ପାଠ ପଢ଼ାଇବେ ୟାମି

କି କଥା, ୟାମି ପାଠ ପଢ଼ାଇବେ ! ତା’ ଅର୍ଥ କ’ଣ ଯେ ସେ ଅଭିନୟ ଛାଡି ଶିକ୍ଷକତା ଲାଇନ୍‌କୁ ଆପଣେଇବାକୁ ଯାଉଛନ୍ତି ? ହେଲେ ଅସଲ କଥା ସେଇଆ ନୁହେଁ। ନିର୍ମିତ ହେବାକୁ ଯାଉଥିବା ଏକ ସସପେନ୍ସ ଥ୍ରୀଲର୍‌ରେ ୟାମି ଜଣେ ଶିକ୍ଷୟିତ୍ରୀ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ଟାଇଟଲ୍‌ ରହିଛି ‘ଏ ଥର୍ସଡେ’। ଏ ସମ୍ପର୍କରେ ୟାମି କହନ୍ତି, ‘ଜଣେ ଶିକ୍ଷୟିତ୍ରୀଙ୍କ ସଂର୍ଘଷମୟ କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହେବ। ତେଣୁ ଏହି ଫିଲ୍ମ ପାଇଁ ମୋତେ ଏବେ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡୁଛି। ଆଶା ରଖିଛି ଉଭୟ ଫିଲ୍ମ ଏବଂ ମୋ ଭୂମିକାକୁ ଦର୍ଶକ ନିଶ୍ଚୟ ଗ୍ରହଣ କରିବେ।’ ଆରଏସଭିପି ମୁଭିଜ ଏବଂ ବ୍ଲୁ ମଙ୍କି ଫିଲ୍ମସ ବ୍ୟାନରରେ ଏହାର ପ୍ରଯୋଜନା କରୁଛନ୍ତି ରୋନି ସ୍କୃ୍‌ଓ୍ବାଲା। ଫିଲ୍ମର କାହାଣୀ ରଚନା କରିବା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ବେହଜାଦ୍‌ ଖମ୍ବାଟା। ଏଥିରେ ୟାମି ଜଣେ ପ୍ଲେ ସ୍କୁଲ ଟିଚର (ନୈନା ଜୈସଓ୍ବାଲ) ଭୂମିକାରେ ଅଭିନୟ କରିବେ। ଏହି ଭୂମିକାକୁ ତୁଲାଇବା ପାଇଁ ସେ ଏବେ କେତେଜଣ ପ୍ଲେ ସ୍କୁଲ ଟିଚରଙ୍କ ସହ ଆଲୋଚନା କରୁଛନ୍ତି। ଯଦ୍ୱାରା କି ସେ ନିଜ ଭୂମିକାକୁ ଆହୁରି ସୂଚାରୁ ରୂପେ ତୁଲାଇ ପାରିବେ ବୋଲି କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିତାଙ୍କୁ ସାଇକେଲରେ ବସାଇ ୧୨୦୦ କିମି ଯାତ୍ରା କରିଥିବା ଝିଅ ଉପରେ ନିର୍ମାଣ ହେବ ଫିଲ୍ମ

ଲକ୍‌ଡାଉନ ସମୟରେ୧୩ ବର୍ଷ ବୟସର ଝିଅ ଜ୍ୟୋତି କୁମାରୀ ତାଙ୍କ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପ୍ରାୟ ୧୨ ଶହ କିଲୋମିଟରରୁ ଅଧିକ ସାଇକେଲରେ...

ପରଦାରେ ରଣବୀର, ଶ୍ରଦ୍ଧାଙ୍କ ଜମିବ ଯୋଡ଼ି

‘ପ୍ୟାର୍‌ କା ପଞ୍ଚନାମା’ ଓ ‘ସୋନୁ କେ ଟିଟୁ କୀ ସ୍ବିଟି’ ଭଳି ଫିଲ୍ମ ନିର୍ମାଣ କରିଥିବା ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଆଗାମୀ ସିନେମାରେ ରଣବୀର...

୬୩ ବର୍ଷରେ ଜ୍ୟାକି ଶ୍ରଫ୍‌: ଜଗୁ ଦାଦାରୁ ପାଲଟିଥିଲେ ବଲିଉଡ୍‌ ଷ୍ଟାର

ମୁମ୍ବାଇ: ଜଗୁ ଦାଦାରୁ ବଲିଉଡ୍‌ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫ୍‌ ଶନିବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଫେବୃୟାରୀ ୧ରେ ବମ୍ବେର ଉଦ୍‌ଗିର୍‌ଠାରେ...

ଆତ୍ମହତ୍ୟା କରିବାକୁ ଚାହୁଁଥିଲି

ବମ୍ବେ: ବିଗ୍‌ବସ୍‌ର ଚଳିତ ସିଜନ୍‌ର ସବୁଠୁ ଚର୍ଚ୍ଚିତ ପ୍ରତିଯୋଗୀ ପାଲଟିଛନ୍ତି ରୁବିନା ଦିଲୈକ। ସ୍ବାମୀ ଅଭିନବ ଶୁକ୍ଳାଙ୍କ ସହ ତାଙ୍କର ଖଟାମିଠା ମୂହୁର୍ତ୍ତକୁ ଦର୍ଶକେ ବେଶ୍‌...

ସାଉଥ୍‌ରେ ଧମାଲ ମଚେଇବେ କିଙ୍ଗ ଖାନ୍‌

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ହାତରେ ଏବେ କେତେ ଗୁଡିଏ ଅଫର ରହିଛି । ସେଥିମଧ୍ୟରୁ ସାଉଥ୍ ମୁଭିରେ ତାଙ୍କର ଅଭିନୟକୁ ନେଇ ଏବେ...

ଶାଶୁ-ଶ୍ୱଶୁରଙ୍କଠାରୁ ଗାଳି ଖାଆନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିଜ ପ୍ରାଠସକଙ୍କ ସହ ସେ ଫଟୋ ଏବଂ ଭିଡିଓ ଶେୟାର କରିଚନ୍ତି। ନିକଟରେ ‘ସୁପର...

ତିଆରି ହେବ ମହିଳା କ୍ରିକେଟର ମିତାଲି ରାଜ୍‌ଙ୍କ ବାୟୋପିକ୍‌

ମୁମ୍ବାଇ: ବାୟୋପିକ୍‌ ଟ୍ରେଣ୍ଡରେ ଏଥର ବଲିଉଡ୍‌ରେ ପ୍ରବେଶ କରିବାକୁ ଯାଉଛି ଭାରତୀୟ ଦଳର ମହିଳା କ୍ରିକେଟର ମିତାଲି ରାଜଙ୍କ ବାୟୋପିକ୍‌। ଏଥିରେ ଲିଡ୍‌ ରୋଲରେ ଆସିପାରନ୍ତି...

ଶାହରୁଖଙ୍କ ପ୍ରଶଂସାରେ ଦୀପିକା

ଦୀପିକା ପାଦୁକୋନ ଏବେ ଶାହରୁଖଙ୍କ ପ୍ରଶଂସାରେ ଶତମୁଖ। କାରଣ ସେ ହେଉଛନ୍ତି ତାଙ୍କର ପ୍ରଥମ ସିନେମାର ନାୟକ। ହେଲେ ସେହି ଖୁସି ସହ ଆଉ ଏକ...

Advertisement
Seven Jackpot


Archives

Model This Week