Posted inଖେଳ

କୋହଲିଙ୍କ ରେକର୍ଡ ଭାଙ୍ଗିଦେଲେ ଯଶସ୍ବୀ ଜୟସ୍ବାଲ

ଧର୍ମଶାଳା,୮।୩: ଧର୍ମଶାଳାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ପୁଣି ଥରେ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୫ ଚୌକା ଓ ୩ ଛକା ସହାୟତାରେ ୫୮ ବଲରେ ୫୭ ରନ ସଂଗ୍ରହ କରିଥିଲେ। ଏହି ୫୭ ରନ ସହାୟତାରେ ଜୟସ୍ବାଲ ବିରାଟ କୋହଲିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ବର୍ତ୍ତମାନ ତାଙ୍କ ଆଖି ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କ ମହାରେକର୍ଡ ଉପରେ ରହିଛି, ଯାହା ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ସେ ସହଜରେ ଭାଙ୍ଗି ପାରିବେ।
ବିରାଟ କୋହଲି ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ୬୫୫ ରନ ସଂଗ୍ରହ କରିଥିଲେ। ଏହା ଜୟସ୍ବାଲଙ୍କ ଦ୍ୱାରା ଭଙ୍ଗା ଯାଇଥିଲା। ବର୍ତ୍ତମାନ ତାଙ୍କ ନଜର ଭାରତ ପାଇଁ ଏକ ଟେଷ୍ଟ ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଥିବା ସୁନୀଲ ଗାଭାସ୍କରଙ୍କ ରେକର୍ଡ ଉପରେ ରହିଛି। ଜୟସ୍ବାଲ ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ୭୧୨ ରନ ସଂଗ୍ରହ କରିଛନ୍ତି।
ଗାଭାସ୍କର ଗୋଟିଏ ସିରିଜ୍‌ରେ ଭାରତ ପାଇଁ ସର୍ବାଧିକ ୭୭୪ ରନ ସ୍କୋର କରିଛନ୍ତି। ଏହି ରେକର୍ଡ ଭାଙ୍ଗିବା ପାଇଁ ଜୟସ୍ବାଲଙ୍କୁ ମାତ୍ର ୬୩ ରନ ଆବଶ୍ୟକ। କ୍ୟାରିୟରର ୯ମ ଟେଷ୍ଟର ୧୬ତମ ଇନିଂସରେ ବ୍ୟାଟିଂ କରୁଥିବାବେଳେ ଜୟସ୍ବାଲ ୧୦୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଭାରତୀୟ ଓପନର୍‌ ହାରାହାରି ୬୮.୫୩ରେ ୧୦୨୮ରନ ସ୍କୋର କରିଛନ୍ତି। ଏହି ଅବଧିରେ ସେ ଦୁଇଟି ଡବଲ୍ସ ସହିତ ତିନି ଶତକ ଏବଂ ଚାରି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ସମୟରେ ଜୟସ୍ବାଲଙ୍କ ବ୍ୟାଟରୁ ୨୯ ଛକା ଓ ୧୦୮ ଚୌକା ଆସିଥିଲା। ଦ୍ରୁତତମ ୧୦୦୦ ଟେଷ୍ଟ ରନ ସ୍କୋର କରିବାରେ ଜୟସ୍ବାଲ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?