Categories: ଖେଳ

ସାଉଥାମ୍ପ୍‌ଟନରେ ଡବ୍ଲ୍ୟୁଟିସି ଫାଇନାଲ: ଆଇସିସି

ଦୁବାଇ,୧୧।୩(ପି.ଟି.): ଇଂଲଣ୍ଡ ସାଉଥାମ୍ପ୍‌ଟନରେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଆୟୋଜନ ହେବ। ଏ ନେଇ ଆଇସିସି ବୁଧବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଏହି ନିର୍ଣ୍ଣାୟକ ମୁକାବିଲାରେ ଭାରତ ଓ ନ୍ୟୁଜିଲାଣ୍ଡ ଆଗାମୀ ଜୁନ ୧୮ରୁ ୨୨ ତାରିଖ ମଧ୍ୟରେ ପରସ୍ପରକୁ ଭେଟିବେ। ଅବଶ୍ୟ ସୋମବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ସୂଚନା ଦେଇଥିଲେ। ବ୍ରିଟେନରେ ଦେଖାଦେଇଥିବା କରୋନ ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ କାରଣରୁ ଲକ୍‌ଡାଉନ ଜାରି କରାଯାଇଛି। ଫଳରେ ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଛଡାଯିବ ବୋଲି କୁହାଯାଇଛି। ପ୍ରଥମ ଫାଇନାଲ ମ୍ୟାଚ୍‌ ଲଡର୍‌ସରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଏହାକୁ ସାଉଥାମ୍ପ୍‌ଟନକୁ ସ୍ଥାନାନ୍ତର କରାଯାଇଛି।

Share