ଭୁଲ ଇଞ୍ଜେକ୍ସନ ଦେବାରୁ ଗାଈର ଜୀବନ ଗଲା: ନକଲି ଡାକ୍ତରଙ୍କୁ ପୋଲିସର ପଚରାଉଚରା

ଆନନ୍ଦପୁର,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ କଲୋନୀ ସାହିର ବାଇନ ନାହାକଙ୍କ ଗର୍ଭଣୀ ଗାଈକୁ ୪ଟି ଇଞ୍ଜେକସନ୍‌ ଓ ଦୁଇଟି ପାଣି ଔଷଧ ଦିଆଯିବା ପରେ ଗାଈର ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗାଈକୁ ଇଞ୍ଜେକସନ୍‌ ଦେଇଥିବା ବ୍ୟକ୍ତି ଜଣକ ନକଲି ପ୍ରାଣୀଡାକ୍ତର ବୋଲି ଅଭିଯୋଗ କରି ଗାଈ ମାଲିକାଣୀ ଆନନ୍ଦପୁର ଥାନାରେ ଶନିବାର ଲିଖିତ ଅଭିଯୋଗ କରିଛନ୍ତି।

ଆନନ୍ଦପୁର ଥାନା ପକ୍ଷରୁ କେସ୍‌ ନଂ.୯୫/୨୨ରେ ଏକ ମାମଲା ରୁଜୁ କରାଯାଇ ଇଞ୍ଜେକସନ୍‌ ଦେଇଥିବା ବ୍ୟକ୍ତିଙ୍କୁ ଥାନାକୁ ଅଣାଯାଇ ପଚରାଉଚରା ଜାରି ରହିଥିବା ଥାନାଧିକାରୀ ମନୋରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ବାଇନଙ୍କ ଗାଈ ଅସୁସ୍ଥ ହେବାରୁ ସେହି ଗ୍ରାମର ଜଣେ ବ୍ୟକ୍ତି ନିଜକୁ ଡାକ୍ତର କହି ୪ଟି ଇଞ୍ଜେକସନ୍‌ ଓ ପାଣି ଔଷଧ ଦେଇ ୨ ହଜାର ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ଗାଈ ଦେହ ଅଧିକ ଅସୁସ୍ଥ ହେବାରୁ ଇଞ୍ଜେକସନ୍‌ ଦେଇଥିବା ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ସେ ଶୁଣି ନ ଥିଲେ। ୨୧ ତାରିଖ ସକାଳ ସମୟରେ ଗାଈର ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହିତ ୨୩ ତାରିଖ ଶନିବାର ଏନେଇ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଶୈବପୀଠ ଖାଁ ଖାଁ

ଭୁବନେଶ୍ୱର,୨୬ା୭(ବ୍ୟୁରୋ): ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଆଜିର ଦିନରେ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ହୁଏ। ବିଶେଷ କରି ରାସ୍ତାଘାଟରେ ବୋଲ୍‌ବମ୍‌ ଭକ୍ତଙ୍କ...

ରେଙ୍ଗାଲି ଭୂତଳ ଜଳସେଚନ, ସାଳନ୍ଦୀ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ

ଭୁବନେଶ୍ୱର,୨୫ା୧୨ (ବ୍ୟୁରୋ): ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ରେଙ୍ଗାଲି ଭୂତଳ ପାଇପ ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଏଥିପାଇଁ ୪୪୩.୨୨ କୋଟି ଟଙ୍କା ଖର୍ଚ୍ଚ...

ବନ୍ଧୁକ ଦେଖାଇ ବଳାତ୍କାର

ସଜନାଗଡ଼,୧୮ା୧: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବନ୍ଧୁକ ଦେଖାଇ ବାଇକ୍‌ରେ ଟେକି ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର...

ପୋଲିସ ପଞ୍ଝାରେ ଡକାୟତ ଗ୍ୟାଙ୍ଗ୍‌

ଖୋର୍ଦ୍ଧା ଅଫିସ,୧୪ା୫: ଖୋର୍ଦ୍ଧା ପୋଲିସ ହାତରେ ଧରାପଡ଼ିଛି ଡକାୟତ ଗ୍ୟାଙ୍ଗ୍‌। ଖୋର୍ଦ୍ଧା ଟାଉନ ଏବଂ ବାଘମାରୀ ପୋଲିସ ପୃଥକ୍‌ ଭାବେ ଦୁଇଟି ଡକାୟତ ଗ୍ୟାଙ୍ଗ୍‌ର ୧୦...

ଖୋଜାଯିବ ସୀମାନ୍ତ ସଂଖ୍ୟାଲଘୁ ଓଡ଼ିଆଙ୍କ ସମସ୍ୟା

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଓଡ଼ିଶାର ଉପାନ୍ତ ତଥା ପଡ଼ୋଶୀ ରାଜ୍ୟରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ କରିବ ଗୃହ କମିଟି। ଏଥିଲାଗି...

କୋଇଲା ସମସ୍ୟା : ନାଲ୍‌କୋ ସିପିପିର ୬ ୟୁନିଟ୍‌ ବନ୍ଦ

ବଅଁରପାଳ, ୧।୧୦ (ଡି.ଏନ୍‌.ଏ.)- ତାଳଚେରସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣିରୁ ଆନ୍ଦୋଳନ ହଟିଯାଇଥିଲେ ବି ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନାହିଁ।...

ମହିଳାଙ୍କୁ ପ୍ରତାରଣା: ଜେଲ ଗଲେ ଏସ୍‌ଆଇ

ଖୋର୍ଦ୍ଧା ଅଫିସ,୨୭ା୧: ଖାକିରେ ଲାଗିଲା କଳଙ୍କ। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ...

ବିରୂପା ନଦୀରୁ ମୃତ କୁମ୍ଭୀର ଉଦ୍ଧାର

ଚୌଦାର,୧୭।୬(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ବିରୂପା ନଦୀ ବନିକା ଗ୍ରାମ ପାର୍ଶ୍ୱରୁ ବୁଧବାର ସକାଳେ ଏକ ମୃତ କୁମ୍ଭୀର ଉଦ୍ଧାର ହୋଇଛି। ଏହା ମାଇ କୁମ୍ଭୀର...

Advertisement
Archives

Model This Week