Posted inଖେଳ

ନ୍ୟୁଜିଲାଣ୍ଡ ଅଧିନାୟକଙ୍କୁ ଆଉଟ୍‌ କରିବା ପାଇଁ ସୋନୁ ସୁଦ୍‌ଙ୍କୁ ସାହାଯ୍ୟ ମାଗିଲେ ପ୍ରଶଂସକ: ଜବାବ ମିଳିଲା ଏମିତି

ସାଉଥାମ୍ପଟନ୍‌,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ର ଫଶଇନାଲ୍‌ ଖେଳାଯାଉଛି। ଡବ୍ଲୁଟିଏସି ଫାଇନାଲ୍‌ ପଞ୍ଚମ ଦିନରେ ଦ୍ରୁତ ବୋଲରମାନେ ଟିମ ଇଣ୍ଡିଆକୁ ମ୍ୟାଚକୁ ଫେରାଇ ଆଣିଥିଲେ। ଭାରତର ପ୍ରଥମ ଇନିଂସରେ ୨୧୭ ରନ୍‌ ଜବାବରେ ନ୍ୟୁଜିଲାଣ୍ଡର ସମସ୍ତ ଦଳ ୨୪୯ ରନରେ ଆଉଟ ହୋଇଥିଲେ। ତେବେ କିୱି ଅଧିନାୟକ କେନ ୱିଲିୟମସନଙ୍କୁ ଆଉଟ୍‌ କରିବାରେ ଭାରତୀୟ ବୋଲରମାନେ ଝାଳ ବୁହାଇଥିଲେ। ଗୋଟିଏ ପଟେ ନ୍ୟୁଜିଲାଣ୍ଡର ଉଇକେଟ ପଡିଚାଲିଥିଲା। କିନ୍ତୁ ୱିଲିୟମସନ ଅନ୍ୟ ପଟେ ଛାଡା ହୋଇଥିଲେ। ଏକଦା ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ପ୍ରଶଂସକମାନେ ମଧ୍ୟ ଟିକେ ବିରକ୍ତ ହୋଇଥିଲେ। ୱିଲିୟମସନଙ୍କ ବ୍ୟାଟିଂ ଦେଖି ଲାଗୁଥିଲା ଯେ ସେ ନ୍ୟୁଜିଲାଣ୍ଡର ସ୍କୋରକୁ ୩୦୦ରୁ ଅଧିକ ନେବେ। ଏପରି ପରିସ୍ଥିତିରେ ପ୍ରଶଂସକମାନେ ଚିନ୍ତା କରିବାକୁ ଲାଗିଲେ ଯେ ଟିମ ଇଣ୍ଡିଆ କିପରି ୱିଲିୟମସନଙ୍କୁ ପାଭିଲିୟନ୍‌କୁ ପଠାଇବ। ଏହି ସମୟରେ ଜଣେ ପ୍ରଶଂସକ ଟୁଇଟ୍‌ କରି ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ। ପ୍ରଶଂସକ ଲେଖିଛନ୍ତି ଯେ, ସୋନୁ ସୁଦ୍‌ ସାର୍‌ ଦୟାକରି ୱିଲିୟମସନ୍‌ଙ୍କୁ ପ୍ୟାଭିଲିୟନକୁ ପଠାନ୍ତୁ। ସୋନୁ ଟୁଇଟରରେ ସାହାଯ୍ୟ ମାଗୁଥିବା ଲୋକଙ୍କୁ ଉତ୍ତର ଦେଇଥିଲେ।
ସୋନୁ ଲେଖିଛନ୍ତି ଯେ ଆମ ଦଳରେ ଏପରି ଭେଟେରାନ ଅଛନ୍ତି, ଯେଉଁମାନେ ତାଙ୍କୁ ପଠାଇଦେବେ; ଦେଖିଲ, ଗଲା ନା। ପଞ୍ଚମ ଦିନରେ ବିରାଟ କୋହଲି ଇଶାନ୍ତ ଶର୍ମାଙ୍କ ଏକ ବଲରେ ତୃତୀୟ ସ୍ଲିପରେ ୱିଲିୟମସନଙ୍କ ଚମତ୍କାର କ୍ୟାଚ ନେଇଥିଲେ। ୱିଲିୟମସନ୍‌ ୧୭୭ ବଲ୍‌ ଖେଳି ୪୯ ରନ କରି ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri