ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସୈନ୍ୟ ବାହିନୀଙ୍କୁ ପରାମର୍ଶ ଦେଲେ ଶି ଜିନ୍‌ପିଙ୍ଗ୍‌

ବେଜିଂ,୨୬।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଚାଇନା ସୈନ୍ୟ ବାହିନୀକୁ ବାସ୍ତବିକ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ଜିନ୍‌ପିଙ୍ଗ୍‌ ଏଭଳି ମନ୍ତବ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ଏସମ୍ପର୍କିତ ଖବର ଚାଇନା ଗଣମାଧ୍ୟମ ସଂସ୍ଥା ଶିହ୍ନୁଆରେ ପ୍ରକାଶିତ ହୋଇଛି। ସେଣ୍ଟ୍ରାଲ ମିଲିଟାରୀ କମିଶନର ଏକ ବୈଠକରେ ସେ ଏଭଳି କହିଛନ୍ତି। ୬୭ ବର୍ଷ ବୟସ୍କ ଜିନ୍‌ପିଙ୍ଗ୍‌ ଦେଶର ରାଷ୍ଟ୍ରପତି ହେବା ସହିତ ସେଣ୍ଟ୍ରାଲ ମିଲିଟାରୀ କମିଶନର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଦେଶର ୨୦ ଲକ୍ଷ ସୈନ୍ୟ ବାହିନୀର ସେ କମାଣ୍ଡିଙ୍ଗ୍‌ ଅଧିକାରୀ। ବୈଠକରେ ୨୦୨୭ ସୁଦ୍ଧା ଚାଇନାକୁ କିପରି ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ସମକ୍ଷକ କରାଯିବ ସେ ନେଇ ଜିନ୍‌ପିଙ୍ଗ୍‌ ମାଷ୍ଟ୍ରର୍‌ ପ୍ଲାନ୍‌ ମ୍ୟାପିଂ କରିଥିବା କୁହାଯାଉଛି। ଇତିମଧ୍ୟରେ ଏଲ୍‌ଏସିରେ ଚାଇନାର ଯୁଦ୍ଧ ବିମାନ ପଇଁତରା ମାରିବା ଘଟଣା ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ନେଇ ଭାରତୀୟ ଯବାନମାନଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ବଡ଼ ଝଟକା ଦେଲେ ଟ୍ରମ୍ପ; କାହିଁକି ଏହି ନିଷ୍ପତ୍ତି ନେଲା ଟ୍ରମ୍ପ ପ୍ରଶାସନ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକା ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଚାଇନା ପାଇଁ ଏକ ଆଘାତ ସୃଷ୍ଟି କରୁଛି। ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନି ହେଉଥିବା କିଛି ପ୍ରଯୁକ୍ତିବିଦ୍ୟା…

ଜାପାନରେ ଭୟଙ୍କର ଭୂମିକମ୍ପ: ୧୩ ମୃତ ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଟୋକିଓ,୨୯।୭: ମଙ୍ଗଳବାର, ଜୁଲାଇ ୨୮ରେ ଜାପାନର ଦକ୍ଷିଣ-ପଶ୍ଚିମ ଭାଗରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଥମେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ…

ମୋଦି ସରକାରଙ୍କୁ ଚେତାବନୀ: ସାବଧାନ ହୋଇଯାଅ ନଚେତ୍‌…

ନୂଆଦିଲ୍ଲୀ,୨୯।୭: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପେପର ଲିକ ବିରୋଧୀ ବିଲ ସମ୍ପର୍କରେ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ ସରକାରଙ୍କୁ…

ଭାରତ ଉପରେ ଲାଗୁ ହେବ ୧୦୦% ଶୁଳ୍କ? ଆମେରିକାର ନୂଆ ବିଲ କାହିଁକି ଚିନ୍ତା ସୃଷ୍ଟି କରିଛି? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକାର ସିନେଟ ରୁଷିଆ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ବିଲ ପାସ କରିଛି – ଏହା ଭାରତ ସମେତ ଅନେକ ଦେଶକୁ…

ଆମେରିକା ସହ ଯୁଦ୍ଧକୁ ଡେଇଁଲା ସାଉଦି ଆରବ, ଇରାନ ଉପରେ କଲା ବୋମା ବର୍ଷା

ତେହରାନ,୨୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରୁଛି। ଏହି ଦୁଇଟି ଦେଶ ସହିତ, ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ…

‘ସୁପ୍ରିମ କୋର୍ଟଙ୍କ ସର୍ତ୍ତ ଗ୍ରହଣୀୟ ନୁହେଁ,’ ସରକାରଙ୍କୁ ସମାଲୋଚନା ସହ ଅଲଟିମେଟମ ଦେଲା CJP

ନୂଆଦିଲ୍ଳୀ,୨୯।୭: କକ୍ରୋଚ ଜନତା ପାର୍ଟି (CJP) ମଙ୍ଗଳବାର କହିଛି ଯେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପ୍ରତିବାଦ ସମୟରେ ପଞ୍ଜିକୃତ FIR ଗୁଡ଼ିକର ତଦନ୍ତ ଜାରି ରଖିବା ପାଇଁ…

ବରଗଡ଼ ଜଳାର୍ଣ୍ଣବ: ଗ୍ରାମାଞ୍ଚଳଠୁ ସହରାଞ୍ଚଳ ଜନଜୀବନ ପ୍ରଭାବିତ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ ହୋଇ ପଡ଼ିଛି। ଜିଲାର ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ ହୋଇଛି। ଗଳିକନ୍ଦି ରାସ୍ତା ଜଳମଗ୍ନ ହୋଇପଡ଼ିଛି ।…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri