Posted inଖେଳ

୨୦୨୦ରେ ଆଖିବୁଜିଛନ୍ତି ଏହି ସବୁ ଖେଳାଳି

ଜନ୍ମ ଏବଂ ମୃତ୍ୟୁ ଚିରନ୍ତନ ସତ୍ୟ। କିନ୍ତୁ ୨୦୨୦ରେ ମହାମାରୀ କରୋନା ପାଇଁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ବର୍ଷ ଆମକୁ ଏତେ ଖରାପ ଅନୁଭୂତି ଦେଇଛି, ଯାହାକୁ ଭୁଲିବା ମଧ୍ୟ କଷ୍ଟକର। ଏହି ବର୍ଷ ଅନେକ ବଡ଼ ବଡ଼ ଖେଳାଳିଙ୍କ ମୃତ୍ୟୁ ଘଟିଛି। କାହାର କରୋନା ଯୋଗୁ ମୃତ୍ୟୁ ଘଟିଛି ତ ଆଉ କାହାର ରୋଗରେ ପୀଡିତ ଯୋଗୁ। ତେବେ ଚଳିତ ବର୍ଷ ଆଖିବୁଜିଥିବା ଖେଳାଳିଙ୍କ ବିଷୟରେ ଜାଣିବା।
ଚୁନି ଗୋସ୍ବାମୀ: ଚୁନି ଯିଏକି ନିଜର ଅଧିନାୟକତ୍ୱରେ ଭାରତୀୟ ଫୁଟବଲ ଦଳକୁ ୧୯୬୨ ମସିହାରେ ଏସୀୟ ଗେମ୍ସରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ଚଳିତ ବର୍ଷ ଏପ୍ରିଲରେ ହାର୍ଟଆଟାକ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।
ଚେତନ ଚୌହାନ: ପୂର୍ବତନ କ୍ରିକେଟର ତଥା ୟୁପି ସରକାରର ମନ୍ତ୍ରୀ ଥିବା ଚେତନ ଚୌହ୍ବାନ ମହାମାରୀ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଥିଲେ। ମାତ୍ର ଏହା ପରଠାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ସବୁ ସମୟରେ ଖରାପ ହେବାକୁ ଲାଗିଲା। ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କିଡ୍‌ନୀ ଫେଲ୍‌ ଯୋଗୁ ତାଙ୍କର ଅଗଷ୍ଟ ୬ ତାରିଖରେ ମୃତ୍ୟୁ ଘଟିଥିଲା।
ଡିଏଗୋ ମାରାଡୋନା: ବିଶ୍ୱର ପ୍ରସିଦ୍ଧ ତଥା ସଫଳ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କର ନଭେମ୍ବର ୨୫ରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ହାର୍ଟଆଟାକ୍‌ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।
କୋବେ ବ୍ରାୟଣ୍ଟ: ଆମେରିକାର ପୂର୍ବତନ ବାସ୍କେଟବର ଖେଳାଳି କୋବେଙ୍କର ଚଳିତ ବର୍ଷ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତାଙ୍କର ପ୍ରାଇଭେଟ୍‌ ହେଲିକପ୍ଟର କାଲିଫର୍ଣ୍ଣିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ କୋବେଙ୍କ ସହ ତାଙ୍କର ୧୩ ବର୍ଷର ଝିଅର ମଧ୍ୟ ମୃତ୍ୟୁ ଘଟିଥିଲା।
ବଲବୀର ସିଂହ ସିନିୟର: ଭାରତର ଜାତୀୟ ଖେଳ ହକିକୁ ଏକ ନୂତନ ସ୍ତରକୁ ନେଇଯାଇଥିବା ବଲବୀର ସିଂଙ୍କର ଚଳିତ ବର୍ଷ ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା।
ରାଜିନ୍ଦର ଗୋୟଲ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସ୍ପିନର ରାଜିନ୍ଦର ଗୋୟଲଙ୍କର ଚଳିତ ବର୍ଷ ଜୁନ୍‌ରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା।
ଡିନ ଜୋନ୍ସ: ଅଷ୍ଟ୍ରେଲିୟାର ପୂର୍ବତନ କ୍ରିକେଟର ଡିନ୍‌ ଜୋନ୍ସଙ୍କର ଚଳିତ ବର୍ଷ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା।

ପାଓଲୋ ରୋଜି: ଇଟାଲୀର କିମ୍ବଦନ୍ତୀ ଫୁଟବଲର ପାଓଲୋଙ୍କର ଚଳିତ ବର୍ଷ ୬୪ ବର୍ଷରେ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଅଧିନାୟକଙ୍କ ଖେଳ ଦେଖିଲେ ଭାରତୀୟ ଷ୍ଟାଫ୍‌

ଦୁବାଇ,୧୯।୧୦: ଟି -୨୦ ବିଶ୍ୱକପ ୨୦୨୧ ଆରମ୍ଭ ହୋଇଛି। ଅକ୍ଟୋବର ୨୪ରେ ଖେଳାଯିବାକୁ ଥିବା ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌କୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା...

୨୮ ବର୍ଷ ପରେ ବି ଭାଙ୍ଗିନି କପିଳ ଦେବଙ୍କ ଏହି ରେକର୍ଡ

ନୂଆଦିଲ୍ଲୀ,୨୪।୧୨: ୧୮ ଜୁନ ୧୯୮୩ରେ କପିଳ ଦେବ ଟୁନବ୍ରିଜ ୱେଲ୍ସରେ ଜିମ୍ବାୱେ ବିପକ୍ଷ ବିଶ୍ୱକପ ଗ୍ରୁପ ମ୍ୟାଚରେ ଐତିହାସିକ ୧୭୫ ସ୍କୋର କରିଥିଲେ। ତାଙ୍କର ଏହି...

ତାମିଲନାଡୁ ଜିତିଲା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି

ଅହମ୍ମଦାବାଦ୍‌,୨।୧: ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ତାମିଲନାଡୁ ଚଳିତ ଥର ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି ହାତେଇଛି। ଅହମ୍ମଦାବାଦଠାରେ ରବିବାର ଅନୁଷ୍ଠିତ ଫାଇନାଲରେ ତାମିଲନାଡୁ ୭...

ରଣ୍‌ଜୀ ମୁକାବିଲା: ଅଙ୍କିତଙ୍କ ଦ୍ୱିଶତକ: ମହାରାଷ୍ଟ୍ର ଅଗ୍ରଣୀ

କଟକ ଅଫିସ,୬ା୨- ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଖେଳ ଗୁରୁବାର ଶେଷ ହୋଇଛି।...

ଇଣ୍ଡିଆନ ସୁପର ଲିଗ୍:‌ ଓଡ଼ିଶା ଏଫ୍‌ସି- ଏଟିକେ ମୋହନବାଗାନ ମୁକାବିଲା

ଭୁବନେଶ୍ୱର,୩।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସପ୍ତମ ସଂସ୍କରଣରେ ଗୁରୁବାର ଓଡ଼ିଶା ଏଫ୍‌ସି ଓ ଏଟିକେ ମୋହନବାଗାନ ପରସ୍ପରକୁ ଭେଟିବେ। ଏହାପୂର୍ବରୁ ଗତ ରବିବାର...

ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା

ଜୋହାନ୍ସବର୍ଗ,୨୧।୧୨: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା ଲାଗିଛି। ଦଳର ପେସର ଅନରିଚ ନର୍ଟଜେ ପୂରା...

ଘରେ ରହି ସ୍ବାମୀଙ୍କୁ ଏମିତି ଚିୟର କରୁଛନ୍ତି ନତାଶା

ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ନିକଟରେ ମା’ ହେବା ସୌଭାଗ୍ୟ ଲାଭ କରିଛନ୍ତି। ସେ ଏବେ ପୁଅ ସହ ଘରେ ଥିବାବେଳେ ତାଙ୍କ ସ୍ବାମୀ ତଥା କ୍ରିକେଟର...

ସ୍ବଦେଶ ଫେରିଲେ କ୍ରିସ୍‌ ଓକ୍ସ

ଅହମଦାବାଦ, ୨୮ା୨(ପି.ଟି.)- ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି)ର ରୋଟେଶନ ନିୟମ ଅନୁସାରେ ଅଲରାଉଣ୍ଡର କ୍ରିସ୍‌ ଓକ୍ସ ଭାରତରୁ ସ୍ବଦେଶ ଫେରିଛନ୍ତି। ୩୧ ବର୍ଷୀୟ ଏହି ଖେଳାଳି...

Advertisement
Archives

Model This Week