Posted inଖେଳ

ରେସଲର ହତ୍ୟା ମାମଲା:ସୁଶୀଲଙ୍କୁ ଜାମିନ ମିଳିଲାନି

ନୂଆଦିଲ୍ଲୀ, ୧୯ା୫(ପି.ଟି.)-ସ୍ଥାନୀୟ ଏକ କୋର୍ଟ ଫେରାର ଥିବା ଅଲିମ୍ପିକ ପଦକ ବିଜେତା ରେସ୍‌ଲର ସୁଶୀଲ କୁମାରଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି। ଛତ୍ରସାଲ ଷ୍ଟାଡିୟମରେ ଜଣେ ରେସଲରଙ୍କୁ ହତ୍ୟା ଘଟଣାରେ ସୁଶୀଲ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତାଙ୍କ ବିରୋଧରେ ହତ୍ୟା, ଅପହରଣ ଓ ଆପରାଧିକ ଷଡ଼ଯନ୍ତ୍ର ମାମଲା ଦରଜ ହୋଇଥିବାରୁ ଅତିରିକ୍ତ ସେସନ ଜଜ୍‌ ଜଗଦୀଶ କୁମାର ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସୁଶିଲ ହେଉଛନ୍ତି ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ। ଅନ୍ୟ କେତେଜଣ ଅଭିଯୁକ୍ତ ଏପର୍ଯ୍ୟନ୍ତ ଗିରଫ ହୋଇ ନାହାନ୍ତି। ତେଣୁ ତାଙ୍କୁ ଜାମିନ ମିଳିବ ନାହିଁ ବୋଲି ବିଚାରପତି ଦର୍ଶାଇଥିଲେ। ଜାତୀୟ ରାଜଧାନୀରେ ଅବସ୍ଥିତ ଛତ୍ରସାଲଷ୍ଟାଡିୟମ ପରିସରରେ ମେ’ ୪ରେ ଘଟିଥିବା ଏକ ମାରପିଟ ଘଟଣାରେ ସାଗର ରାଣା ନାମକ ଜଣେ ରେସ୍‌ଲରଙ୍କର ପ୍ରାଣହାନି ଘଟିଥିବାବେଳେ ତାଙ୍କର ଦୁଇ ସାଥୀ ସୋନୁ ଓ ଅମିତ କୁମାର ଆହତ ହୋଇଛନ୍ତି। ସୁଶୀଲ କୁମାର ଓ ଅନ୍ୟ କେତେଜଣ ରେସଲର ସେମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗିରଫଦାରି ଭୟରେ ଏହି ଅନ୍ତର୍ଜାତୀୟ ରେସଲର ଜଣକ ମେ’ ୧୭ରେ ଦିଲ୍ଲୀସ୍ଥିତ ରୋହିଣୀ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇବା ସହ ତଦନ୍ତ କାର୍ଯ୍ୟରେ ସହାୟତା କରିବା ଲାଗି ସେ ପ୍ରସ୍ତୁତ ଥିବା ଏଥିରେ ଉଲ୍ଲେଖ କରିଥିଲେ। ଘଟଣାସ୍ଥଳରେ ହୋଇଥିବା ଗୁଳିକାଣ୍ଡ ସହ ସେ ସମ୍ପୃକ୍ତ ନୁହନ୍ତି କିମ୍ବା ଜବତ ଆଗ୍ନେୟାସ୍ତ୍ର ଓ ଗାଡ଼ି ତାଙ୍କର ନୁହେଁ ବୋଲି ମଧ୍ୟ କହିଥିଲେ। ତେବେ ପୋଲିସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପବ୍ଲିକ ପ୍ରସିକ୍ୟୁଟର ଅତୁଲ ଶ୍ରୀବାସ୍ତବ କୋର୍ଟରେ କହିଥିଲେ ସୁଶୀଲ ଏକ ବାଡ଼ିରେ ରେସ୍‌ଲରଙ୍କୁ ପ୍ରହାର କରୁଥିବା ଦୃଶ୍ୟର ପ୍ରାମାଣିକ ଭିଡିଓ ଫୁଟେଜ ରହିଛି। ଏହାଛଡ଼ା ସୁଶୀଲ କାଳେ ଦେଶ ଛାଡ଼ି ପଳାୟନ କରିବେ ସେଥିଲାଗି ତାଙ୍କ ପାସ୍‌ପୋର୍ଟକୁ ଜବତ କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏ ବିଷୟରେ ସତର୍କ କରାଇଦିଆଯାଇଥିବା କହିଥିଲେ। ଅଭିଯୁକ୍ତଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ସିନିୟର ଆଡ୍‌ଭୋକେଟ ସିଦ୍ଧାର୍ଥ ଲୁଥ୍ରା କୋର୍ଟରେ କହିଥିଲେ ଗଣ୍ଡଗୋଳ ଦିନ କାଲା ଜାଠେରିଆ ଗ୍ୟାଙ୍ଗ୍‌ର ସୋନୁ ନାମକ ଜଣେ ଅପରାଧୀ ଉପସ୍ଥିତ ଥିଲେ, ଯାହାଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ସୂଚନାଯୋଗ୍ୟ, ରାଣାଙ୍କ ମୃତ୍ୟୁ ପରଠାରୁ ସୁଶୀଲ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳ ଏବଂ ପଡୋଶୀ ରାଜ୍ୟଗୁଡ଼ିକରେ ବ୍ୟାପକ ଚଢ଼ାଉ କରାଯାଇଥିଲା। ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌୍‌ର ବିଭିନ୍ନ ଧାରା ଅନୁସାରେ ଏଫ୍‌ଆଇଆର ଦରଜ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri