରରେ ପ୍ରଭାବଶାଳୀ ରାମ୍‌କୋ ସିମେଣ୍ଟ କମ୍ପାନୀର କାରଖାନାକୁ କାରଣ ଦର୍ଶାଅ ନୋଟିସ ଜାରି କରି ନୀରବି ଯାଇଥିଲା ଏସ୍‌ପିସିବି(ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ)। ଶିଳ୍ପ ବହୁଳ କଳିଙ୍ଗନଗର ଅଞ୍ଚଳରେ ମାନପୁର ଓ ମେସ୍କୋ ରେଳୱେ ସାଇଡିଂ କାରଣରୁ ପ୍ରଦୂଷଣ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଶିଳ୍ପ ପାଇଁ ଜମି ଅଧିଗ୍ରହଣରେ ଜମିହରା ପ୍ରବଞ୍ଚିତ ଓ ଉପେକ୍ଷିତ ରହିଥିଲେ। ଅନ୍ୟପକ୍ଷେ ଯାଜପୁର ସହରକୁ ସୌନ୍ଦର୍ଯ୍ୟକରଣ କରିବାରେ ସରକାର ପ୍ରମୁଖ ଭୂମିକା ନେଇଥିଲେ।

ସବୁ ପ୍ରକାର ଭିତ୍ତିଭୂମି ଥାଇ ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ ସୁଦ୍ଧା କିଛି ସୁଫଳ ମିଳି ପାରୁନାହିଁ। ଏହାସହ ଏକ ଦଶନ୍ଧି ଧରି ଦାବି ହେଉଥିବା ବିରଜାକ୍ଷେତ୍ର ଏବଂ ଆରଡିକୁ ରେଳପଥ ସଂଯୋଗ ସର୍ଭେରେ ଅଟକିଛି । ଏନେଇ ରାଜନୈତିକ ନେତୃବର୍ଗ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାବି, ଦସ୍ତଖତ ଅଭିଯାନ, ଆନ୍ଦୋଳନ ଆଦି ଜରିଆରେ କେନ୍ଦ୍ର ସରକାର ଓ ରେଳୱେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ବି କିଛି ସୁଫଳ ମିଳି ପାରୁନାହିଁ । ଏହାସହ ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ସାଇ ମନ୍ଦିର ନିକଟରେ ଏକ ଫ୍ଲାଏଓଭର ବ୍ରିଜ କିମ୍ବା ଗଳିପୋଲ ନିର୍ମାଣ କରିବାକୁ ଗତ ବଜେଟ୍‌ରେ ମଞ୍ଜୁର ହୋଇଥିଲେ ହେଁ ତାହାର ଅଗ୍ରଗତି ନୈରାଶ୍ୟଜନକ ରହିଛି। ଏନେଇ ବ୍ୟାସନଗର ସହରବାସୀ ବିଭିନ୍ନ ସମୟରେ ଆନ୍ଦୋଳନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ କେହି ଶୁଣୁ ନାହାନ୍ତି।

ଦେଶର ୪ର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ତୈଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ୨୦୧୮ ଜୁନ ୨୭ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା । ଏଥିପାଇଁ ୩୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଆବଶ୍ୟକ ୪୦୦ ଏକର ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଥିଲା । ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ ପାଦଦେଶରେ ଏହା ପ୍ରତିଷ୍ଠା କରିବାକୁ ଜମି ଚିହ୍ନଟ ଚୂଡ଼ାନ୍ତ ହୋଇଥିଲା । ଏଥିରେ ପ୍ରାୟ ୫୦୦ ଜଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଇଥିଲା। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରୁ ୧୦ କିମି ପରିଧି ମଧ୍ୟରେ ଚାଲିଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ କଳାପଥର ଖାଦାନଗୁଡିକୁ ମଧ୍ୟ ବନ୍ଦ କରାଯାଇଥିଲା। ପରବର୍ତ୍ତୀ ସମୟରେ ପଥର ଖାଦାନଗୁଡିକରୁ ମାସିକ ଚାନ୍ଦା ଆଦାୟ ବନ୍ଦ ହୋଇଯିବା ଆଶଙ୍କା କରି ଜମି ଯୋଗାଇ ଦେବାରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଅବହେଳା କରାଯାଉଛି ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷେ କେନ୍ଦ୍ର ସରକାର ମଧ୍ୟ ଏ କ୍ଷେତ୍ରରେ ନୀରବି ଯାଇଛନ୍ତି ।

ଧର୍ମଶାଳା ତହସିଲ ଅର୍ନ୍ତଗତ ହରିଦାସପୁର ଅଞ୍ଚଳରେ ବାୟୁ ଓ ଜଳ ପ୍ରଦୂଷଣର ଖଳନାୟକ ସାଜିଥିବା ରାମ୍‌କୋ ସିମେଣ୍ଟ କାରଖାନାକୁ ଗତ ମେ ମାସରେ ଏସ୍‌ପିସିବି ପକ୍ଷରୁ କାରଣ ଦର୍ଶାଅ ନୋଟିସ ହୋଇଥିଲା। ୧୫ ଦିନ ମଧ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ବିଭିନ୍ନ ଅନିୟମିତତା ସଂକ୍ରାନ୍ତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ରାମ୍‌କୋ କୌଣସି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଏବେ ବି ଅଞ୍ଚଳବାସୀ ପ୍ରଦୂଷଣର ଶିକାର ହେଉଥିବା ଅଭିଯୋଗ ଉଠିଛି। ଏସ୍‌ପିସିବି ମଧ୍ୟ କେଉଁ କାରଣରୁ ନୀରବି ଯାଇଛି ତାହା ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ସମସ୍ତ କ୍ଷେତ୍ରରେ ଅବହେଳିତ। ସହରର ଆୟତନ ଓ ଲୋକସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଥିଲେ ହେଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମି ସାଙ୍ଗକୁ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଅଭାବ ସହରବାସୀଙ୍କୁ ବ୍ୟଥିତ କରିଛି। ପ୍ରାୟ ୨ ଦଶନ୍ଧି ହେଲା ଏହି ସହରରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ମାନ୍ୟତା ଦାବି ହୋଇ ଆସୁଛି। ନେତା, ମନ୍ତ୍ରୀ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ଜିଲା ଗଠନ ଦାବି ତେଜୁଛି। ଜିଲାର ପ୍ରାୟ ସମସ୍ତ ଅଞ୍ଚଳରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ ପାଣ୍ଠି(ଡିଏମ୍‌ଏଫ୍‌)ର ବିନିଯୋଗ ହେଉଥିବାବେଳେ ଯାଜପୁରରୋଡ ସହରର ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ କ୍ଷେତ୍ରରେ ଏଥିରୁ ବଞ୍ଚିତ ରହିଛି।

ଯାଜପୁର ସହରରେ ପର୍ଯ୍ୟଟନର ବିକାଶ ପାଇଁ ପ୍ରାୟ ୬୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହାସହ ରାସ୍ତାଘାଟ ଓସରିଆ ହେବା ସହ ଏକ ମିନି ସଚିବାଳୟ ଗୃହ ନିର୍ମାଣ କରାଯାଉଛି। ଏଥିପାଇଁ ବିପୁଳ ପରିମାଣର ଜମି ଅଧିଗ୍ରହଣ ହୋଇଛି। ଏହାସହ ବୈତରଣୀ ନଦୀକୂଳରେ ମେଡିକାଲ କଲେଜ ଗୃହ ନିର୍ମାଣଧୀନ ରହିଛି। ଜିଲାର ଅନ୍ୟତମ ବ୍ୟାସନଗର ସହରରେ ଟାଉନ ହଲ ନିର୍ମାଣାଧୀନ ରହିଥିବାବେଳେ ସଂସ୍କୃତି ଭବନ ଏଯାଏ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଏନ୍‌ଜିଟି ଛାଟ ଲାଗିଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?