Posted inଖେଳ

କିପ୍‌ଚୋଗେଙ୍କୁ ଅଷ୍ଟ୍ରିଆସ୍‌ ଆଓ୍ବାର୍ଡ

ମାଡ୍ରିଡ୍‌,୧୯ା୫(ଏପି): କେନିଆର ମାରାଥନ ସ୍ପେଶାଲିଷ୍ଟ ଏଲୁଡ୍‌ କିପ୍‌ଚୋଗେ ୨୦୨୩ ବର୍ଷ ପାଇଁ ପ୍ରିନ୍‌ସେସ୍‌ ଅଫ୍‌ ଅଷ୍ଟ୍ରିଆସ ଆଓ୍ବାର୍ଡ ପାଇଛନ୍ତି। ସ୍ପାନିଶ ଫାଉଣ୍ଡେଶନ ତରଫରୁ ଏହି ପୁରସ୍କାର ଦିଆଯାଉଛି। ୩୮ ବର୍ଷୀୟ କିପ୍‌ଚୋଗେ ଅଲିମ୍ପିକ ମାରାଥନରେ ୨୦୧୬ ଓ ୨୦୨୦ରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ୨୦୦୩ରେ ସେ ୫,୦୦୦ ମିଟର ଚାମ୍ପିୟନ ହୋଇଥିଲେ। ବିଶ୍ୱ ଆଥଲେଟିକ୍ସରେ ତାଙ୍କୁ ଜଣେ କିମ୍ବଦନ୍ତୀ ରୂପେ ବିବଚେନା କରାଯାଇଥାଏ। ଫାଉଣ୍ଡେଶନର ବିଚାରକ ମଣ୍ଡଳୀ କିପ୍‌ଚୋଗେଙ୍କୁ ସର୍ବକାଳୀନ ଶ୍ରେଷ୍ଠ ମାରାଥନ ଧାବକ ବୋଲି କହିଛନ୍ତି। ସେ ବିଶ୍ୱର ୧୦ ପ୍ରମୁଖ ମାରାଥନ ଜିତିଛନ୍ତି। ତନ୍ମଧ୍ୟରେ ଲଣ୍ଡନ ଓ ବର୍ଲିନ ମାରାଥନ ୪ଥର ଲେଖାଏ ସାମିଲ। ସେ ଆହୁରି ମଧ୍ୟ ବର୍ତ୍ତମାନର ଅଲିମ୍ପିକ ଚାମ୍ପିୟନ। ଖେଳର ଏହି ବିଭାଗରେ ସେ ୨:୦୧:୦୯ ଟାଇମିଂରେ ବିଶ୍ୱରେକର୍ଡ ଅଧିକାରୀ ଅଛନ୍ତି, ଯାହାକି ୨୦୧୮ରେ ସେ ବ୍ୟକ୍ତିଗତ ଭାବେ ସ୍ଥାପନ କରିଥିବା ରେକର୍ଡଠାରୁ ଏହା ହେଉଛି ୩୦ ସେକେଣ୍ଡ କମ୍‌। ୨ ଘଣ୍ଟାରୁ କମ୍‌ ସମୟରେ ଏକ ମାରାଥନ ଦୌଡ଼ିବାରେ କିପ୍‌ଚୋଗେ ହେଉଛନ୍ତି ଇତିହାସରେ ଜଣେ ମାତ୍ର ଆଥ୍‌ଲେଟ। ୨୦୧୯ରେ ଭିଏନାରେ ସେ ୧: ୫୯:୪୦ ଟାଇମିଂରେ ରେସ୍‌ ଜିତିଥିଲେ। ଏହି ରେସ୍‌କୁ ଅବଶ୍ୟ ଅଫିସିଆଲ ସ୍ବୀକୃତି ନ ଥିଲା। କିପ୍‌ଚୋଗେଙ୍କୁ ପୁରସ୍କାର ବାବଦରେ ୫୦,୦୦୦ ୟୁରୋ (୫୪,୦୦୦ ଡଲାର) ମିଳିଛି। ଆଟର୍‌ସ, କମ୍ୟୁନିକେଶନ, ସାଇଣ୍ଟିଫିକ୍‌ ରିସର୍ଚ୍ଚ ଓ ଲିଟରେଚର ସମେତ ୮ଟି ବିଷୟରେ ଉଲ୍ଲେଖନୀୟ ସଫଳତା ପାଇଁ ସ୍ପାନିଶ ଫାଉଣ୍ଡେଶନ ତରଫରୁ ପୁରସ୍କାର ଦିଆଯାଇଥାଏ। ଅଲିମ୍ପିକ ରିଫ୍ୟୁଜି ଫାଉଣ୍ଡେଶନ ଏବଂ ରିଫ୍ୟୁଜି ଅଲିମ୍ପିକ୍ସ ଟିମ୍‌ ୨୦୨୨ରେ କ୍ରୀଡ଼ା ପୁରସ୍କାର ଜିତିଥିଲା। ସ୍ପାନିଶ ଭାଷୀଙ୍କର ଏହା ହେଉଛି ସବୁଠାରୁ ବଡ଼ ପୁରସ୍କାର। ସ୍ପାନିଶ ସହର ଓଭିଡୋରେ ପୁରସ୍କାର ଉତ୍ସବ ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri