Posted inଖେଳ

ରେସ୍‌ଲରଙ୍କ ରୋଷ

ଭାରତୀୟ ମହିଳା ଆଥଲେଟ୍‌ମାନେ କୋଚ୍‌ ଏବଂ କର୍ମକର୍ତ୍ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବାର ବହୁ ଦୃଷ୍ଟାନ୍ତ ପୂର୍ବରୁ ରହିଛି। ମାତ୍ର ଏଥର ଭାରତୀୟ ରେସ୍‌ଲରମାନେ ଯେଉଁ ପନ୍ଥା ଅବଲମ୍ବନ କରିଛନ୍ତି ତାହା ସମଗ୍ର ବିଶ୍ୱ ସମୁଦାୟର ଦୃଷ୍ଟିଆକର୍ଷଣ କରିବାରେ ଲାଗିଛି। ସ୍ଥିତି ନିୟନ୍ତ୍ରଣକୁ ଆସିବା ବଦଳରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଆନ୍ଦୋଳନକୁ ବିଶ୍ୱବ୍ୟାପୀ କରିବାପାଇଁ ଦେଶର ପ୍ରତିଷ୍ଠିତ ରେସ୍‌ଲରମାନେ ନିଷ୍ପତ୍ତି ନେଇଥିବାରୁ ଏହି ମାମଲା ବହୁ ଆଗକୁ ବଢ଼ିବା ସମ୍ଭାବନା ରହିଛି। ଭାରତୀୟ ରେସ୍‌ଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତରମନ୍ତର ଆନ୍ଦୋଳନରତ ଖେଳାଳିମାନେ ଗତ ବୁଧବାର ସମର୍ଥକଙ୍କ ସହିତ କନ୍ନଟ ପ୍ଲେସ୍‌ର ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇଥିଲେ। ବଙ୍ଗଲା ସାହିବ ଗୁରୁଦ୍ୱାରରେ ସେମାନେ ପ୍ରାର୍ଥନା ମଧ୍ୟ କରିଥିଲେ। ଯନ୍ତରମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ଇତିମଧ୍ୟରେ ୨୫ ଦିନରେ ପହଞ୍ଚିଛି। ଅଲିମ୍ପିକ୍ସ ମେଡାଲିଷ୍ଟ ସାକ୍ଷୀ ମଲିକ୍‌ ଓ ବଜରଙ୍ଗ ପୁନିଆଙ୍କ ସମେତ ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ ଭିନେଶ ଫୋଗତ ଧାରଣାରେ ବସିଛନ୍ତି। ଧାରଣା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ସେମାନେ କନ୍ନଟ ପ୍ଲେସ୍‌ ଓ ଏହାର ଆଖପାଖ ଅଞ୍ଚଳକୁ ଯାଉଥିବା ଜଣାଯାଇଛି। ବୁଧବାର ଖେଳାଳିମାନେ ନିଜର ସମର୍ଥକଙ୍କ ସହିତ କନ୍ନଟ ପ୍ଲେସ୍‌ ସ୍ଥିତ ହନୁମାନ ମନ୍ଦିରକୁ ଯାଇଥିଲେ। ମହିଳା ରେସ୍‌ଲରଙ୍କୁ ନ୍ୟାୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି ତାରକା ରେସଲର ବଜରଙ୍ଗ ପୁନିଆ। ଦେଶରେ ‘ବେଟୀ ବଚାଓ, ବେଟୀ ପଢ଼ାଓ’ ନାରା ଚାଲିଥିବାବେଳେ ଏଠାରେ ଦେଶର ଝିଅ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ବୋଲି ବଜରଙ୍ଗ କହିଛନ୍ତି। ରେସଲରଙ୍କ ଶୋଭାଯାତ୍ରାରେ ଅନେକ ସାଧାରଣ ଲୋକ ମଧ୍ୟ ସାମିଲ ହୋଇଥିବା ପରିଲକ୍ଷିତ ହୋଇଥିଲା।
ଅଭିଯୋଗରୁ ଆରମ୍ଭ
ସର୍ବଭାରତୀୟ କୁସ୍ତି ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ନାମରେ ଜାନୁୟାରୀ ୧୮ ତାରିଖରେ ଯୌନ ଶୋଷଣ ଓ ହତ୍ୟା ଧମକ ପରି ସଙ୍ଗିନ ଅଭିଯୋଗ ଆଣିଥିଲେ କେତେଜଣ ରେସ୍‌ଲର। ରିଓ ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲିକ, ଟୋକିଓ ପଦକ ବିଜେତା ବଜରଙ୍ଗ ପୁନିଆ, ଜାକାର୍ତ୍ତା ଏସିଆନ୍‌ ଗେମ୍ସ ପଦକ ବିଜୟିନୀ ଭିନେଶ ଫୋଗତ, ସରିତା ମୋର, ସଙ୍ଗୀତା ଫୋଗତ, ସତ୍ୟବ୍ରତ ମଲିକ୍‌, ଜିତେନ୍ଦର କିହ୍ନା ଓ ରାଜ୍ୟଗୋଷ୍ଠୀ ପଦକ ବିଜେତା ସୁମିତ୍‌ ମଲିକ୍‌ ପ୍ରମୁଖ ଯନ୍ତର ମନ୍ତର ଠାରେ ଧାରଣାରେ ବସିବା ସହ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଥିଲେ। ଏପରିକି ଡବ୍ଲ୍ୟୁଏଫ୍‌ଆଇ ସଭାପତିଙ୍କ ପକ୍ଷରୁ ହତ୍ୟା ଧମକ ପ୍ରଦାନ କରାଯାଇଥିବା ଖେଳାଳିମାନେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ ଉତ୍ତରପ୍ରଦେଶର କେଶରଗଞ୍ଜରୁ ଏମ୍‌ପି ତଥା ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜଭୂଷଣ । ଜଣେ ମହିଳା ଖେଳାଳି ମୋ ବିରୋଧରେ ଅଭିଯୋଗ ପ୍ରମାଣିତ କଲେ ମୁଁ ଫାଶୀରେ ଝୁଲିବା ପାଇଁ ମଧ୍ୟ ପ୍ରସ୍ତୁତ। ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଖେଳାଳିମାନଙ୍କୁ ବୁଝାଇ ଧାରଣା ପ୍ରତ୍ୟାହୃତ କରାଯିବା ସହିତ ଏମ.ସି. ମେରୀ କମ୍‌ ଓ ଯୋଗେଶ୍ୱର ଦତ୍ତଙ୍କ ପରି ଖେଳାଳିଙ୍କୁ ନେଇ ଏକ ୭ ଜଣିଆ ଓଭର ସାଇଟ୍‌ କମିଟି ଗଠନ କରାଯାଇଥିଲା। ଓଭର ସାଇଟ୍‌ କମିଟି ଡବ୍ଲ୍ୟୁଏଫ୍‌ଆଇର ସମସ୍ତ କାର୍ଯ୍ୟଭାର ହାତକୁ ନେଇଥିଲା। ୧ମାସ ମଧ୍ୟରେ ଯୌନ ଶୋଷଣ ମାମଲାର ତଦନ୍ତ କରି ଓଭର ସାଇଟ୍‌ କମିଟି ରିପୋର୍ଟ ଦେବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା। କମିଟି ଦୀର୍ଘ ୩ ମାସ ଧରି ତଦନ୍ତ କରିଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା। ଦୁଇ ଦୁଇ ଥର କାର୍ଯ୍ୟକାଳ ବଢିବା ପରେ ଏପ୍ରିଲ ୧୬ ତାରିଖରେ କମିଟି ରିପୋର୍ଟ ପ୍ରଦାନ କରିବା ପରେ ସରକାର ଏହାକୁ ସାର୍ବଜନୀନ କରି ନ ଥିଲେ। ବରଂ ମେ ୭ରେ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ।
ରେସ୍‌ଲର ଆନ୍ଦୋଳନ ୨.୦
ଦୀର୍ଘ ୩ ମାସ ଧରି ରେସ୍‌ଲରମାନଙ୍କୁ ନ୍ୟାୟର ପ୍ରତିଶ୍ରୁତି ପୂରଣ ନ ହେବା ପରେ ପୁଣି ଖେଳାଳିମାନେ ଧାରଣାକୁ ଓହ୍ଲାଇଥିଲେ। ଆରମ୍ଭରୁ ବିପକ୍ଷ ରାଜନୈତିକ ଦଳର ନେତାମାନଙ୍କୁ ଏହି ଆନ୍ଦୋଳନରୁ ନିଜେ ଖେଳାଳିମାନେ ଦୂରେଇ ରଖୁଥିଲେ। ତେବେ ଏପ୍ରିଲ୍‌ ୨୩ ତାରିଖରେ ହୋଇଥିବା ଏହି ଆନ୍ଦୋଳନକୁ ସୁଦୂରପ୍ରସାରୀ କରିବା ପାଇଁ ବିଭିନ୍ନ ବିପକ୍ଷ ଦଳର ନେତାମାନେ ଖେଳାଳିଙ୍କ ସମର୍ଥନରେ ଛିଡା ହୋଇଥିଲେ। ଦ୍ୱିତୀୟ ଥର ଆନ୍ଦୋଳନରେ ଖେଳାଳିମାନେ ସିଧାସଳଖ କ୍ରୀଡ଼ା ଓ ଯୁବସେବା ବିଭାଗକୁ ମଧ୍ୟ ଟାର୍ଗେଟ କରିଥିଲେ। କ୍ରୀଡାମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆମେ ଧାରଣା ପ୍ରତ୍ୟାହାର କରିଥିଲେ ମଧ୍ୟ ସରକାର ମାମଲା ଚାପି ଦେବାକୁ ପ୍ରୟାସ କରିଥିଲେ। ଦ୍ୱିତୀୟ ଥରର ଆନ୍ଦୋଳନରେ ବିଭିନ୍ନ କୃଷକ ସଙ୍ଗଠନ ଓ ଖାପ୍‌ ପଞ୍ଚାୟତ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ଖେଳାଳିମାନଙ୍କୁ ଭେଟିଥିଲେ। ବ୍ରିଜ୍‌ଭୂଷଣଙ୍କ ବିରୋଧରେ ମାମଲା ଦାଏର କରିବାରେ ବିଫଳ ହେବା ପରେ ଖେଳାଳିମାନେ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ପୋଲିସ ଦୁଇଟି ମାମଲା ରୁଜୁ କରିଥିଲା। ୭ ଜଣ ମହିଳା ଖେଳାଳି ଆଗକୁ ଆସି ବ୍ରିଜ୍‌ଭୂଷଣଙ୍କ ନାମରେ ଅଭିଯୋଗ ଆଣିଥିଲେ। ଏହା ମଧ୍ୟରେ ଜଣେ ନାବାଳିକା ଖେଳାଳି ମଧ୍ୟ ରହିଥିଲେ।
-ସରୋଜ କୁମାର ଜେନା


Enter your email to get our daily news in your inbox.

All Right Reserved By Dharitri.Com

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri